ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଳବ୍ ଅଫ୍ ରାଉରକେଲା ଷ୍ଟିଲ ସିଟି ର ୧୫ତମ ଅଧିଷ୍ଠାନ ଦିବସ ପାଳିତ 

ରୋଟାରୀ କ୍ଳବ୍ ଅଫ୍ ରାଉରକେଲା ଷ୍ଟିଲ ସିଟି ର ୧୫ତମ ଅଧିଷ୍ଠାନ ଦିବସ ପାଳିତ 

ରାଉରକେଲା: ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ର ୧୫ତମ ଅଧିଷ୍ଠାନ ଦିବସ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ରୋଟାରିଆନ ପୁତୁଲ ରାହୁଲ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ଅମିତ ଜୟସ୍ୱାଲ, ସ୍ବତନ୍ତ୍ର ଅତିଥି ଭାବେ ଫାଷ୍ଟ ଲେଡୀ ପଲ୍ଲବୀ ଜୟସ୍ୱାଲ,ସମ୍ମାନିତ ଅତିଥି ଡିଜିଇ ରୋଟାରିଆନ ଆଲାମ ସିଂ ରୂପ୍ରା ,ପିଡିଜି ଏଫ୍ ସି ମହାନ୍ତି,ପିଡିଜି ମନଜିତ୍ ସିଂ ଅରୋରା,ପ୍ରବୀଣ ବେଦୀ,ହରପାଲ ରୂପ୍ରା,ହୀରାଲାଲ ମହାପାତ୍ର,ଡା ମେହେର ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ପ୍ରାକ୍ତନ ସଭାପତି ରୋଟାରିଆନ ପିଉ ଗୁହା ଓ ସମ୍ପାଦିକା ରୋଟାରିଆନ ଡ଼ଃ ସରିତା ମଲ୍ଲ ନବନିର୍ବାଚିତ ସଭାପତି ରୋଟାରିଆନ ବୀଣାପାଣି ରଥ ଓ ସମ୍ପାଦିକା ରୋଟାରିଆନ ରଶ୍ମି ମିଶ୍ର ଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ। ପ୍ରାକ୍ତନ ସଭାପତି ଶ୍ରୀମତୀ ଗୁହା ଓ ସମ୍ପାଦିକା ଶ୍ରୀମତୀ ମଲ୍ଲ ବିଗତ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରି ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ନୂତନ ସଭାପତି ଶ୍ରୀମତୀ ରଥ ଓ ସମ୍ପାଦିକା ଶ୍ରୀମତୀ ମିଶ୍ର ଶପଥ ପାଠ ସହ ୨୦୨୫-୨୬ ପାଇଁ ସମସ୍ତଙ୍କ ସହଯୋଗ କାମନା କରି ସାମାଜିକ ପ୍ରତିବଦ୍ଧତା ଓ ଦାୟିତ୍ଵ କୁ ସଠିକ୍ ଭାବେ ତୁଲାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଷ୍ଟିଲ ସିଟି ର ନୂତନ ଟିମ୍ ସଦସ୍ୟଙ୍କ ନାମ ଘୋଷଣା କରାଯାଇଥିଲା। ଏହି ଅବସରରେ ସାମ୍ବାଦିକତା କ୍ଷେତ୍ର ପାଇଁ କୁଞ୍ଜବିହାରୀ ରାଉତ ଓ ବିବେକାନନ୍ଦ ଦାସ ଙ୍କୁ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ଜୟସ୍ୱାଲ ତାଙ୍କ ବକ୍ତବ୍ୟରେ ଷ୍ଟିଲ ସିଟି ର କାର୍ଯ୍ୟକ୍ରମ ଆଗାମୀ ଦିନରେ ବଜାୟ ରଖି ସମସ୍ତଙ୍କ ପାଇଁ ଉଦାହରଣ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। ରୋଟାରୀ କ୍ଲବ ନେତୃତ୍ଵ ନେବା, ସହନଶୀଳତା, ସହଭାଗିତା ଓ ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି ସହ ସମାଜରେ ସଚେତନତା କାର୍ଯ୍ୟକ୍ରମ କରି ବେଶ ପ୍ରଶଂସା ସାଉଁଟିବା ସହ ଏହା ବିଶ୍ୱରେ ୨୨୦ ଟି ଦେଶରେ କାର୍ଯ୍ୟ କରୁଛି ବୋଲି କହିଥିଲେ। ଉପଦେଷ୍ଟା ରୋଟାରିଆନ ଡ଼ଃ ଅଞ୍ଜନା ମୈତ୍ର ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ରାଉରକେଲାର ବିଭିନ୍ନ ରୋଟାରୀ କ୍ଲବର ସଭାପତି, ସମ୍ପାଦକ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ୮ ଜଣ ନୂତନ ରୋଟାରିଆନ ସଦସ୍ୟତା ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସମସ୍ତ ରୋଟାରିଆନ ସର୍ବଶ୍ରୀ ଦିଲ୍ଲିପ ଭୁଇ, ନିବେଦିତା ମହାନ୍ତି, ମଧୁଶ୍ରୀ କୁଣ୍ଡୁ, ନମିତା ମହାପାତ୍ର,ବିଭୁ ନାୟକ, ଚମ୍ପା ବତୀ ଅମାତ,ସି କେ ଶର୍ମା,ରଶ୍ମିବାଳା ରାଉତରାୟ, ଅର୍ଚ୍ଚନା ମହାନ୍ତି, ଅର୍ଘ୍ୟ ଗୁହା, ଅସୀମା ମିଶ୍ର, ସନ୍ଧ୍ୟାରାଣୀ ବରାଳ, ଆଲୋକ ଦତ୍ତ, ବବିତା ମହାନ୍ତି, ଦୀପିକା ଦେ, କାବେରୀ ବାନାର୍ଜୀ, କୁଲଜିତ ସିଦ୍ଧୁ, ଲଳିତା ମୁଦୁଲି, ସନ୍ଧ୍ୟାରାଣୀ ସାହୁ,ଲଲାତି ଟପ୍ପୋ, ଏମ୍ ଡି ଜିସାନ, ନମିତା ଆଚାର୍ଯ୍ୟ, ନୀଲମ ରତ୍ନାକର, ପୁନମ କାପୁର,ପି କେ ପତି,ପ୍ରୀତମ ସରକାର,ପ୍ରିୟଙ୍କା ସରକାର, ରଶ୍ମି ନାୟକ, ସଞ୍ଜୟ ମହାନ୍ତି, ସୁନିଲ ପଣ୍ଡା,ସୁଚିସ୍ମିତା ଚିନ୍ନରା,ସୁରଜ ନାୟକ, ଅସୀମା ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସମ୍ପାଦକ ରୋଟାରିଆନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଘର ଭୁଶୁଡି ଚାପି ହୋଇ ଜଣେ ମୃତ, ପୋଲିସର ତଦନ୍ତ ଜାରି

masiha

ପବିତ୍ର ବୁକ୍ସ ଏଡୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଧା ଅନ୍ୱେଷଣ ପରୀକ୍ଷା ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ

Sunil Chandra Nayak

ଆଭାସୀ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!