ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରତିଯୋଗୀତା 

ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରତିଯୋଗୀତା 

ଡାବୁଗାଁ, ୨୨/୧ (ମ.ନ.ସ.)- ବୁଧବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସରକାରୀ (ନୂତନ) ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି | ଏଥିରେ ୧୦୦ମି॰ଦୌଡ, ଲମ୍ବ ଡିଆଁ, ଦୌଡି ଡିଆଁ, କୁଇଜ, ବକୃତା, ଚିତ୍ରାଙ୍କନ, ସଙ୍ଗୀତ ଓ ପ୍ରବନ୍ଧ ଆଦି ପ୍ରତିଯୋଗୀତା ଅନିଷ୍ଠିତ ହୋଇଥିଲା | ଏଥିରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ଙ୍କ ତତ୍ଵାବଧାନରେ ଶିକ୍ଷୟତ୍ରୀ ଗିରିଶବାଳା ଜେନା, ସୁଜ୍ଞାନୀ ବେହେରା, ପ୍ରମିଳା ମାଝି ବର୍ଷାରାଣୀ ରାଉତ, ଖେଳ ଶିକ୍ଷକ ହେମନ୍ତ କୁମାର ସାମଲ, ଭାଗବତ ପ୍ରସାଦ ମୁର୍ମୁ, ନବୀନ କୁମାର ନାଗେଶ, ଶିକ୍ଷକ ବିଶ୍ଵେଷ କୁମାର ତ୍ରିପାଠୀ, ଜିତେନ୍ଦ୍ର କୁମାର ମାଝୀ, ବିକାଶ ରଞ୍ଜନ ନିଶଙ୍କ, ଉମେଶ ପାତ୍ର, ହେମନ୍ତ କୁମାର ପଣ୍ଡା ଏବଂ ଶିକ୍ଷୟତ୍ରୀ ଶିକ୍ଷକ ମାନେ ପ୍ରତିଯୋଗୀତା ପରିଚାଳନା କରିଥିଲେ | ଏଥିରେ କୃତକାର୍ଯ୍ୟ ଛାତ୍ରୀଛାତ୍ର ମାନଙ୍କୁ ସାଧାରଣତନ୍ତ୍ର ଦିବସ ଦିନ ପୁରସ୍କୃତ କରାଯିବ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ତିରିଂରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ବାରା ଭାଷୀ ମାଧ୍ଯମରେ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଉଦଘାଟନ ସମାରୋହ 

masiha

ଜନସୁରକ୍ଷା ଯୋଜନା ଉପରେ ସଚେତନତା ଶିବିର

ଅଜଣା ବ୍ୟକ୍ତିର ଶବ ଉଦ୍ଧାର

Leave a Comment

error: Content is protected !!