ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଦୁଇଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଦୁଇଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

ରାଉରକେଲା:ରାଉରକେଲା ସହରର ପାନପୋଷଠାରେ ଥିବା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ସରକାରୀ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ସମ୍ପନ୍ନ ହୋଇଛି। ମଙ୍ଗଳବାର ପୂର୍ବାହ୍ନରେ ମହାବିଦ୍ୟାଳୟ ପରିସରରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସସ୍ମିତା ସାମଲ କ୍ରୀଡ଼ା ପତାକା ଉତ୍ତୋଳନ ସହ ଉଦ୍‌ଘାଟନ କରିଥିଲେ। କ୍ରୀଡ଼ା ସଂସଦର ଉପସଭାପତି ଅଧ୍ୟାପକ ପ୍ରଶାନ୍ତ ସେଠୀଙ୍କ ନେତୃତ୍ବ ଏବଂ କ୍ରୀଡ଼ା ଶିକ୍ଷୟିତ୍ରୀ କ୍ୟାପ୍‌ଟେନ ମୀନା ଦାସଙ୍କ ସହଯୋଗରେ ପ୍ରଥମ ଦିନର କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ଦୌଡ଼କୁଦ ସହିତ ଅନ୍ୟାନ୍ୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବୁଧବାର ଏହି ଦୁଇଦିନିଆ କ୍ରୀଡ଼ା ମହୋତ୍ସବର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ବିଶ୍ରାମୁଣ୍ଡା ଦୌଡ଼କୁଦ ଷ୍ଟାଡିୟମ୍‌ର ବରିଷ୍ଠ ପ୍ରଶିକ୍ଷକ ଶିବ ପ୍ରସାଦ ମିଶ୍ର ଯୋଗଦେଇଥିଲେ। ଶ୍ରୀ ମିଶ୍ର ଏହି ଅବସରରେ ଷ୍ଟାଡିୟମ୍‌ରେ ଦିଆଯାଉଥିବା ବିଭିନ୍ନ ଦୌଡ଼କୁଦ ପ୍ରଶିକ୍ଷଣ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହିତ ଛାତ୍ରଛାତ୍ରୀମାନେ ପାଠପଢ଼ା ସହିତ ବିଭିନ୍ନ ପ୍ରକାରର କ୍ରୀଡ଼ାରେ ଭାଗନେବା ସହ କ୍ରୀଡ଼ାକୁ ନେଇ ବିଭିନ୍ନ ସାମ୍ଭାବ୍ୟ କ୍ୟାରିଅର ସମ୍ପର୍କରେ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସସ୍ମିତା ସାମଲଙ୍କ ପୌରହିତ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଉତ୍ସବର ମୁଖ୍ୟ ସଂଯୋଜକ ଅଧ୍ୟାପକ ପ୍ରଶାନ୍ତ କୁମାର ସେଠୀ, କ୍ରୀଡ଼ା ସଂସଦର ଉପାଧ୍ୟକ୍ଷ ମୁରଲି ମୋହନ ବାରିକଙ୍କ ସମେତ ଅଧ୍ୟାପିକା ଡ. ରଞ୍ଜିତା ଓରାମ, ରଜନୀ କିସାନ, ଅଶୋକ କୁମାର ମିଞ୍ଜଙ୍କ ସମେତ ବରିଷ୍ଠ ପ୍ରଶିକ୍ଷିକା ବିଭା ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଡ. ସାମଲ ତାଙ୍କ ବକ୍ତବ୍ୟରେ ବିଦ୍ୟାର୍ଥୀଙ୍କ ଜୀବନରେ କ୍ରୀଡ଼ାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ କ୍ୟାପ୍‌ଟେନ୍‌ ମୀନା ଦାସ କ୍ରୀଡ଼ା ସମ୍ପର୍କୀତ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ଦୁଇଦିନିଆ କ୍ରୀଡ଼ା ପ୍ରତିଯୋଗିତାର ୨୧୩ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି କ୍ରୀଡ଼ା ଉତ୍ସବରେ ହୋଇଥିବା ବିଭିନ୍ନ କ୍ରୀଡ଼ାପ୍ରତିଯୋଗୀଙ୍କ ମଧ୍ୟରୁ ଯୁକ୍ତ ଦୁଇ ବର୍ଗରେ ଜିଜ୍ଞାସା ଦାସ ବାଳିକା ବିଭାଗରେ ଏବଂ ଆଲୋକ ଓରାମ ବାଳକ ବିଭାଗରେ ଚମ୍ପିୟାନ ହୋଇଥିଲେ। ସେହିଭଳି ସ୍ନାତକ ଓ ସ୍ନାତକୋତ୍ତର ବର୍ଗରେ ପୁରୁଷ ବର୍ଗରେ ମାଇକେଲ ଲୁଗୁନ ଏବଂ ମହିଳା ବର୍ଗରେ ଅଞ୍ଜଳି ସିଂହ ଚମ୍ପିୟାନ ହୋଇ ପୁରସ୍କୃତ ହୋଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ବୈଷୟିକ ପରାମର୍ଶଦାତାଭାବେ ପୂର୍ବତନ କ୍ରୀଡ଼ା ଶିକ୍ଷକ ଅସିତ କୁମାର ଦାସଙ୍କ ସମେତ ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସୁବ୍ରତ କୁମାର ଭଞ୍ଜ, ଦୌଡ଼କୁଦ ପ୍ରଶିକ୍ଷକ ରାଜେନ ଏକ୍କା ଏବଂ ଭିନସେନ ସମାଦ ସକ୍ରୀୟ ସହଯୋଗ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପିକା ମମତା ବାକ୍ସଲା ଓ ରଜନି କିସାନଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ଅଧ୍ୟାପିକା ଲିଲି ପ୍ରେମା ମିଞ୍ଜ, ରାଧା କୁମାରୀ, ଚହ୍ନାତି ତିର୍କୀ, ଜୟନ୍ତ କୁମାର ସାମନ୍ତରାୟ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ-୨୦୨୬ର ଶୁଭାରମ୍ଭ

Sunil Chandra Nayak

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

“ସୁବର୍ଣ୍ଣରେଖା “ଓ “ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ” ଆନୁକୁଲ୍ୟରେ “ଫକୀରମୋହନ ଜୟନ୍ତୀ ଓ ୨୭ତମ ବାର୍ଷିକ ଉତ୍ସବ” ପାଳନ

masiha

Leave a Comment

error: Content is protected !!