ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁମ୍ଭାରୀପୁଟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ l ଯୋଗଦେଲେ ରାୟଗଡ଼ା ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର୍

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁମ୍ଭାରୀପୁଟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ l ଯୋଗଦେଲେ ରାୟଗଡ଼ା ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର୍

କୋରାପୁଟ :- କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ଅନ୍ତର୍ଗତ କୁମ୍ଭାରୀପୁଟ ଗ୍ରାମରେ ଅବସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାୟଗଡ଼ା ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର୍ ଖରା ମହୋଦୟ ଯୋଗ ଦେବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ସମ୍ମାନନୀୟ ଅତିଥି ଭାବେ ବନ୍ଧୁଗାଁ ବ୍ଲକ୍ ଗୋଷ୍ଟି ଉନ୍ନୟନ ଅଧିକାରୀ, ବ୍ଲକ୍ ଅଧକ୍ଷା, ବନ୍ଧୁଗାଁ ପଞ୍ଚାୟତ ର ସରପଞ୍ଚ ମୋହାଦୟା, ସରପଲ୍ଲି ସମିତି ସଭ୍ୟ, ପ୍ରଧାନ ଶିକ୍ଷକ ଅଧ୍ୟକ୍ଷ ତରାଇ ବାବୁ ସହ ଗ୍ରାମର ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ l ପରବର୍ତୀ ସମୟରେ ସେହି ବିଦ୍ୟାଳୟର କୃତିତ୍ୱ ଲାଭ କରିଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଅତିଥି ଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାୟଗଡ଼ା ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର୍ କିଭଳି ଭାବରେ ଛାତ୍ର ଛାତ୍ରୀ ମାନେ ଶିକ୍ଷା ଲାଭ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମଧ୍ୟ ଆଗ୍ରହ ରହିବ ତାହା ଉପରେ ଉଦବୋଧନ ଦେଇଥିଲେ ଏବଂ ଭବିଷ୍ୟତ ରେ କିଭଳି ସମସ୍ତ ଛାତ୍ର ଛାତ୍ରୀଙ୍କ ବିକାଶ ହେବ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଏହି ବିଦ୍ୟାଳୟ ର ଅନେକ ଛାତ୍ର ଛାତ୍ରୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିବା ସହ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ l ଅତ୍ୟନ୍ତ ସୁନ୍ଦର ଓ ମନମୋହିତ ଏବଂ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବାରୁ ଆଖ ପାଖ ଅଞ୍ଚଳରୁ ଆସିଥିବା ଦର୍ଶକ ବଡ଼ ଆନନ୍ଦ ର ସହିତ ଏହି କାର୍ଯ୍ୟକ୍ରମକୁ ଉପଦ୍ଭୋଗ କରିଥିଲେ l ଏଠାକୁ ଆସିଥିବା ସମସ୍ତ ଦର୍ଶକ ଓ ଅଭିଭାବକ ଙ୍କ ପାଇଁ ବିଦ୍ୟାଳୟ ତରଫରୁ ଭୋଜନ ବ୍ୟବସ୍ଥା ମଧ୍ୟ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ଙ୍କ ସହଯୋଗ କ୍ରମେ କାର୍ଯ୍ୟକ୍ରମ ଟି ସୁଚାରୁରୂପେ ସମାପନ ହୋଇଥିଲା l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଓଡିଶା ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଅବଦାନ ଅତୁଳନୀୟ,  ନିରୀହ ଥିଲେ ସତ କିନ୍ତୁ ସେମାନଙ୍କ ସଂକଳ୍ପ ଦୃଢ ଥିଲା–ମନ୍ତ୍ରୀ ସାରକା

masiha

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ମିଳିତ ଜାତିସଂଘ ଦିବସ -୨୦୨୫ ପାଳିତ

Sunil Chandra Nayak

ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତା ସମସ୍ତଙ୍କୁ ଉଦ୍ଭାବନ ଅଭିମୁଖୀ କରିବାର ପ୍ରକୃଷ୍ଟ ମଞ୍ଚ

Sunil Chandra Nayak

Leave a Comment

error: Content is protected !!