ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଟି ବଞ୍ଚାଓ ବେଟି ପଢାଓ” ଅଭିଯାନ ର ଦଶବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ସ୍ତରୀୟ ସମାବେଶ

ବେଟି ବଞ୍ଚାଓ ବେଟି ପଢାଓ” ଅଭିଯାନ ର ଦଶବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ସ୍ତରୀୟ ସମାବେଶ 

ନବରଙ୍ଗପୁର:( ତା ୨୨ / ୦୧ /୨୦୨୫)(ରବି ନାରାୟଣ ମହାନ୍ତି)ସମଗ୍ର ଭାରତ ବର୍ଷରେ କନ୍ୟା ସନ୍ତାନ ମାନଙ୍କର ସୁରକ୍ଷା ଓ ସୁନେଲି ଭବିଷ୍ୟତ ଗଠନ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଚାଲୁଥିବା “ବେଟି ବଞ୍ଚାଓ ବେଟି ପଢାଓ” ଅଭିଯାନ ର ଦଶବର୍ଷ ପୂର୍ତ୍ତି ଅବସର ଉପଲକ୍ଷେ ଆଜି ନବରଙ୍ଗପୁରର ମାଝିଗୁଡା ସ୍ଥିତ ନର୍ସିଂ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଟିତ ହୋଇ ଯାଇଛି । ଏହି ଅବସରରେ ଆଜି ସକାଳେ ବିଭିନ୍ନ ସ୍ଲୋଗାନ ସହ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।ଜିଲ୍ଲା ସମାଜ କଲ୍ଯାଣ କାର୍ଯ୍ୟଳୟ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି ଆନୁକୁଲ୍ୟରେ ଅନୁ୍ଷ୍ଠିତ ହୋଇଥିବା ଏହି ଜିଲ୍ଲା ସ୍ତରୀୟ କର୍ମଶାଳାରେ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ମୁଖ୍ଯଅତିଥି ଭାବରେ ଯୋଗଦେଇ ଏହି କର୍ମଶାଳାକୁ ଉଦଘାଟନ କରିଥିଲେ । ସଭା ପୂର୍ବରୁ ଜିଲ୍ଲାପାଳ ଙ୍କ ନେତୃତ୍ୱ ରେ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା।କର୍ମଶାଳାରେ ଜିଲ୍ଲାପାଳ ଡଃ ମହାପାତ୍ର ଜିଲ୍ଲାରେ ପ୍ରତ୍ଯେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନ ର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ଖୁସିର କଥା ଆମ ଜିଲ୍ଲା ନବରଙ୍ଗପୁର ରେ ପୁରୁଷ ମାନଙ୍କ ତୁଳନା ରେ ମହିଳା ମାନଙ୍କ ସଂଖ୍ୟା ଅଧିକ । ଜିଲ୍ଲାରେ ବାଳିକା ମାନଙ୍କ ପ୍ରତି ଆମର ପାରମ୍ପରିକ ଚିନ୍ତା ଧାରା ପରିବର୍ତ୍ତନ ଆଣିବା କିଶୋରୀ ମାନଙ୍କର ଶିକ୍ଷାର ଗୁରୁତ୍ଵ ଉପରେ ବ୍ୟାପକ ଭାବରେ ପ୍ରଚାର ଓ ପ୍ରସାର ପାଇଁ ପରାମର୍ଶ ଦେବା ସହିତ ଉପସ୍ଥିତ ନର୍ସିଂ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ଜୀବନରେ ଗୋଟିଏ ଝିଅର ଜୀବନ ବଞ୍ଚାଇବା ପାଇଁ ଆହ୍ଵାନ ଦେଇଥିଲେ । କିଶୋରୀ ମାନେ ନିଜର ଚିନ୍ତାଧାରା ରେ ପରିବର୍ତ୍ତନ ଆର୍ଥିକ କ୍ଷେତ୍ରରେ ସ୍ଵାବଲମ୍ବୀ ହୋଇ ନିଜେ ଜିଲ୍ଲା ପାଇଁ ଉଦାହରଣ ହେବାପାଇଁ ମତବ୍ୟକ୍ତ କରିଥିଲେ । ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଦ୍ରୌପଦୀ କହଁର ବୈଠକ ପ୍ରାରମ୍ଭରେ ସୂଚନା ଦେଇ କହିଥିଲେ ଯେ ଆମ ଜିଲ୍ଲାରେ ଯଦିଓ ପୁରୁଷ ମାନଙ୍କ ତୁଳନା ରେ ମହିଳା ମାନଙ୍କ ସଂଖ୍ୟା ଅଧିକ ତଥାପି ଜିଲ୍ଲାରେ ବାଳିକା ମାନଙ୍କ ର ଶିକ୍ଷା ଓ ବାଲ୍ୟବିବାହକୁ ରୋକିବା ଦିଗରେ ଏହି “ବେଟି ବଞ୍ଚାଓ ବେଟି ପଢାଓ” ଅଭିଯାନ କାର୍ଯ୍ୟ କରୁଛି । ଜିଲ୍ଲାରେ ଆଗାମୀ ଦିନରେ “ବେଟି ବଞ୍ଚାଓ ବେଟି ପଢାଓ” କାର୍ଯ୍ୟକ୍ରମ ଜରିଆରେ ବ୍ୟାପକ ଭାବରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବା ସହିତ ବାଲ୍ୟ ବିବାହକୁ ନା ବିଦ୍ୟାଳୟ କୁ ହଁ ଅଭିଯାନ କୁ ଏହା ତ୍ୱରାନ୍ୱିତ କରିବ ।ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ନିଜର ବକ୍ତବ୍ୟ ରେ ବିଗତ ତିନି ବର୍ଷ ମଧ୍ୟରେ “ବେଟି ବଞ୍ଚାଓ ବେଟି ପଢାଓ” ଅଭିଯାନ ମାଧ୍ୟମ ହୋଇଥିବା କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ ।ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ସମାଜରେ କୃତିତ୍ଵ ଅର୍ଜନ କରିଥବା ମହିଳା ମାନଙ୍କ ର ତ୍ୟାଗ କୁ ସ୍ମରଣ କରାଇବା ସହିତ ବାଳିକା ମାନଙ୍କ ଜୀବନରେ ଶିକ୍ଷା ର ଗୁରୁତ୍ଵ ଉପରେ ଆଲୋକ ପାତ କରିଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ଆନନ୍ଦ ପଲାଇ ବାଳିକା ମାନଙ୍କ ନିମନ୍ତେ କୌଶଳ ଭିତ୍ତିକ ଶିକ୍ଷା ର ଗୁରୁତ୍ଵ ଓ ସରକାରଙ୍କ ଦ୍ଵାରା ବାଳିକା ମାନଙ୍କ ନିମନ୍ତେ ଥିବା କୌଶଳ ଭିତ୍ତିକ ଶିକ୍ଷାର ବିଭିନ୍ନ ଯୋଜନା ଗୁଡିକ ଉପରେ ବୁଝାଇଥିଲେ । ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ମଳୟ କୁମାର ତ୍ରିପାଠୀ ନିଜର ବକ୍ତବ୍ୟରେ ଲିଙ୍ଗ ନିରୂପଣ ଆଇନର ବିଭିନ୍ନ ଦିଗ ଉପରେ ବିଶଦ ଭାବରେ ଆଲୋଚନା କରିବା ସହିତ କିଶୋରୀ ମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ମାଗଣା ସେବା ଗୁଡିକ ଉପରେ ଆଲୋଚନା କରିଥିଲେ । ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଙ୍କ ସଂଯୋଜନାରେ ହୋଇଥିବା ଏହି ସମାବେଶରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ମନୋରମା ମାଝୀ ,ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ରମା ପଟ୍ଟନାୟକ, କାଉନସେଲର ଶର୍ମୀଷ୍ଠା, ସିଡିପିଓ ସସ୍ମିତ ମହାନ୍ତି ,ମିନତୀ ଦେଓ, ନର୍ସିଂ ମହାବିଦ୍ୟାଳୟର ଅଧକ୍ଷ୍ୟା ଅନିତା ବ୍ରହ୍ମା ,ୱାନଷ୍ଟପ ସେଣ୍ଟର ପକ୍ଷରୁ ରଞ୍ଜିତା ସାହୁ , କିଶୋରୀ ପଟ୍ଟନାୟକ , ମିସନ ଶକ୍ତି ହବରୁ ସରିତା ପାଣି, ପ୍ରୀତି ବାଗ,ରବୀନ୍ଦ୍ର ମିଶ୍ର ,ହୀମାନ ଗୌଡ,ପ୍ରଶାନ୍ତ ନାଗ,ସୁମିତ ରାଜମିଶନ ଗ୍ରାହମ ,ସୁସୁମିତା ପାତ୍ର ପ୍ରମୁଖ ବକ୍ତା ମାନେ ସମାଜରେ ମହିଳା ମାନଙ୍କର ସମସ୍ଯା ବିଶେଷ କରି କିଶୋରୀ ବାଳିକା ମାନେ ସେମାନଙ୍କ ଜୀବନରେ ଯେଉଁ ସବୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି ତାହାକୁ ଦୃଢ ଭାବରେ ମୁକାବିଲା କରି ଆଗକୁ ଚାଲିବା ସହିତ , ସେମାନଙ୍କର ମାନବିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ,ସମସ୍ତ ଶିଶୁ କନ୍ୟା ମାନେ ଯେପରି ସମାନ ଭାବରେ ଶିକ୍ଷା ପାଇପାରିବେ ଏହି ସବୁ ବିଷୟରେ ଆଲୋଚନା କରିଥିଲେ । ଶେଷରେ ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କଲେଜ ଛାତ୍ରୀଙ୍କ ଦ୍ବାରା ସ୍ବଚ୍ଛଭାରତ କାର୍ଯ୍ୟକ୍ରମ

Sunil Chandra Nayak

ସରକାରୀ ଡିଗ୍ରୀ କଲେଜ୍ କୋଷାଗୁମୁଡ଼ା ରେ ଇନ୍ନୋଭେସନ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ 

Sunil Chandra Nayak

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗଣ ଦୌଡ଼ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!