ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ

ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ 

କୋରାପୁଟ :- ଲକ୍ଷ୍ମୀପୁର ସ୍ଥିତ ସାଙ୍ଗନା ଉଚ୍ଚ ବିଦ୍ୟାଳୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ଏହି ଅବସରରେ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥବୃନ୍ଦ ବିଦ୍ୟାଳୟର ପଞ୍ଚ ସଖା ଶିକ୍ଷା ସେତୁ ସଭାପତି ମାଧବ କରକରା, ପୁରତାନ ଛାତ୍ର ଭି ନାଗା ରାଜୁ ଓ ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ଫକିର ମୋହନ ସାହୁ ଉପସ୍ଥିତ ରହି ପ୍ରଥମେ ଦୁଇ ମହା ପୁରୁଷଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରି ଛାତ୍ର ଛାତ୍ରୀ ଙ୍କୁ ଦୁଇ ମହା ପୁରୁଷଙ୍କ ଜୀବନୀ ଉପରେ ଆଲୋକ ପାତ କରିବା ସହ ଦେଶ ମାତୃକା ର ସେବା ପାଇଁ ଅନୁପ୍ରାଣିତ ହେବାକୁ ଆହ୍ବାନ ଦେଇ ଥିଲେ। ଏହି ଉପଲକ୍ଷେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ରଙ୍ଗୋଲି ସହ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିବା ବେଳେ ଶିକ୍ଷକ ସପନ କୁମାର ଦୀକ୍ଷିତ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବ୍ଲକସ୍ତରୀୟ ଯକ୍ଷ୍ମା ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ 

masiha

ମହାମହିମ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

masiha

ଅଗମ୍ୟ ଦୁର୍ଗମ ଉପାନ୍ତ ଅଞ୍ଚଳ ରେ ଖଡିଆଳ ବିଧାୟକ 

Sunil Chandra Nayak

Leave a Comment

error: Content is protected !!