ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ପାଠ ପଢାରୁ ପ୍ରେମ, ପ୍ରେମୀ ଯୁଗଳ ହେଲେ ମନ୍ଦିରରେ ବିବାହ, କେଉଁ କାରଣ ଯୋଗୁଁ ଝିଅ ରହିଛି ସଖି ଗୃହରେ 

ବିଦ୍ୟାଳୟ ପାଠ ପଢାରୁ ପ୍ରେମ, ପ୍ରେମୀ ଯୁଗଳ ହେଲେ ମନ୍ଦିରରେ ବିବାହ, କେଉଁ କାରଣ ଯୋଗୁଁ ଝିଅ ରହିଛି ସଖି ଗୃହରେ 

ପ୍ରାଥମିକ ବିଦ୍ୟାଳୟରେ ପାଠପଢା ରୁ ପୁଅ ଝିଅର ପ୍ରେମ ଗଢି ଉଠିଥିଲା। ସେମାନେ ଉଭୟେ ଭଲ ଭାବରେ ଜାଣି ଥିଲେ ସରକାରଙ୍କ ବିବାହ ବୟସ ଆଇନ ।ଏଥିପାଇଁ ପୁଅଝିଅ ଅପେକ୍ଷା କରି ରହିଥିଲେ। ପୁଅ ଝିଅର ପ୍ରେମକୁ ନେଇ ଝିଅର ପିତାମାତା ଜାଣି ଝିଅ କଲେଜରେ ପାଠ ପଢିବା ବେଳେ ଅଜାଣତରେ ଅନ୍ୟ ପୁଅ ସହିତ ବିବାହ ପ୍ରସ୍ତାବ କରି ଥିଲେ। ପ୍ରେମିକ ପୁଅ କିଛି ଟଙ୍କା ରୋଜଗାର ପାଇଁ କେରଳ ରାଜ୍ୟକୁ ଯାଇ ମାତ୍ର ଦୁଇ ମାସ କାମ କରି ଘରକୁ ଫେରି ଆସି ଥିଲେ । ଏହା ପରେ ପୁଅ ଜଣକ ଆଇପା ସ୍ବାମୀ ମାଳା ପରିଧାନ କରି ମନ୍ଦିରକୁ ଦର୍ଶନ କରିବା ପାଇଁ ହାଇଦ୍ରାବାଦ ଯାଉଥିଲେ। ଏହି ସମୟରେ ପ୍ରେମିକା ଯୁବତୀ ଜଣକ ପ୍ରେମିକକୁ ନିଜ ବିବାହ ବିଷୟ ଜାଣି ଫୋନ ମାଧ୍ୟମରେ ଜଣାଇ ଥିଲେ, ତୁମେ ଅତି ଶୀଘ୍ର ଆସ ନଚେତ ମୋ ବାପା ମାଆ ଓ ତୁମ ନାମ ଲେଖି ଆତ୍ମ ହତ୍ୟା କରିବି । ପୁଅ ଜଣକ ମନ୍ଦିର ଦର୍ଶନ ପାଇଁ ଯିବ କଣ ମାଳା ଗୁଡିକ କାଢି ନିଜ ଘରକୁ ଚାଲି ଆସି ଥିଲେ। ଉଭୟେ ପ୍ରେମିକ ପ୍ରେମିକା କାଳ ବିଳମ୍ୱ ନ କରି ବିଶାଖାପାଟଣା ଚାଲି ଯାଇ ଆରଡ଼ା ବିଚ ନିକଟରେ ଥିବା ଦୁର୍ଗା ମନ୍ଦିରରେ ବିବାହ ହୋଇ ଥିଲେ। ଏହି ଘଟଣାଟି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲମଣ୍ଡା ପଞ୍ଚାୟତ ସଦର ଗାଁ ର ଅଟେ।ଝିଅର ବାପା ବନ୍ଧୁଗାଁ ଥାନା ରେ ଝିଅ ନିଖୋଜ ଥିବା ଲିଖିତ ଅଭିଯୋଗ କରିବା ପରେ ପୋଲିସ ଥାନା ଆଇଆଇସି ପ୍ରସନ୍ନ କୁମାର ମିଶ୍ର ପୁଅର ବାପା ଓ ମାଆ ଙ୍କୁ ଥାନା ରଖି ପଚରା ଉଚରା ପରେ ପୁଅ ଝିଅକୁ ଆଣିବାକୁ ଜଣାଇ ଥିଲେ। ପୁଅ ଓ ଝିଅ ଦୁଇ ଜଣ ଥାନାକୁ ଆସିବା ପରେ ଝିଅ ମୋର ବୟସ ହୋଇଛି, ଉଭୟ ଭଲ ପାଉ ଥିଲୁ, ମୋର ସ୍ଵ ଇଚ୍ଛା ରେ ପୁଅ ସହିତ ବିବାହ ହୋଇଛି ବୟାନ ଦେଇଥିଲା । କିନ୍ତୁ ବନ୍ଧୁଗାଁ ଥାନା ଆଇଆଇସି ଝିଅର ପ୍ରାପ୍ତ ବୟସ ହୋଇଥିବା ଜାଣିବା ସ୍ଵତ୍ଵେ ଝିଅ ଓ ପୁଅ କୁ ମାଜିଷ୍ଟଟେ ଙ୍କ ନିକଟରେ ହାଜିର୍ କରାଇ ଝିଅର ବୟାନ ରେକର୍ଡ କରିଥିଲେ। ଆଇନଜିବୀଙ୍କ ଠାରୁ ପ୍ରାପ୍ତ ସୁଚନା ଅନୁଯାଇ ଝିଅର ବୟସ ହୋଇଥିବାରୁ ଝିଅକୁ ଘରକୁ ଛାଡ଼ି ଦେବା ପାଇଁ ଥାନା ଆଇଆଇସି ଙ୍କୁ ଆଦେଶ ଦେଇ ଥିଲେ। କିନ୍ତୁ ଥାନା ଆଇଆଇସି ଝିଅର ପିତା ମାତା ଓ ସମ୍ପର୍କୀୟଙ୍କ ଭିତରୀୟା ସଲା ସୂତରାରେ ଝିଅକୁ ନ ଛାଡ଼ି ସଖି ଗୃହରେ ରଖିଥିବା ଜାଣିବାକୁ ମିଳିଛି । ଏହାକୁ ନେଇ ପୁଅ ଘର ତରଫରୁ ଝିଅର ବୟସ ଠିକ ଥିବା ବେଳେ ତାକୁ ନ ଛାଡ଼ି ସଖି ଗୃହରେ କାହିଁକି ନେଇ ରଖିଛନ୍ତି ଥାନା ଆଇଆଇସି ଙ୍କ ନାମରେ ମାଜିଷ୍ଟ୍ରେଟ ଙ୍କ ନିକଟରେ କେଶ କରିଥିବା ଜଣାପଡିଛି। ଏହାକୁ ନେଇ ଆମ ଗଣମାଧ୍ୟମ ପ୍ରତିନିଧି ଥାନା ଆଇଆଇସି ଙ୍କୁ ସାକ୍ଷାତ କରି ଘଟଣାର ସତ୍ୟତା ଜାଣିବାକୁ ପାଇଲୁ, ଝିଅ କୁ ବାପା ମାଆ ଙ୍କ ଘରକୁ ଯିବା ପାଇଁ ଜଣାଇବା ରୁ ମୋର ଜୀବନ ପ୍ରତି ବିପଦ ରହିଛି ଏଣୁ ମୁଁ ବାପା ମାଆ ଙ୍କ ଘରକୁ ଯିବି ନାହିଁ କିନ୍ତୁ ସ୍ବାମୀ ଘରକୁ ଫେରି ଯିବି କହିଥିବା ଜଣାଇ ଥିଲେ । ଏଥି ପାଇଁ ମୁଁ ଝିଅକୁ ସଖି ଗୃହରେ ଛାଡ଼ି ଲେଖିତ ଚିଠି ଆଣିଥିବା ସହ ବିଚାରପତିଙ୍କ ୨୪ ତାରିଖରେ ଆସିବା ପରେ ବିଚାରପତି ଯାହା ସୁଣାଇବେ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାଇ ଥିଲେ। ଏପଟେ ପୁଅ  ଜାତି ୟାଣ ଭେଦଭାବ  ଯୋଗୁଁ ଝିଅକୁ ଲୁଚାଇ ରଖିଥିବା ନେଇ ପୁଅ ଆତ୍ମହତ୍ୟା କରିବାକୁ ଧମକ ଦେଇଛି।ପ୍ରେମ ଜାତି କୁ ଦେଖେ ନାହିଁ ଆମେ ଶିକ୍ଷିତ ସମାଜ ଏହି ପ୍ରକାର ପ୍ରେମ ବିବାହକୁ ଉତ୍ସାହିତ କରି ସ୍ବାମୀ ସ୍ତ୍ରୀ ଭାବେ ରହିବାକୁ ନ୍ୟାୟ ଦେବା ଉଚିତ।

  ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ବିଦ୍ୟାଳୟ ପାଇଁ ଛାତ୍ର ଗଢିଲେ ଗଣେଶ ମୂର୍ତ୍ତି 

masiha

ଓଡ଼ିଶା ୟୁଏସ୍ଆଇ ସଂଗଠନ ଓ ଜାମଦା ଥାନା ପକ୍ଷରୁ ବିଭିନ୍ନ ପ୍ରକାରର ସରବତ ବଣ୍ଟନ

ଝରାଡିହି ଵହଳଦା ରୋଡ଼ ଷ୍ଟେସନରେ ଟ୍ରେନ ଦୁର୍ଘଟଣାରେ ବୃଦ୍ଧ ମୃତ

masiha

Leave a Comment

error: Content is protected !!