ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ: ରବି ଋତୁ ପାଇଁ ଫସଲ ଯୋଜନା 

ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ: ରବି ଋତୁ ପାଇଁ ଫସଲ ଯୋଜନା 

ନବରଙ୍ଗପୁର:( ତା୨୨.୦୧.୨୦୨୫)(ରବି ନାରାୟଣ ମହାନ୍ତି) ଗତ କାଲି ୨୧.୧.୨୦୨୫ ତାରିଖ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନବରଙ୍ଗପୁର ଜିଲ୍ଲାରେ ରବି ଋତୁ ୨୦୨୪-୨୫ ପାଇଁ ଫସଲ ଯୋଜନା ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।ଏହି ସଭାରେ ନବରଙ୍ଗପୁରର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପି ଭି ରମଣ ରାଓ ବୈଠକରେ ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ କରିଥିଲେ l

ରବି ରଣନୀତି ବୈଠକରେ ସ୍କୀମ ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ କୃଷି ବିଭାଗର ସମସ୍ତ ଯୋଜନା ବିଷୟରେ ଏଜେଣ୍ଡା ଅନୁଯାୟୀ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ଉଦ୍ୟାନ, ଜଳଛାୟା ଏବଂ ଜଳସେଚନ ବିଭାଗର ଯୋଜନା ଅଧିକାରୀ ମଧ୍ୟ ସେମାନଙ୍କର ଯୋଜନା ବିଷୟରେ ସଭାରେ ଉପସ୍ଥାପନ କରିଥିଲେ।ଜିଲ୍ଲାପାଳ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ପାଇଁ ଯେଉଁ ବ୍ୟବସ୍ଥା ରହିଛି, ତାହା ସଠିକ ଭାବେ ପାଳନ ଏବଂ ନକଲି ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ସେ ଚାଷୀମାନଙ୍କୁ ପଂଜିକୃତ ବିହନ, ସାର ଏବଂ କୀଟନାଶକ ଯୋଗାଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସେ ବିଭିନ୍ନ ବାଣିଜ୍ୟିକ ଫସଲର ଏକ ତୁଳନାତ୍ମକ ତଥ୍ୟ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲାରେ କ୍ଷୁଦ୍ର, ମଧ୍ୟମ ଏବଂ ବଡ ଚାଷୀ କୁ ମିଶାଇ ମୋଟ ୧୯୭୧୮୫ ଜଣ ଥିବା ବେଳେ ଖରିଫ ଋତୁ ପାଇଁ ଜଳସେଚିତ ଚାଷ ଜମି ୮୪,୨୧୨ ହେକ୍ଟର ଏବଂ ଅଣ ଜଳସେଚିତ ୧,୦୪,୭୫୮ ହେକ୍ଟର ରହିଛି। ରବି ଋତୁ ପାଇଁ ଜଳସେଚିତ ଚାଷ ଜମି ୪୯୨୭୨ ହେକ୍ଟର ଅଣ ଜଳସେଚିତ ଜମି ୧୭୭୩୮ ରହିଛି।ଜିଲ୍ଲାରେ ରବି ଋତୁ ୨୦୨୫ ପାଇଁ ମାଣ୍ଡିଆ, ପନିପରିବା,ଆଖୁ,କ୍ଷୁଦ୍ର ଶସ୍ୟ, ମୁଗ, ବିରି,ତୈଳବୀଜ ଇତ୍ୟାଦି ର ୬୭୦୧୦ ହେକ୍ଟର ଜମି ରେ ଚାଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।ସେଭଳି ବିହନ , ସାର, ଜୈବ ସାର, ଜଳ ସେଚନ,ପୋକ ନିୟନ୍ତ୍ରଣ,ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା,କୃଷି ଯନ୍ତ୍ରପାତି,ଜଳନିଧି,ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା,ମୁଖ୍ୟମନ୍ତ୍ରୀ ମକା ମିଶନ, ଶ୍ରୀଅନ୍ନ ଅଭିଯାନ,ପି ଏମ କିଷାନ,ଉଦ୍ୟାନ କୃଷି ର ବିଭିନ୍ନ ସ୍କୀମ୍, ଜଳଛାୟା ଉପରେ ବିଶେଷ ଆଲୋଚନା ହୋଇଥିଲା।ଜିଲ୍ଲାପାଳ ଲାଭଜନକ ଚାଷ ଉପରେ ଗୁରୁତ୍ବ ଦେବାକୁ କହିଥିଲେ।ଜିଲ୍ଲାରେ ମକା ଉତ୍ପାଦନ ଓ ଅନ୍ୟ ଚାଷରେ ଚାଷୀମାନେ ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା ବହୁଳ ପରିମାଣରେ ରାସାୟନିକ ସାର ବ୍ୟବହାର କରୁଛନ୍ତି ଯାହାକି ଭବିଷ୍ୟତରେ ଜମି ଅନୂର୍ବରତା ଓ କମ୍ ଉତ୍ପାଦନର କାରଣ ହେବ ବୋଲି ସ୍କିମ୍ ଅଧିକାରୀ ବୈଠକ ରେ କହିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସ୍ବସ୍ତି ସାହିତ୍ୟ ସଂସଦର କଥା କବିତାୟନ ଆସନ୍ତା ୧୧ ଓ ୧୨ତାରିଖରେ

Sunil Chandra Nayak

ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିର ରେ ଗାନ୍ଧୀ ଜୟନ୍ତୀ ପାଳିତ

masiha

ଧୂମାଭଟା ସରପଞ୍ଚ ବନମାଳୀ ନାୟକ ସମାଜ ସେବାରେ ଆଗେ 

masiha

Leave a Comment

error: Content is protected !!