ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

ନବରଙ୍ଗପୁର:(୨୧/୦୧/୨୦୨୫)(ରବି ନାରାୟଣ ମହାନ୍ତି) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ନୋଡାଲ ସରକାରୀ ଉଚ୍ଚ ମାଧ୍ୟମିକ, ବିକ୍ରମପୁର ସମ୍ମିଳନୀ କକ୍ଷରେ “କର୍ମ କ୍ଷେତ୍ରରେ ମହିଳା ମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ଓ ତାର ପ୍ରତିରୋଧ, ନିଷେଧ ଏବଂ ପୁନ ନିର୍ମାଣ ଆଇନ ୨୦୧୩ ” ଓ ବରିଷ୍ଟ ନାଗରୀକ ମାନଙ୍କର ଅଧିକାର ଓ କର୍ତ୍ତବ୍ୟ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଚ୍ଛାୟତ ମଞ୍ଚାସୀନ ହୋଇଥିଲେ lଏଠାରେ ଅନ୍ୟାନ୍ୟ ଅତିଥି ଭାବେ ଉପ ଭାରପ୍ରାପ୍ତ ଅଧିକ୍ଷକ ଶ୍ରୀମତୀ ଦିବ୍ୟ କାନ୍ତି ଲାକ୍ରା, ପାନେଲ ଲୟାର ଶ୍ରୀମତୀ କିଶୋରୀ ପଟ୍ଟନାୟକ, ସ୍କୁଲର ପ୍ରଧାନ ଶିକ୍ଷକ ନୀଳକଣ୍ଠ ବେହେରା, ସଖୀ ସେନ୍ଟର ପରାମର୍ଶ ଦାତା ସ୍ମରଣିକା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ପିଲା ମାନଙ୍କ ପାଇଁ ଥିବା ବିଭିନ୍ନ ଆଈନ ବିଷୟରେ ସଚେତନ କରାଇଥିଲେ । ଶେଷରେ ନୋଡାଲ ସରକାରୀ ଉଚ୍ଚ ମାଧ୍ୟମିକ, ବିକ୍ରମପୁର ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନୀଳକଣ୍ଠ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଈନ ସେବା ପ୍ରାଧିକରଣ ଦ୍ଵାରା ପରିଚାଳନା କରାଯାଇଥିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଵହଳଦାରେ ଅବକାରୀ ବିଭାଗ ତରଫରୁ ନିଶାଦ୍ରବ୍ୟ,ଅପମିଶ୍ରିତ ଖାଦ୍ୟ ଏବଂ ବିଷାକ୍ତ ମାଦକ ଦ୍ରଵ୍ଯ ବିରୋଧରେ ସଚେତନତା ରଥ ଗଡିଲା

masiha

ବସ କର୍ମଚାରୀଙ୍କୁ ମାଡ ମାରିଥ‌ିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି 

masiha

ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସ୍ବାଧିନ ଫେଡେରସନ୍ ଓ ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!