ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ୍ ସ୍ତରୀୟ ମାଣ୍ଡିଆ ମଣ୍ଡିର ଶୁଭ ଉଦ୍ଘାଟନ, ତେନ୍ତୁଳିଖୁଣ୍ଟି

ବ୍ଲକ୍ ସ୍ତରୀୟ ମାଣ୍ଡିଆ ମଣ୍ଡିର ଶୁଭ ଉଦ୍ଘାଟନ, ତେନ୍ତୁଳିଖୁଣ୍ଟି

ତେନ୍ତୁଳିଖୁଣ୍ଟି ୨୪/୦୧/୨୫ // ଆଜି ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ଗୌଡଗୁଡ଼ା ଠାରେ ଶ୍ରୀ ଅନ୍ନ ଅଭିଯାନ ତଥା ଓଡ଼ିଶା ମିଲେଟ୍ସ ମିଶନ ତରଫରୁ ଅଗ୍ରଗାମୀ ଅଫିସ ପ୍ରାଙ୍ଗଣରେ ବ୍ଲକ୍ ସ୍ତରୀୟ ମାଣ୍ଡିଆ ମଣ୍ଡି ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଧକ୍ଷା ନିଳେନ୍ଦ୍ରୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ସମ୍ମାନନୀୟ ଅତିଥି ଭାବରେ ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଯୋଗଦେଇ ଏହାକୁ ସଫଳ କରିଥିଲେ । 

ଶ୍ରୀ ଅନ୍ନ ଅଭିଯାନ ର ବ୍ଲକ୍ ସଂଯୋଜକ ନିଶାନ୍ତ କୁମାର ବିଷୋୟୀ ଏହାକୁ ପରିଚାଳନା କରିଥିଲେ । ସମସ୍ତ ଅତିଥି, ମାଣ୍ଡିଆ ଚାଷୀ, କୃଷି ବିଭାଗ, ଅଗ୍ରଗାମୀ ଏନ ଜି ଓ ର କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ବ୍ଲକ୍ ଅଧ୍ୟକ୍ଷା ଏବଂ ବିଡ଼ିଓ ରିବନ୍ କାଟି ଏହାକୁ ଉଦ୍ଘାଟନ କରିଥିଲେ। ଚଳିତ ବର୍ଷ ମାଣ୍ଡିଆ ର ସର୍ବାଧିକ ମୂଲ୍ୟ କ୍ଵିଣ୍ଟାଲ ପିଛା 4500/- ଟଙ୍କା ଧାର୍ଯ୍ୟ କରାଯାଇଛି ଏବଂ ତେନ୍ତୁଳିଖୁଣ୍ଟି ବ୍ଲକ୍ କୁ ସର୍ବମୋଟ 2400 କ୍ଵିଣ୍ଟାଲ ମାଣ୍ଡିଆ କ୍ରୟ ର ଲକ୍ଷ୍ୟ ପ୍ରଦାନ କରାଯାଇଛି ବୋଲି କହିଛନ୍ତି ଶ୍ରୀ ଅନ୍ନ ଅଭିଯାନ ର ବ୍ଲକ୍ ସଂଯୋଜକ ନିଶାନ୍ତ ବିଷୋୟୀ । 

ବ୍ଲକ୍ ରେ ବର୍ତମାନ ୭୮୦ଜଣ ଚାଷୀ ମଣ୍ଡି ପଞ୍ଜିକରଣ କରିସାରିଛନ୍ତି ଏବଂ ମଣ୍ଡି ପଞ୍ଜିକରଣ ର ଶେଷ ତାରିଖ ହେଉଛି ଚଳିତ ଜାନୁଆରୀ ୩୧ । ବ୍ଲକ୍ ର ସମସ୍ତ ଚାଷୀ ଙ୍କୁ FAQ ମାନର ମାଣ୍ଡିଆ ଆଣିବା ପାଇଁ ଉପଦେଶ ଦେଇଛନ୍ତି ବିଡ଼ିଓ ଏବଂ କେମିତି ବ୍ଲକ୍ ରେ ମଣ୍ଡି ସୁରୁଖୁରୁରେ ଅନୁଷ୍ଠିତ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଅଗ୍ରଗାମୀ ସଂସ୍ଥା ର କର୍ମକର୍ତ୍ତା ଏବଂ ଶ୍ରୀ ଅନ୍ନ ଅଭିଯାନ ର ଷ୍ଟାଫ୍ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ଅନ୍ୟମାନଙ୍କ ମଧ୍ୟରେ ଅଗ୍ରଗାମୀ ର ପ୍ରକଳ୍ପ ନିର୍ଦ୍ଦେଶକ ଜଗନ୍ନାଥ ଜେନା, ଟିଡିସିସି ର ମାର୍କେଟିଂ ମ୍ୟାନେଜର ପ୍ରକାଶ ଦାସ, ବ୍ଲକ୍ କୃଷି ଅଫିସ୍ ରୁ ଓଭରସୀୟର ଧୀରେନ କୁମାର ବେନ୍ୟା, ବନ୍ଦିତା ମହାରଣା, ଅତିରିକ୍ତ ଜିଲ୍ଲା ସଂଯୋଜକ ସୁଜିତ୍ କୁମାର ପ୍ରଧାନ, ନବଗାମୀ କୃଷକ ଉତ୍ପାଦକ କମ୍ପାନୀ ରୁ ଅଶ୍ଵିନୀ ନାୟକ, ହିମାଂଶୁ ଦଳେଇ, ସୋମାଇ ମାଝୀ ଏବଂ ଗୁଲା ଭୋଇ ଆଦି ପ୍ରମୁଖ ଭାବରେ ଉପସ୍ଥିତ ଥିଲେ ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

୩ମାସର ଚାଉଳ ବଣ୍ଟନ ମହଲତ ଆଜି ଶେଷ, ୩ପଞ୍ଚାୟତ ପାଇଲେ ୩ପାଇଲେ ନି

Sunil Chandra Nayak

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଆଭାସି ମାଧ୍ୟମରେ ସାନ୍ଦୁଲ୍ ଜଳ ସେଚନ ପ୍ରକଳ୍ପ ର ଉଦ୍ଘାଟନ ଏବଂ ପାଇପ ଯୋଗେ ଭୂତଳ ଜଳସେଚନର ଭିତ୍ତିପ୍ରସ୍ତର ସ୍ଥାପନ

masiha

କର୍ଲାପଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଜନ୍ମାଷ୍ଟମୀ ଉତ୍ସବ ପାଳନ

masiha

Leave a Comment

error: Content is protected !!