ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

ସଡକ ସୁରକ୍ଷା ସଚେତନା ଶୋଭାଯାତ୍ରା

ସଡକ ସୁରକ୍ଷା ସଚେତନା ଶୋଭାଯାତ୍ରା

ଆସିକା, ୨୫/୧/୨୫ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସ୍ଥାନୀୟ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ କ୍ରସ ଶାଖା ଓ ଧରାକୋଟ ଥାନା ର ମିଳିତ ଆନୁକୁଲ୍ୟରେ ଶନିବାର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ମହାବିଦ୍ୟାଳୟ ଠାରୁ ପଦ ଯାତ୍ରାରେ ବାହାରି ଧରାକୋଟ ଗ୍ରାମ ପରିକ୍ରମା କରି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ପହଞ୍ଚି ବାଇକ୍ ଆରୋହୀ,କାର ଚାଳକ ମାନଙ୍କୁ ଗୋଲାପ ଫୁଲ ଦେଇ ସଚେତନା କରିବା ସହ , ସିଟ ବେଲ୍ଟ ବାନ୍ଧିବା ,ଗାଡ଼ି ଚାଳନା ସମୟରେ ମୋବାଇଲ୍ ବ୍ୟବହାର ନକରିବା ଏବମ ମଦ୍ୟ ପାନ କରି ଗାଡ଼ି ନଚଳାଇବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ,ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ ପଟ୍ଟନାୟକ,ଅଧ୍ୟାପକ ବଳରାମ ସ୍ୱାଇଁ , ଏସ ଆଇ ବାଲ୍ମୀକି ପ୍ରଧାନ, ଏ ଏସ ଆଇ ଅଭିମନ୍ୟୁ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ । ସମସ୍ତ ଛାତ୍ର ଓ ଛାତ୍ରୀ,ଅଧ୍ୟାପକ ଏବମ ଥାନା ର ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ କୁ ବ୍ୟାପକ କରାଯିବା ସହ ଅମାନିଆ ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ବିଶ୍ଵକର୍ମା ଜୟନ୍ତୀ ଏବଂ ରାଷ୍ଟ୍ରୀୟ ଶ୍ରମ ଦିବସ ପାଳନ

masiha

ଭାଗବତ ପ୍ରସାଦ ଙ୍କ ଗଳ୍ପ = ତଥାପି ଅନ୍ଧାର

Sunil Chandra Nayak

ଅବ୍ୟବସ୍ଥା ଘେରରେ କଳାହାଣ୍ଡି ଜିଲ୍ଲା ସଡକ ପରିବହନ ନିଗମ

masiha

Leave a Comment

error: Content is protected !!