ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

କବିସୌରଭ କୈଳାଶଚନ୍ଦ୍ର ବେହେରା ଙ୍କ ଗଳ୍ପ = ବୁଢ଼ୀ ଅସୁରୁଣୀ ଗପ 

ଗଳ୍ପ -୧ 

  ବୁଢ଼ୀ ଅସୁରୁଣୀ ଗପ 

                 କବିସୌରଭ କୈଳାଶଚନ୍ଦ୍ର ବେହେରା

   ଵହୁ ବର୍ଷ ପୂର୍ବେ ଗୋଟିଏ ପାହାଡ଼ ନିକଟରେ ଛୋଟ ଗାଁଟିଏ ଥିଲା ।ସେହି ଗାଁ’ ରେ ପ୍ରାୟ ୫୦ ଗୋଟି ପରିବାର ବାସ କରୁଥିଲେ । ଗୋଟିଏ ପରିବାରରେ ବାପା ,ମାଆ ଓ ଗୋଟିଏ ଝିଅ- ଏମିତି ତିନିଜଣ ରହୁଥାନ୍ତି । ଝିଅଟିର ନାମ କମଳା । ଦେଖିବାକୁ ଭାରି ସୁନ୍ଦରୀ । ଡଉଲ ଡାଉଲ ଚେହେରା ।ସତେ ଯେମିତି ଗୋଟିଏ ଚାଉଳରେ ଗଢ଼ା ।

     କମଳା ପ୍ରତିଦିନ ସାଙ୍ଗସାଥୀଙ୍କ ସହ ଗାଁ ନିକଟରେ ଥିବା ନଦୀକୁ ଗାଧୋଇବାକୁ ଯାଏ ।ଦିନେ ସାଙ୍ଗ- ମାନେ ନଥିଲେ । ସେଦିନ କମଳା ଏକୁଟିଆ ନଦୀକୁ ଗଲା । ନଦୀରେ ଗାଧୁଆ ପାଧୁଆ ସାରି ଫେରିଲା ବେଳକୁ ପାହାଡ଼ ଆରପଟେ ରହୁଥିବା ଗୋଟିଏ ବୁଢ଼ୀ ଅସୁରୁଣୀର ନଜର ତା ଉପରେ ପଡ଼ିଲା ।କମଳାର  ସୁନ୍ଦରିଆ ରୂପ ଦେଖି ଅସୁରୁଣୀର ଭାରି ଲୋଭ ହେଲା ।ତାକୁ ନେଇ ତା ନିଜ ପାଖରେ  ରଖିବାକୁ ମନକଲା ।

    ତଳୁ ଧୂଳି ମୁଠାଏ ଉଠାଇ ମନ୍ତୁରା ମନ୍ତୁରୀ କରି ସେ କମଳା ଉପରକୁ ଛାଟି ଦେବାରୁ କମଳା ବେହୋସ ହୋଇ ପଡ଼ିଲା । ବୁଢ଼ୀ ଅସୁରୁଣୀ ତାକୁ କାନ୍ଧରେ ପକାଇ ଜଙ୍ଗଲ ଭିତର ଦେଇ ତା ଘରକୁ ନେଇଗଲା ଓ କିଛି ମନ୍ତୁରା ପାଣି ତା ‘ଦେହରେ ସିଞ୍ଚି ଦେଲା ।

     କମଳାର ଚେତା ଫେରି ଆସିବାପରେ ସେ ଦେଖିଲା ଗୋଟେ ଘର ଭିତରେ ସେ ଅଛି । ପାଖରେ ଭୟଙ୍କର ଦେଖା ଯାଉଥିବା ଗୋଟିଏ ବୁଢ଼ୀ ଅସୁରୁଣୀ ବସିଛି । ଘର ଚାରିପଟେ ଘଞ୍ଚ ଜଙ୍ଗଲ ।

     କମଳା ଛାନିଆ ହୋଇଗଲା । ପରେ ସାହସ ସଞ୍ଚୟ କରି ତାକୁ ଛାଡ଼ି ଦେବା ପାଇଁ ଅସୁରୁଣୀକୁ କାକୁତି ମିନତି କରି ନେହୁରା ହେଲା  କିନ୍ତୁ ଅସୁରୁଣୀ ତାକୁ ଛାଡ଼ିଲା ନାହିଁ ।

     ଘରର ସବୁକାମ ସହିତ ରନ୍ଧାବଢା କରିବା ପାଇଁ ଆଦେଶ ଦେଲା । ଆଉ ଚେତେଇ ଦେଇ କହିଲା , ମନଦେଇ କାମ କଲେ ତାକୁ ଝିଅ ଭଳି ସ୍ନେହ କରିବ । ଆଉ ଯଦି କେବେ ଖସିଯିବା ପାଇଁ ଚାହିଁବ  ତେବେ ଧରିଆଣି କଞ୍ଛା ଚୋବେଇ ଖାଇଯିବ ବୋଲି ଧମକ ଦେଲା ।

     ଅଗତ୍ୟା କମଳା ଆଉ କରେ କ’ଣ ବୁଢ଼ୀ ଅସୁରୁଣୀର କଥା ମାନି ସବୁ କାମ କରିବାକୁ ଲାଗିଲା ।

       କ୍ରମଶଃ…..

Related posts

ଜଗଦୀଶ ଶତପଥୀ ଙ୍କ ଗଳ୍ପ = କାଚଘର

Sunil Chandra Nayak

କବି ସୌରଭ କୈଳାଶ ଚନ୍ଦ୍ର ବେହେରା ଙ୍କ ଗଳ୍ପ = ବୁଢ଼ୀ ଅସୁରୁଣୀ ଗପ 

ସଡକ ସୁରକ୍ଷା ସଚେତନା ଶୋଭାଯାତ୍ରା

masiha

Leave a Comment

error: Content is protected !!