ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ କେରଳ ପବ୍ଲିକ ସ୍କୁଲର ୨୭-ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

ରାଇରଙ୍ଗପୁରରେ କେରଳ ପବ୍ଲିକ ସ୍କୁଲର ୨୭-ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

 ମୟୂରଭଞ୍ଜ: ୨୪/୦୧ // ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ଅସନଵଣି ଗ୍ରାମସ୍ଥ ୧୯୯୫ ମସିହାରେ ପ୍ରତିଷ୍ଠା ହୋଇଥିବା ଅଗ୍ରଣୀ ଇଂଲିଶ ମିଡିୟମ ସ୍କୁଲ କେରଳ ପବ୍ଲିକ ସ୍କୁଲର ୨୭-ତମ ବାର୍ଷିକୋତ୍ସବ ଶୁକ୍ରବାର ଦିନ ଏଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ମହାସମାରୋହରେ ଆନନ୍ଦ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପରିବେଶ ଓ ଜଙ୍ଗଲ ବିଭାଗ ରାଷ୍ଟ୍ରମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ, ସମ୍ମାନିତ ଅତିଥି ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ଅନ୍ୟତମ ଅତିଥି ସାରସକଣା ବିଧାୟକ ଭାଦଵ ହାଁସଦା,ଅନ୍ୟତମ ଅତିଥି ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟ ରଂଜନ ପ୍ରଧାନ, ବିଶେଷ ଅତିଥି ବିଜାତଳା ବିଡିଓ ବଂଶୀଧର ଖୋସଲା ,ବରିଷ୍ଠ ନାଗରିକ ସଂଘ ସଭାପତି ତଥା ଵର୍ଷିଆନ୍ ଅଧିବକ୍ତା ରସାନନ୍ଦ ଲେଙ୍କା,ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ , କେରଳ ପବ୍ଳିକ ସ୍କୁଲ ନିର୍ଦେଶକ ଶ୍ରୀକାନ୍ତ ନାୟାର, ବିଦ୍ୟାଳୟ ସଂପାଦକ ମହେଶ ଶର୍ମା,ଉପସଭାପତି ଅରବିନ୍ଦ ବାଗାଡିଆ,ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ତ୍ରୀପାଠୀ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ବାର୍ଷିକ ଉତ୍ସବରେ ଶୁଭ ଉଦ୍ଘାଟନ କରିଥିଲେ । ଅତିଥି ଗଣ କହିଥିଲେ ବିଶ୍ବ ବ୍ରହ୍ମାଣ୍ଡରେ ରହିଛି ଅସରନ୍ତି ଜ୍ଞାନ ଭଣ୍ଡାର ।ଯିଏ ଯେଉଁଠାରେ ଜିଜ୍ଞାସା ସେ ତାହା ଉପଲବ୍ଧ କରିପାରିବ । ଶିକ୍ଷାନୁଷ୍ଠାନର ପରିବେଶ ଉତ୍ତମ ରହିବା ସହ ଶିକ୍ଷକ, ବିଦ୍ୟାର୍ଥୀ ଏବଂ ଅଭିଭାବକ ମଧ୍ୟରେ ସୁସମ୍ପର୍କ ରହିବା ଉଚିତ ।ଗୁରୁଙ୍କ ମାର୍ଗ ଦର୍ଶନ ପିତାମାତାଙ୍କ ପିଲାଙ୍କ ପ୍ରତି ଆଶୀର୍ବାଦ ବିଦ୍ୟାର୍ଥୀକୁ ସଠିକ ରାସ୍ତାରେ ଆଗେଇ ନେବ ।ଶିକ୍ଷକମାନେ ପିଲାମାନଙ୍କୁ ଭଲ କରି ନିରୀକ୍ଷଣ କରି ପିଲାର ଆଗ୍ରହ ଥିବା ରାସ୍ତାରେ ସ୍ବପ୍ନ ଦେଖାଇବା ଦରକାର । ବିଦ୍ୟାର୍ଥୀ ମାନେ କଠିନ ପରିଶ୍ରମ, ଅଧ୍ୟବସାୟ ,ଗୁରୁ ଓ ଅଭିଭାବକଙ୍କ ଭକ୍ତି ସଫଳତାର ଶୀର୍ଷରେ ପହଞ୍ଚାଇବ । ମୁଖ୍ୟବକ୍ତା ଉପଜିଲ୍ଲାପାଳ ନବ ନିଯୁକ୍ତ ଆଇଏଏସ ଶ୍ରୀ ସୌମ୍ୟରଂଜନ ପ୍ରଧାନ କହିଥିଲେ ଦୁନିଆଁ ବର୍ତ୍ତମାନ ବ୍ୟାପକ ହୋଇଯାଇଛି । ବିଦ୍ୟାର୍ଥୀ ମାନେ ନିଜର ଇଛା ଏବଂଆଗ୍ରହ ଥିବା ବିଷୟବସ୍ତୁ ଉପରେ ଗୁରୁତ୍ବ ଦେବା ଉଚିତ ।ସବୁଠି ଜୀବନ ଅଛି ପାଠ,ଖେଳ, ନୃତ୍ୟ,କ୍ରୀଡା,ସିନେମା, ରାଜନୀତି,ପରିବେଶ, ବିଜ୍ଞାନ,ପାହାଡ଼ ଚଢାରୁ ଘୋଡ଼ା ଚଢା, ସାହିତ୍ୟ, ସଂସ୍କୃତି, ଆଙ୍କର,ଅଭିନେତା,କମେଡି,ଡ୍ରାମା, ଫଟୋଗ୍ରାଫି,ପାହାଡ ଚଢା,ପ୍ରବଚନ, ଆଧ୍ୟାତ୍ମିକ ଦିଗ ସବୁଠି ଶ୍ରେଷ୍ଠ ହାସଲ କରି ପାରିବ । ତେଣୁ ଆଗକୁ ବଢ଼ିବାକୁ ସ୍ବପ୍ନ ଦେଖି ସେଥିରେ ନିମଗ୍ନ ହେବା ସହ ଗୁରୁଙ୍କ ମାର୍ଗ ଦର୍ଶନ, ଅଭିଭାବକମାନଙ୍କ ପରାମର୍ଶ ନେବା ଉଚିତ ।ସଠିକ ସମୟରେ ସଠିକ ପରାମର୍ଶ ନେଲେ ସବୁକିଛି ନିଜେ ହୃଦୟଙ୍ଗମ କରି ନିଜ ରାସ୍ତା ନିଜେ ବାଛିବାକୁ ପଡ଼ିବ ।ତାହା ସହିତ କଠିନ ପରିଶ୍ରମ, ଶୃଙ୍ଖଳା ଓ ଅଧ୍ୟବସାୟ କଲେ ସଫଳତାର ଶୀର୍ଷରେ ପହଞିପାରିବ । ଆଗକୁ ଉପଖଣ୍ଡ ପ୍ରଶାସନ ତରଫରୁ ସମସ୍ତ ବିଦ୍ୟାଳୟରେ କେରିୟାର ଟାଲେଣ୍ଟ କରାଯାଇ ବଛା ବଛା ମେଧାବୀ ପିଲାମାନଙ୍କୁ ମାର୍ଗ ଦର୍ଶନ ଦିଆଯିବ ।ପରେ ବାର୍ଷିକୋତ୍ସବ ପାଇଁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ, ସଙ୍ଗୀତ ପରିବେଷଣ କରାଯାଇଥିଲା।ବହୁ ସଂଖ୍ୟାରେ ଅଭିଭାବକମାନେ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ମନୋରଞ୍ଜନ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟ ଉପାଧ୍ୟକ୍ଷ ସାକ୍ରୋ ଟୁଡୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। 

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସୁକନ୍ୟା ଇତିଶ୍ରୀ ଙ୍କ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟ ପରିସରରେ ” ପିଡି ହିନ୍ଦୁଜା ସଭାଗୃହ ସହିତ ସାଂସ୍କୃତିକ କେନ୍ଦ୍ର” ର ଭିତ୍ତି ପ୍ରସ୍ତର ସ୍ଥାପନ

Sunil Chandra Nayak

ଓଡିଶା ମିଲେଟ ମିଶନ କ୍ଷେତ୍ର ଦିବସ ପାଳିତ 

masiha

ଚାରବାହାଲ ଗ୍ରାମ ପଞ୍ଚାୟତକୁ ବ୍ଳକ ମାନ୍ୟତା ଦେବାକୁ ମୂଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ଦଳ 

masiha

Leave a Comment

error: Content is protected !!