ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେତାଜୀ ଜୟନ୍ତୀ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ତିଥି ପାଳିତ

ନେତାଜୀ ଜୟନ୍ତୀ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ତିଥି ପାଳିତ

ନବରଙ୍ଗପୁର: (୨୪|୧)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଉପ-କାରାଗାର ରେ “ନେତାଜୀ ଜୟନ୍ତୀ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ତିଥି ” ପାଳିତ ହୋଇଯାଇଅଛି । ଅଧିକ୍ଷକ ଶ୍ରୀ ଦେବେନ୍ଦ୍ର କୁମାର ଥାଟି ଙ୍କ ପୌରାହିତ୍ୟରେ ପରିଚାଳିତ ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର କଲେଜ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ବିଜୟ କୁମାର ମିଶ୍ର ଏବଂ ଶିକ୍ଷାବିତ୍ ତଥା ଟେଲି ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ଅତିଥି ରୂପେ ଯୋଗ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଦେଶ ପ୍ରେମ ସମ୍ପର୍କରେ ଶ୍ରୀ ମିଶ୍ର ଅନେବାସୀଙ୍କୁ ବର୍ଣ୍ଣନା କରିଥିଲେ। ଏଥି ସହିତ ବାଲ୍ମୀକି ରାମାୟଣ ସମ୍ପର୍କରେ ଆଲୋଚନା ହୋଇଥିଲା। କାରାଗାର ଭିତରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ କାରା କର୍ମଚାରୀ ସହଯୋଗ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

 

Related posts

ସର୍ଗିଗୁଡ଼ା ଏବଂ କୁଚାଗାଁରେ ଉଦ୍ଘାଟିତ ହେଲା ସମବାୟ ସମିତି

Sunil Chandra Nayak

ଗୁରୁକୃପା ଡିଗ୍ରୀ କଲେଜ ଉଦ୍ଦଘାଟନ

Sunil Chandra Nayak

କଳାକାର ବଞ୍ଚିଲେ ଦେଶ ସୁନ୍ଦର ହେବ : ସୀମାନ୍ତ ନଟରାଜ 

Sunil Chandra Nayak

Leave a Comment

error: Content is protected !!