ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କ୍ଷୁଦ୍ରଗଳ୍ପ ପ୍ରତିଯୋଗିତାର ଫଳାଫଳ, କବିତା ଦାଶଙ୍କୁ ମିଳିଲା ପ୍ରଥମ ସ୍ଥାନ

ପ୍ରକାଶ ପାଇଲା କ୍ଷୁଦ୍ରଗଳ୍ପ ପ୍ରତିଯୋଗିତାର ଫଳାଫଳ, କବିତା ଦାଶଙ୍କୁ ମିଳିଲା ପ୍ରଥମ ସ୍ଥାନ

ବାଲେଶ୍ଵର,୨୫/୦୧/୨୫- ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ହ୍ବାର୍ଟସ୍ଅପ୍ ଗୃପ୍ ରେ ପ୍ରତି ରବିବାର ପରି ଚଳିତ ବର୍ଷର ପ୍ରଥମ ଗଦ୍ୟ ପ୍ରତିଯୋଗିତା ତା ୧୨/୦୧/୨୫ ରବିବାର କ୍ଷୁଦ୍ରଗଳ୍ପକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା – ” ଧାରେ ହସ ଧାରେ ଲୁହ ” । ସମସ୍ତେ ଇଚ୍ଛା ମୁତାବକ ପ୍ରସଙ୍ଗ ଉପରେ ଲେଖିଥିଲେ । ଏଥିରେ (୧) କବିତା ଦାଶ, ଖୋର୍ଦ୍ଧା (୨) ଆନନ୍ଦିନୀ ମିଶ୍ର, ଝାରସୁଗୁଡା (୩) ରେବା ପଟ୍ଟନାୟକ, ଖୋର୍ଦ୍ଧା (୪) ଲକ୍ଷ୍ମୀପ୍ରିୟା ଜେନା, ବାଲେଶ୍ବର (୫) ମୀରା ମଲ୍ଲିକ, ସୁନ୍ଦରଗଡ଼ (୬) ରଞ୍ଜୁଲତା ପାଢ଼ୀ, ସୁନ୍ଦରଗଡ଼ (୭) ଶୁଭସ୍ମିତା ପାତ୍ର, ଗଞ୍ଜାମ (୮) ଶୁଭସ୍ମିତା ମିଶ୍ର, ନୟାଗଡ଼ (୯) ସୁକାନ୍ତି ସ୍ବାଇଁ, ଗଞ୍ଜାମ (୧୦) ସରସ୍ବତୀ ମେହେର, ନୂଆପଡ଼ା (୧୧) କ୍ଷଣପ୍ରଭା ଧଳ, ଯାଜପୁର (୧୨) ଅନିତା ପଣ୍ଡା, ଗଞ୍ଜାମ (୧୩) ଶୁଭଶ୍ରୀ ଦାସ, ବାଲେଶ୍ବର (୧୪) ପ୍ରତିମା ଶତପଥୀ, ଯାଜପୁର (୧୫) ସଂଯୁକ୍ତା ସାହୁ, ଜଗତସିଂହପୁର (୧୬) ଆଶୁତୋଷ ଦାଶ, ଖୋର୍ଦ୍ଧା (୧୭) ସତ୍ଯଭାମା ସାହୁ, ଗଞ୍ଜାମ (୧୮) ଲିପ୍ସା ସାହୁ, ଗଞ୍ଜାମ (୧୯) ରୀତାଅରାଜିତା ମହାନ୍ତି, ଖୋର୍ଦ୍ଧା (୨୦) କ୍ଷଣପ୍ରଭା ମହାନ୍ତି, ଖୋର୍ଦ୍ଧା ।

 ସମସ୍ତଙ୍କ ଲେଖା ଗୁଡିକୁ ସମୀକ୍ଷା କରିଥିଲେ ସରସ୍ବତୀ ପଣ୍ଡା ଯିଏ କି ଜଣେ ସୁସାହିତ୍ୟିକା, ସାହିତ୍ୟ ଜଗତରେ ଜଣେ ଆଗଧାଡିର ସାରସ୍ୱତ ସାଧିକା । ପ୍ରଗାଢ ସାହିତ୍ୟ ଜ୍ଞାନର ଅଧିକାରିଣୀ ସେ । ସାହିତ୍ୟ କିପରି ଆଗକୁ ଯିବ ସେଥିପାଇଁ ଶ୍ରୀମତୀ ପଣ୍ଡାଙ୍କ ପରାମର୍ଶ ମୋ ଅନୁଷ୍ଠାନ ପାଇଁ ଅବର୍ଣ୍ଣନୀୟ । ତାଙ୍କ ସମୀକ୍ଷାରୁ କବିତା ଦାଶ ପ୍ରଥମ, ଆନନ୍ଦିନୀ ମିଶ୍ର ଦ୍ବିତୀୟ ଓ ରେବା ପଟ୍ଟନାୟକଙ୍କୁ ତୃତୀୟ ସ୍ଥାନ ମିଳିଛି । ଅନ୍ୟ ସମସ୍ତେ ଭଲ ଲେଖି ଥିବାରୁ ସେମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ( ମୋ-୯୮୫୩୧୪୨୫୧୦) । ଆସନ୍ତୁ ସମସ୍ତେ ଗଦ୍ୟ ସାହିତ୍ୟ ପ୍ରତି ମନୋନିବେଶ କରିବା । ସୁନ୍ଦର ସମାଜ ଗଠନ ନିମନ୍ତେ ସମାଜ ପରିବର୍ତ୍ତନ ବାର୍ତ୍ତା ପୂର୍ଣ୍ଣ ସାହିତ୍ୟ ରଚନା କରି ସମାଜକୁ ଆଗେଇ ନେବା ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ରେ ଶ୍ୟାମ ମିତ୍ର ମଣ୍ଡଳ ଆନୁକୁଲ୍ୟରେ ୧୯ ତମ ତ୍ରିଦିବସୀୟ ବାର୍ଷିକ ଶ୍ୟାମ ମହୋତ୍ସବ ଆନନ୍ଦ ଓ ଉଲ୍ଲାସର ପାଳିତ 

masiha

କୁଷ୍ଠ ରୋଗ ଚିହ୍ନଟ ଏବଂ ଆରୋଗ୍ୟ ନେଇ କର୍ମଶାଳା ଅନୁଷ୍ଠିତ

masiha

ସୂଚନା ନ ମିଳିବା ହେତୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ମହିଳା ଆଇନଜୀବୀ 

Leave a Comment

error: Content is protected !!