ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କୁ ରାଉରକେଲା ରେ ବିଜେପି କର୍ମୀ ଓ ବିଭିନ୍ନ ସଂଗଠନ ଭେଟିଲେ 

ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କୁ ରାଉରକେଲା ରେ ବିଜେପି କର୍ମୀ ଓ ବିଭିନ୍ନ ସଂଗଠନ ଭେଟିଲେ 

ରାଉରକେଲା : ଓଡିଶା ସରକାରଙ୍କର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଉରକେଲା ଏୟାର ପୋର୍ଟ ରେ ପହଞ୍ଚିବା ମାତ୍ରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ , ରାଜ୍ୟ ମୁଖପାତ୍ର ଧିରେନ ସେନାପତି ତାଙ୍କୁ ସ୍ବାଗତ ଜଣାଇବା ସହିତ ପାଛୋଟି ଆଣିଥିଲେ । ସେଠାରେ ଜିଲ୍ଲା, ମଣ୍ଡଳ, ଓ ମୋର୍ଚ୍ଚା ମାନଙ୍କ ତରଫରୁ ତାଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରା ଯାଇଥିଲା । ବିଭିନ୍ନ ସଙ୍ଗଠନ ତରଫରୁ ମଧ୍ୟ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ଏହାପରେ ସେ ରାଉରକେଲାର ବାର ଆସୋସିଏସନ କାର୍ଯ୍ୟ ସ୍ଥଳରେ ପହଞ୍ଚି ଥିଲେ ଏବଂ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସେଠାରୁ ସେ ରାଉରକେଲା ହାଉସରେ ପହଂଚି ଅପେକ୍ଷାରତ କାର୍ଯ୍ୟକର୍ତ୍ତା ମାନଙ୍କୁ ଭେଟ ଘାଟ କରିଥିଲେ । ବିଭିନ୍ନ ସଙ୍ଗଠନର କାର୍ଯ୍ୟକର୍ତ୍ତା ବୃନ୍ଦ ଭେଟି ତାଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ବିବିଧ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହାପରେ ସେ ରାଉରକେଲା ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆସିକାରେ ବିଧାୟକଙ୍କ ‘ଚା ଖଟି’: ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା

Sunil Chandra Nayak

ରାଇରଙ୍ଗପୁର ପଶ୍ଚିମ ମୟୁରଭଞ୍ଜ ଜିଲା କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଗିରଫ ଓ କେନ୍ଦ୍ର ସରକାରର ଛାତ୍ର-ଆନ୍ଦୋଳନକୁ ଦମନଲୀଳା ପ୍ରତିବାଦ ରେ ପ୍ରଧାନମନ୍ତ୍ରୀ ମୋଦୀ, ଗୣହମନ୍ତ୍ରୀ ଅମିତ ଶାହ ତଥା ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ ସହ ପୂତୂଳା ଦାହ କରାଗଲା

Sunil Chandra Nayak

ସମ୍ବଲପୁର ଜନ ଆକ୍ରୋଶ ସମାବେଶ ପୂର୍ବ ରୁ ଯୁବ ଓ ଛାତ୍ର ନେତା ପାଟଣାଗଡ ଥାନା ରେ ଅଟକ 

Sunil Chandra Nayak

Leave a Comment

error: Content is protected !!