ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧବଳେଶ୍ଵର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ : ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣାମେଣ୍ଟ 

ଧବଳେଶ୍ଵର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ : ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣାମେଣ୍ଟ 

ମ.ରାମପୁର,୨୬/୧(ମସୀହା): ମୋହନଗିରି ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ର ୨୦ ତମ ରାଜ୍ୟ ସ୍ତରୀୟ କ୍ରିକେଟ ମ୍ୟଚ ର ପ୍ରଥମ ସେମିଫାଇନାଳ କନ୍ଧମାଳ ଓ ବରଗଡ ଦଳ ମଧ୍ୟ ରେ ଖେଳ ଅନୁଷ୍ଠିତ ହୋଇଥିଲା l ଏଥିରେ କନ୍ଧମାଳ ଦଳ ଟସ୍ ଜିଣି ପ୍ରଥମେ ଫିଲିଡିଂ ନିଷ୍ପତି ନେଇ ଥିଲା l ବରଗଡ ଦଳ ୧୫ ଓଭର ୪ ବଲ ରେ ୧୯୪/୧୦ ରନ କରିଥିବା ବେଳେ ଏହାର ଜବାବରେ କନ୍ଧମାଳ ୧୫ ଓଭର ୪ ବଲରେ ସମସ୍ତ ୱିକେଟ ହରାଇ ୧୭୦ ରନ କରି ପରାଜିତ୍ ହୋଇ ଥିଲେ l ଏହି ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବରେ ବାଣିଜ୍ୟ କର ଅତିରିକ୍ତ କମିସନର ନୀଳମାଧବ ପାତ୍ର ଯୋଗଦେଇ ଖେଳାଳିଙ୍କୁ ସାକ୍ଷାତ କରିଥିବାବେଳେ ଅନୁଷ୍ଠାନ ର ସଭାପତି ଶୁକଦେବ ସାହୁ,କୁବେର ପଧାନ ପ୍ରମୁଖ ଉପସ୍ଥିତ ରହିଥିଲେ l ମ୍ୟାଚ୍ ରେ ରାଧାକାନ୍ତ ବେହେରା ଧୀରେନ୍ଦ୍ର ବିଶ୍ୱାଳ ଆମ୍ପାରିଂ କରିଥିବା ବେଳେ ଶଶୀକାନ୍ତ ମାଝୀ ଧାରା ବିବରଣୀ ପ୍ରଦାନ କରିଥିଲେ l ବିକାଶ ପଧାନ ଓ ଦୈତାରୀ ମାଝୀ ସ୍କୋରର ଦାୟିତ୍ୱରେ ଥିଲେ l ଅନୁଷ୍ଠାନର ସୁନୀଲ ଭୋଇ ,ଚନ୍ଦ୍ର କାନ୍ତ ମାଝୀ. ଟୁକୁ ମହାନନ୍ଦ. ଚିତ୍ତ ରଞ୍ଜନ ସା ,ବିଶ୍ୱନାଥ ପୋଢ଼ ପ୍ରମୁଖ ସହଯୋଗ କରିଥଲେ l 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

୪୨ ମୌଜା ବିକାଶ ପରିଷଦ ପକ୍ଷରୁ ଦୁଇ ଦିନିଆ ବାର୍ଷିକ ଉତ୍ସବ 

Sunil Chandra Nayak

ପୌର ସଫେଇ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

masiha

ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହିତ ମତ ବିନିମୟ

masiha

Leave a Comment

error: Content is protected !!