ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କରୁଣାଶାନ୍ତି ବିଜ୍ଞାନ ମହାବିଦ୍ୟାଳୟରେ ଗଣତନ୍ତ୍ର ଦିବସ ପାଳିତ 

କରୁଣାଶାନ୍ତି ବିଜ୍ଞାନ ମହାବିଦ୍ୟାଳୟରେ ଗଣତନ୍ତ୍ର ଦିବସ ପାଳିତ 

ଗୋଳନ୍ଥରା ନିକଟସ୍ଥ କରୁଣାଶାନ୍ତି ବିଜ୍ଞାନ ମହାବିଦ୍ୟାଳୟରେ ୭୬ତମ ଗଣତନ୍ତ୍ର ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ସୁଶ୍ରୀ ସୋନାଲି ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରି ଉପସ୍ଥାପନା କରିଥିଲେ । ଏଥିରେ ବ୍ରହ୍ମପୁର ସଲିଡ଼ାରିଟୀ ଫର୍ ଡେଭଲପମେଣ୍ଟ କମୁନିଟିର କୋଷାଧ୍ୟକ୍ଷ ଶ୍ରୀ ସଦାନନ୍ଦ ଉଠାନସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଦିବସର ଶୁଭେଛା ଜଣାଇବା ସହ ଭାରତର ସମ୍ବିଧାନ ଓ ଛାତ୍ରଛାତ୍ରୀ କିପରି ଭଲ ମଣିଷ ହେବେ ତାହା ଉପରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ସଲିଡ଼ାରିଟୀ ଫର୍ ଡେଭଲପମେଣ୍ଟ କମୁନିଟିର ନିର୍ଦ୍ଦେଶକ ଶ୍ରୀ ଦେବାଶିଷ ପଟ୍ଟନାୟକ, ମହାବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ଅନୀଲ କୁମାର ଦିଗାଲ, ବ୍ରହ୍ମପୁର ସଲିଡ୍ ର ସମସ୍ତ କର୍ମକର୍ତ୍ତା, ଉତ୍ସବର ଭାର ଗ୍ରହଣ କରିଥିବା ଶ୍ରୀ ପ୍ରକାଶ ମହାରଣା, ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପିରାମିଡ୍ ହୋଇଥିଲା । ଶେଷରେ ସୁଶ୍ରୀ ରଜେଶ୍ୱରୀ ଧନ୍ୟବାଦ ଅର୍ପଣ କରିଥିଲେ । 

( ମ ନି ସ ) 

Related posts

ପ୍ରଶଂସାର ପାତ୍ର ଓଡ଼ିଆପୁଅ ନୂତନ ନିର୍ଦ୍ଧେଶକ ରୋହିତ କୁମାର-ଖଣିବାସୀ

masiha

କୋକସରା କରଣ ସମାଜ ପକ୍ଷରୁ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜା ଅନୁଷ୍ଠିତ 

masiha

ଜାମଦାରେ ଚଇତି ପର୍ବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!