ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ର ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ 

ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ର ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ 

ଜୁନାଗଡ଼ ୨୬/୨(ମ ନି ସ ) – ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ତରଫରୁ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇ ଯାଇଛି l ଏହି ଅବସରରେ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ସ୍ଥିତ ଡ଼ ବାବାସାହେବ ଆମ୍ବେଦକର ଷ୍ଟେଚୁ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମ ରେ ସଂଗଠନ ର ସଭାପତି ରଞ୍ଜନ କୁମାର ଜାଲ ଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତଳୋନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଗଣ୍ୟମାନ୍ୟ ବ୍ୟକ୍ତି ଙ୍କ ଦ୍ୱାରା ବାବାସାହେବ ଡ଼ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା l 

ସଭାପତି ଜାଲ ଜାତୀୟ ପତାକା ଉତ୍ତଳୋନ କରି ଭାରତୀୟ ସମ୍ବିଧାନ ସାର୍ବଭୌମ ଅଖଣ୍ଡତା ଓ ସମନ୍ତରାଳ ସମାଜ ଗଠନ ପାଇଁ ଡ଼ ବାବାସାହେବ ଙ୍କ ଦ୍ୱାରା ପ୍ରଦତ୍ତ ଏକ ଅମୋଘ ଅସ୍ତ୍ର ବୋଲି ନିଜ ଅଭିଭାଷଣ ରେ ପ୍ରକାଶ କରିଥିଲେ l ସଂଗଠନ ର ମହିଳା ସଦସ୍ୟା ମାନେ ଜାତୀୟ ସଂଗୀତ ଗାନ କରିଥିଲେ l ଏଥିରେ ବିଶିଷ୍ଟ ଶିକ୍ଷାବିତ ତ୍ରିଲୋଚନ ସିଂ ବେଲଦାର, ହାଇସ୍କୁଲ ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ, ସମାଜସେବୀ ଉଦ୍ଧବ ସାହୁ, ଶିକ୍ଷକ ମଳୟ ମୁଣ୍ଡ, ଦିଲ୍ଲୀପ ଖେମକା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ରଖିଥିଲେ l ସଂଗଠନ ତରଫରୁ ଏହି ସବୁ ଉପସ୍ଥିତ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମ ରେ କୁନି ଛାତ୍ର ଯଶୋବନ୍ତ ଜାଲ, ଗିରିଶ କ୍ଷିତି, ଅନୁପ୍ରିୟା କ୍ଷିତି ଓ ଓମ କୁମାର କ୍ଷିତି ନିଜର ପ୍ରତିଭା ପ୍ରଦର୍ଶନ କରଥିଲେ l ସଂଗଠନ ର ବରିଷ୍ଠ କର୍ମକର୍ତ୍ତା ଚିତ୍ତରଞ୍ଜନ ନିଆଲ, ସୁଶାନ୍ତ ନାଏକ, ପୁର୍ନେନ୍ଦୁ ମାଝୀ, ଶିବ ମହାନନ୍ଦ, ରବିଶଙ୍କର ସୁନାନୀ, ରତନ ଧଙ୍ଗଡ଼ାମାଝି, ଅଞ୍ଜନ କ୍ଷିତି, ଗୌରାଙ୍ଗ ମାଝୀ, ଘlସି କ୍ଷିତି, ରିଷି କ୍ଷିତି, ଶରତ ଶବର, ବିକ୍ରାନ୍ତ କୁମାର , ଲାରା ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍କୁଲ ରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମିଷ୍ଟlନ୍ନ ବଣ୍ଟନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ସଂଗଠନର ନରେନ୍ଦ୍ର କ୍ଷିତି ଏବଂ ଉଗ୍ରସେନ କନ୍ଦପlନ ପରିଚାଳନା କରିଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସାବିତ୍ରୀ ବ୍ରତ ଦିନ ଚାଲିଗଲା ସ୍ୱାମୀଙ୍କ ଜୀବନ, ପରିଚିତ ମହଲରେ ଶୋକର ଛାୟା  ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସମାଜସେବୀ କ୍ଷମାନିଧି ବିଶୀଙ୍କ ପରଲୋକ 

ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ 

masiha

ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ରେ ନୂତନ ଶବ ବ୍ୟବଚ୍ଛେଦ ଗୃହ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!