ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି କଳଚୁରୀ କଳାର ସେନା ରଯୁବ ସମ୍ମୀଳନୀ ଅନୁଷ୍ଠିତ

କୋକସରା,୨୭/୦୨ ଶନିବାର ଗୋତମୁଣ୍ଡା ଧାନ ମଣ୍ଡି ପରିସରରେ କଳାହାଣ୍ଡି କଳଚୁରୀ କଲାର ସେନା ପକ୍ଷରୁ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ସଂଖ୍ୟା ଳଘୁ ସମାଜ ଭାବରେ ବିଭିନ୍ନ ସମୟରେ ପଛୁଆ ହୋଇ ରହିଯାଇଥିବା ବେଳେ ଳୋକ ଳୋଚନ ହୋଇ ପାରିନଥିବା, କ୍ଷତ୍ରିୟ ଶହସ୍ରାର୍ଜୁନ ମହାପ୍ରଭୁଙ୍କ ବଂଶଜ ଓଡ଼ିଶାରେ କ୍ଷତ୍ରିୟ ବଂଶଜଙ୍କ ବାର୍ତ୍ତା ପହଞ୍ଚି ପାରିନାହିଁ। ସଭାର ମୁଲ ଉଦ୍ଦେଶ୍ୟ ଥିଲା ଶିକ୍ଷାର ବିକାଶ ,ଆର୍ଥିକ ବିକାଶ, ସଂଗଠିତ ସମାଜ, ଶୃଙ୍ଖଳିତ ସମାଜ ଗଠନ । କଳାହାଣ୍ଡି କଳଚୁରୀ କଳାର ସେନା ପକ୍ଷରୁ ଆୟୋଜିତ ସଭାରେ ଛତିଶଗଡ଼ ଓ କଳାହାଣ୍ଡିର ବିଭିନ୍ନ ପ୍ରାନ୍ତରୁ କଲଚୁରୀ କଲାର ସମାଜର ସଦସ୍ୟ ଉପସ୍ଥିତ ଥିଲେ। ସଭାରେ ସଭାପତିତ୍ବ କରିଥିଲେ ଚୁଡ଼ାମଣି ନାୟକ, ମଞ୍ଚ ପରିଚାଳନା କରିଥିଲେ କଳିଙ୍ଗ କଳଚୁରୀ କଳାର ସେନା ପ୍ରଦେଶ ସଂଯୋଜକ ବିରଞ୍ଜନ ନାୟକ, କଳାହାଣ୍ଡି କଳଚୁରୀ କଳାର ସେନାର ନୁତନ କର୍ମକର୍ତ୍ତା ଚୟନ କରିଥିଲେ। ସଭାପତି ଚୂଡାମଣି ନାଏକ, ଉପସଭାପତି ପୁର୍ଣ୍ଣଚନ୍ଦ୍ର ନାଏକ, ସମ୍ପାଦକ ଭାରତ ବିଶି , ସହ ସମ୍ପାଦକ ବାଳକୃଷ୍ଣ ବିଶି, କୋଷାଧ୍ୟକ୍ଷ ହେମନ୍ତ ବିଶି। ଏବଂ ସଭା ଶେଷରେ ପୁର୍ଣ୍ଣଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ରେଗଡା: ୨୦୧୩ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ପ୍ରସ୍ତୁତି ବୈଠକ

masiha

ଚିଲିଗୁଡା ଫାଣ୍ଡି ଅଧିକାରୀ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ

Sunil Chandra Nayak

ଅବସର କାଳୀନ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ସଭା

Leave a Comment

error: Content is protected !!