ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରତ୍ୟେକ ମାସ ଏକ ହଜାର ଟଙ୍କା ପେନସନ

ପ୍ରତ୍ୟେକ ମାସ ଏକ ହଜାର ଟଙ୍କା ପେନସନ

ନବରଙ୍ଗପୁର: (୨୬|୧)(ରବି ନାରାୟଣ ମହାନ୍ତି)ସ୍ଥାନୀୟ ବାରିକ ସଂଘ ସମ୍ମିଳନୀ ଗୃହ ପରିସରରେ ୭୬ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ବାରିକ ସଂଘର ସଭାପତି ଏନ. ଗଣେଶ , ଜାତୀୟ ପତାକା ଉତ୍ତୋଳନ କରିବା ପରେ ନିଜ ଅଭିଭାଷଣ ରେ ଯେଉଁ ବାରିକ ପରିଣତ ବୟସରେ ଆଉ ତାଙ୍କର କୌଳିକ ବୃତ୍ତି କରିପାରିବେ ନାହିଁ ସେମାନଙ୍କ ପାଇଁ ପ୍ରତ୍ୟେକ ମାସ ୧୦୦୦ ଟଙ୍କା ଲେଖାଏଁ ଦିଆଯିବ ବୋଲି ଘୋଷଣା କରିଥିଲେ। ଏହି ଅବସରରେ ବି.ରାମୁଙ୍କୁ ୧୦୦୦ଟଙ୍କା ପେନସନ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା କ୍ରୀଡା ସଂଘ ର ସହ ସମ୍ପାଦକ ତଥା ଟେଲି ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ଉପସ୍ଥିତ ବାରିକ ସଂଘର କର୍ମକର୍ତ୍ତା ଏବଂ କୁନି କୁନି ପିଲାଙ୍କୁ ଉତ୍ସାହିତ କରିଥିଲେ। ଯୁବ ସମାଜ ସଠିକ୍ ପଥରେ ଗଲେ ଦେଶ ଆଗେଇଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଗଣତନ୍ତ୍ର ଦିବସ ଅବସରରେ ବାରିକ ସଂଘର କର୍ମକର୍ତ୍ତା ମଧରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ସଂଘର ଉପ ସଭାପତି ବି. ଶାନ୍ତୁ, ସମ୍ପାଦକ ଆର୍.ଶାନ୍ତୁ, ଉପଦେଷ୍ଟା ଏସ. ପ୍ରସାଦ, ସୀମାଞ୍ଚଳ , ଶେଖର, କେ. ବାବୁ ରାଓ, ସଂଘର ଯୁବ ସଭାପତି ଏସ. ସତିଶ, ପୂର୍ବତନ କୋଷାଧ୍ୟକ୍ଷ ଜି. ଚିନୁ, ବରିଷ୍ଠ ସଦସ୍ୟ କେ. ତ୍ରିନାଥ, ଯୁଗଳ ବାରିକ ସମେତ ଅନ୍ୟ ସମସ୍ତ ସଭ୍ୟ ଏବଂ ତାଙ୍କ ପରିବାର ସଦସ୍ୟ ମାନେ ଏ ସମସ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍l

Related posts

ମଥାନୀ ବାଳାଶ୍ରମକୁ ଡ଼ିସିପିଓଙ୍କ ଅଚାନକ ଗସ୍ତ

masiha

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା-୨୦୨୪ ଅନୁଷ୍ଠିତ 

masiha

ରାଉରକେଲାର ବିକାଶ ସହ ଜିଲ୍ଲା ପାଇଁ ଦାବି

masiha

Leave a Comment

error: Content is protected !!