ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆମୁଣ୍ଡା ରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ 

ଓଡ଼ିଆମୁଣ୍ଡା ରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ଜାତୀୟ ସେବା ଯୋଜନା ତରଫରୁ ପୋଷ୍ୟ ଗ୍ରାମ ଓଡ଼ିଆମୁଣ୍ଡା ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଜାତୀୟ ସେବା ଯୋଜନା ଅଧ୍ୟକ୍ଷ ହେମନ୍ତ କୁମାର ଚୌଧୁରୀଙ୍କ ଉପସ୍ଥିତିରେ ମାଗଣା ସ୍ବାସ୍ଥ୍ୟ ଶିବିର କର୍ଲାମୁଣ୍ଡା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ଡ଼ା. ସୁଧାଂଶୁ ବେଡ଼ବାକ ଓ ଫାର୍ମାସିଷ୍ଟ ରଞ୍ଜନ ସାହୁ ଉପସ୍ଥିତ ରହି ରୋଗୀମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ କରିଥିଲେ l ଜାତୀୟ ସେବା ଯୋଜନାର ଅଧିକାରୀ ଶ୍ରୀ ନୀଳାମ୍ବର ପାତ୍ର ୫୦ ଜଣ ପୁଅ ଓ ଝିଅ ଶିବିରାର୍ଥୀ ମାନଙ୍କୁ ନେଇ ପୂର୍ବ ଦିନରୁ ସ୍ୱାସ୍ଥ୍ୟ ଶିବିର ବିଷୟରେ ଜନସାଧାରଣ ମାନଙ୍କୁ ସୂଚନା ଦେଇଥିଲେ l ଫଳରେ ଉକ୍ତ ଶିବିରରେ ଗ୍ରାମର ଶତାଧିକ ରୋଗୀ ଯୋଗଦେଇ ଥିଲେ l ଗ୍ରାମାର ମୁଖିଆ ସନ୍ଦୀପ ସାହୁ, ଖେଳ ଶିକ୍ଷକ ଲଳିତ ଦାସ, ଦୁଷ୍ମନ୍ତ ମିର୍ଦ୍ଧା, ଲୀନା ବାରିକ ସାହାଯ୍ୟ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦଶହରା ପାଇଁଶାନ୍ତି କମିଟି ବୈଠକ ଅନୁଷ୍ଠିତ.

Sunil Chandra Nayak

୫୨୦ ନମ୍ବର ଜାତୀୟ ରାଜପଥ ରେ ଫସିଲା ବସ, ଶୋଚନୀୟ ରାସ୍ତା ପରିସ୍ଥିତି ରେ ଯାତ୍ରୀମାନେ ଦୁଃଖିତ

Sunil Chandra Nayak

ପଟ୍ଟାମୁଣ୍ଡାଇ ବ୍ଲକରେ ମିଶନଶକ୍ତି ଋଣ ଫେରସ୍ତ ମହାସମ୍ମିଳନୀ ମେଳା ଅନୁଷ୍ଠିତ

masiha

Leave a Comment

error: Content is protected !!