ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଚିଆ ଗାଁ ରେ ଜଣେ ଯୁବକ ଙ୍କ ଆତ୍ମହତ୍ୟା 

ଚିଚିଆ ଗାଁ ରେ ଜଣେ ଯୁବକ ଙ୍କ ଆତ୍ମହତ୍ୟା 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଚିଚିଆ ରେ ଜଣେ ଯୁବକ ର ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନା କୁ ଆସିଛି । ମୃତ ଯୁବକ ଜଣକ ହେଲେ ଚିଚିଆ ଗ୍ରାମର ନନ୍ଦ ଅଘରିଆ ଙ୍କ ପୁଅ ବିନୋଦ ଅଘରିଆ ବୟସ ୧୬ ବୋଲି ଜଣାପଡିଛି। ପ୍ରକାଶ ଥାଉ କି ବିନୋଦ ନିଜ ପରିବାର ବର୍ଗ ସହିତ ଝଗଡା ହୋଇ ଘର ପାଠିରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ବେଳେ ପରିବାର ଲୋକେ ଯୁବକ କୁ ଓଲ୍ହାଇ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଦଶପୁର ଫାଣ୍ଡି ପୋଲିସ ଧର୍ମଗଡ ହସ୍ପିଟାଲ କୁ ପହଞ୍ଚି ଶବ ଜବତ କରିବା ସହ ଗୋଲାମୁଣ୍ଡା ଥାନା କେଶ ନମ୍ବର 1/25 ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଥିବା ବେଳେ ତଦନ୍ତ ଜାରି ରହିଥିବା ଦଶପୁର ଫାଣ୍ଡି ପୋଲିସ ଅଧିକାରୀ ସୁଶାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଜଳେଶ୍ଵର ଷ୍ଟେସନରେ ରେଳ ମନ୍ତ୍ରୀଙ୍କ ଦ୍ବାରା ସାଢ଼େ ୪ ବର୍ଷ ପୂର୍ବେ ଦିଆ ଯାଇଥିବା ଭିତ୍ତି ପ୍ରସ୍ତର କାର୍ଯ୍ୟ ଗଲା କୁଆଡେ ?

Sunil Chandra Nayak

ନର୍ଲା ପଞ୍ଚାୟତ ସମିତିର ଏଇ ବାସୁଦେବ ମହାରଣାଙ୍କ ଅବସର କାଳୀନ ସମ୍ୱର୍ଦ୍ଧନା ସଭା 

ବିଶ୍ଵକର୍ମା ଯୋଜନା ସମ୍ପର୍କିତ ତାଲିମ୍ ଓ ସଚେତନତା ଶିବିର

masiha

Leave a Comment

error: Content is protected !!