ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟରସାଇକେଲ ମୁହାଁମୁହିଁ ଧକ୍କା ଜଣେ ମୃତ ଓ ଜଣେ ଗୁରୁତ୍ତର 

ମୋଟରସାଇକେଲ ମୁହାଁମୁହିଁ ଧକ୍କା ଜଣେ ମୃତ ଓ ଜଣେ ଗୁରୁତ୍ତର 

ଡାବୁଗାଁ, ୨୭/୧ (ମ.ନି.ସ.)- ସୋମବାର ସକାଳ ପ୍ରାୟ ୯ ଘ. ସମୟରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଝାଲିଆଗୁଡା-ସରଗୁଡା ଛକ ମଧ୍ୟରେ ଥିବା ବେଲ୍ଲାରୀ ନଦୀ ନିକଟରେ ୨ ଟି ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମୃତ ଓ ଜଣେ ଗୁରୁତ୍ତର ହୋଇଛନ୍ତି | ସୂଚନାଯୋଗ୍ୟ :- ଡାବୁଗାଁ – ଉମରକୋଟ ରାଜ୍ୟ ରାଜପଥ-୩୯ ଉପରେ ଝାଲିଆଗୁଡା-ସରଗୁଡା ଛକ ମଧ୍ୟରେ ଥିବା ବେଲ୍ଲାରୀ ନଦୀ ନିକଟରେ ଡାବୁଗାଁ ପଟୁ ଏକ ମୋଟର ସାଇକେଲ ନଂ ଓଡ଼ି ୨୪ ଏଚ ୪୯୪୬ ଯୋଗେ ରବି କଲାର (୨୨) ନିଜ ଘର କୋଇଲାରି ଗ୍ରାମକୁ ଯାଉଥିବା ବେଳେ ବିପରୀତ ଦିଗରୁ ଝାଲିଆଗୁଡା ଗ୍ରାମର ଘାସିରାମ ଜାନୀ (୨୫) ମୋଟର ସାଇକେଲ ନଂ ଓଡି ୨୪ ଜେ ୬୪୮୦ ଯୋଗେ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା | ଫଳରେ ୨ ମୋଟର ସାଇକେଲ ଆରୋହି ରାସ୍ତା କଡକୁ ଛିଟିକି ପଡି ଆହତ ହୋଇଥିଲେ | ଖବର ପାଇ ଡାବୁଗାଁ ଥାନା ଏଏସଆଇ ଗୋପାଳକୃଷ୍ଣ ହାଲୱା ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ୨ ଜଣ ଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଘାସିରାମ ଜାନୀ ଙ୍କୁ ଡାକ୍ତର ଯାଞ୍ଚ କରି ମୃତ ଘୋଷଣା କରିଥିଲେ | ଅନ୍ୟ ଜଣେ ଗୁରୁତ୍ତର ରବି କଲାର ଙ୍କୁ ଉତ୍ତମ ଚିକିତ୍ସା ପାଇଁ କୋରାପୁଟ ସହିଦ ଲକ୍ଷଣ ନାଏକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି | ଏନେଇ ମୃତ ଘାସିରାମ ଙ୍କ ଜେଜେ ଗୁରୁବାରୁ ଯାନୀ ଅପରାହ୍ନ ୨ ଘ ସମୟରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ଚନ୍ଦ୍ରଶେଖର ହଜାରୀ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୯/୨୫ ରେ ଏକ ମାମଲା ରୁଜୁ କରାଯାଇଛି | ଦୁର୍ଘଟଣା ଗ୍ରସ୍ତ ୨ ଟି ମୋଟର ସାଇକେଲକୁ ପୋଲିସ ଜବତ କରି ଥାନାରେ ରଖାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଉରକେଲା ମହାବିଦ୍ୟାଳୟରେ ‘ବର୍ଜ୍ଯବସ୍ତୁ ପ୍ରବନ୍ଧନ ପ୍ରଶିକ୍ଷଣ କର୍ମଶାଳା

Sunil Chandra Nayak

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

masiha

ଆଦର୍ଶ ଶିକ୍ଷକ ସୁଦାମ ଚରଣ ବେହେରାଙ୍କ ସ୍ମୃତି ସଭା ଅନୁଷ୍ଟିତ 

masiha

Leave a Comment

error: Content is protected !!