ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

ରାୟଗଡାରେ ଜିଲ୍ଳାସ୍ତରୀୟ ୭୬ତମ ଗଣତନ୍ତ୍ର ଦିବସ ପାଳିତ

ରାୟଗଡାରେ ଜିଲ୍ଳାସ୍ତରୀୟ ୭୬ତମ ଗଣତନ୍ତ୍ର ଦିବସ ପାଳିତ

ସମ୍ବିଧାନ ସମସ୍ତ ଭାରତୀୟଙ୍କ ଆସ୍ତାଭାଜନ ହୋଇପାରିଛି : ସ୍ଵାସ୍ତ୍ୟ ଓ ପରିବlର କଲ୍ୟାଣ ମନ୍ତ୍ରୀ 

ରାୟଗଡା/୨୬/୧/୨୫: ରାୟଗଡା ଜିଲ୍ଳା ସଦର ମହକୁମାର ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଳା ହାଇସ୍କୁଲ ପଡିଆ ଠାରେ ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଳାସ୍ତରୀୟ ୭୬ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସକାଳ ସାଢେ ୮ଟା ସମୟରେ ଆନୁଷ୍ପାନିକ ଭାବେ ଜାତୀୟ ପତାକା ଉତ୍ତଳୋନ କରି ଜିଲ୍ଳାବାସୀଙ୍କୁ ଉଦବୋଧନ ଦେଇ ସମବେତ ପ୍ୟାରେଡରେ ଅଭିବIଦନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ସମେତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ସ୍ୱାତୀ ଏସ କୁମାର ଉପସ୍ଥିତ ରହିଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ନିଜର ଭାଷଣରେ କହିଲେ ଯେ ଭାରତ ଏକ ମହାନ ଦେଶର ଗଣତନ୍ତ୍ରକୁ ବଜାୟ ରଖିବା ପାଇଁ ସମସ୍ତଙ୍କର ସହଯୋଗ ଓ ସମର୍ଥନ ରହିଛି । ପୃଥିବୀର ସର୍ବ ବୃହତ୍ତ ଗଣତନ୍ତ୍ରରେ ଦେଶରେ ସମସ୍ତ ନାଗରିକ ଦେଶର ସମ୍ବିଧାନ ଉପରେ ଆସ୍ଥା ପ୍ରକଟ କରିଛନ୍ତି l ସ୍ୱାଧୀନତା ଆଣିବାରେ ମହାନ୍ ସ୍ୱାଧୀନତା ସଂଗ୍ରାମୀଙ୍କ ସଂଘର୍ଷ ଓ ବଳିଦାନ ଦେଶକୁ ଗଣତନ୍ତ୍ର ରାଷ୍ଟ୍ରରେ ପରିଣତ କରିପାରିଥିଲା । ଦେଶକୁ ତଥା ରାଜ୍ୟ ଓ ଜିଲ୍ଳାକୁ କେମିତି ଭାବେ ଆହୁରି ଆଗକୁ ନେବା ସେଥିପାଇଁ ସମସ୍ତ ନାଗରିକଙ୍କ ନିଜ ନିଜ ଦାୟିତ୍ୱ ରହିଛି ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ । 

୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଲକ୍ଷ ଲକ୍ଷ ଭାରତୀୟଙ୍କ ଅନେକ ବର୍ଷର ତ୍ୟାଗ ଓ ବଳିଦାନକୁ ପାଥୟ କରି ଆମ ଦେଶ ଭାରତ ପାଇଛି ବହୁପ୍ରତିକ୍ଷିତ ସ୍ୱାଧୀନତା I ସ୍ୱାଧୀନତା ପରେ ସାରା ବିଶ୍ୱର ସର୍ବକୃଷ୍ଟ ସାମାଜିକ ସଂଜ୍ଞାମାନଙ୍କୁ ଏକତ୍ରିତ କରି ମହାମନୀଷୀମାନେ ରଚନା କରିଛନ୍ତି ସମ୍ବିଧାନ I ୧୯୫୦ ମସିହା ଆଜିର ଏହି ପବିତ୍ର ଜାନୁଆରୀ ୨୬ ତାରିଖରେ ଭାରତ ବର୍ଷ ଏକ ସାର୍ବଭୌମ, ଗଣତାନ୍ତ୍ରିକ ଓ ସାଧାରଣତନ୍ତ୍ର ରାଷ୍ଟ୍ରର ମର୍ଯ୍ୟାଦା ପାଇଥିଲା I ଏହି ଦିନହିଁ କାର୍ଯ୍ୟକାରୀ ହୋଇଥିଲା ପୂର୍ଣ୍ଣାଙ୍ଗ ସମ୍ବିଧାନ I ଆମ ସମ୍ବିଧାନ ରାଷ୍ଟ୍ରର ଅମୂଲ୍ୟ ସମ୍ପଦ I ରାଜନୈତିକ ସ୍ୱାଧୀନତା, ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ, ଧର୍ମ ନିରପେକ୍ଷତା, ବୈଷମ୍ୟମୁକ୍ତ ସମାଜ ପ୍ରତିଷ୍ଠା ଓ ମାନବାଧିକାର ପ୍ରତି ସମ୍ମାନ ପ୍ରଦର୍ଶନ ଆମ ସମ୍ବିଧାନର ମୌଳିକ ବିଶେଷତ୍ୱ I

ଜିସିଡି ପଡିଆ ଠାରେ ଆୟୋଜିତ ଜିଲ୍ଳାସ୍ତରୀୟ ଗଣତନ୍ତ୍ର ଦିବସ ପାଳନରେ ଅନୁଷ୍ଠିତ ପ୍ୟାରେଡରେ ଚଳିତ ବର୍ଷ ୩୪ଟି ଟ୍ରୁପ୍ ସାମିଲ ହୋଇଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ରିଜର୍ବ ଇନଷ୍ପେକଟର କବିବର ଦେହୁରୀ ପରିଚାଳନା କରିଥିଲେ l ଜିଲ୍ଳାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟ କରି ପ୍ରଶଂସନୀୟ ହୋଇ ଜିଲ୍ଳାକୁ ଗୈାରବାନ୍ନିତ କରିଥିବା ବ୍ୟକ୍ତି ମାନଙ୍କୁ ପୁରସ୍କୃତ କରାଯାଇଥିଲା I ପୁରସ୍କୃତ ବ୍ୟକ୍ତିମାନେ ହେଲେ ମାଗାଇ ମାଝୀ, ଖୋ ଖୋ ବିଶ୍ଵ କପ, ଶ୍ରୀୟାଂଶୁ ମହାରଣା, ଜାତୀୟ କିକ ବକ୍ସିଂ, ରଚିତ ସାହୁ, ଜାତୀୟ କନିଷ୍ଠ ବର୍ଗ କିକ ବକ୍ସିଂ, ଦୀପସୁନ ଖୁରା ଓ ବିକାଶ କୁମାର ରେଡି, ବରିଷ୍ଠ ଜାତୀୟ ସେପାକ ଟାକ୍ରୋ, ବିନାୟକ ସାହୁ, ବରିଷ୍ଠ ଜାତୀୟ ବାସ୍କେଟ ବଲ, ସୁନ୍ଦର ସାମଲ, ବରିଷ୍ଠ ଜାତୀୟ ପାୱାର ଲିଫ୍ଟିଂ, ଡମ୍ବରୁ ଶବର ଏବଂ ଗୌତମ ୱାଡାକା ଜାତୀୟ ଗଣତନ୍ତ୍ର ଦିବସ ଉପଲକ୍ଷେ ବାର୍ଷିକ ଏନ ସି ସି ଶିବିର, ନୂଆଦିଲ୍ଲୀ ଠାରେ ଅଂଶଗ୍ରହଣ, ହୁସେନ ସାହୁ, ସର୍ବ ଭାରତୀୟ ସ୍ଥଳ ସେନା ଶିବିର, ନୂଆଦିଲ୍ଲୀ, ନିତୀଶ ମାଣ୍ଡାଙ୍ଗୀ, ୬୮ତମ ଜାତୀୟ କବାଡି କ୍ରୀଡା ୨୦୨୪-୨୫ ଏବଂ ବିପିନ ମାଝୀ, ଓଡିଶା ରାଜ୍ୟ ପାରା ଏଥିଲେଟିକ୍କ ୨୦୨୪-୨୫ (୪୦୦ ମିଟର ଦୌଡ)ରେ ରୌପ୍ୟ ବିଜେତାଙ୍କୁ ପୁରସ୍କୃତ କଷୁରାଯାଇଥିଲା l ପ୍ରଜ୍ଞପନ ମେଢ଼ ପାଇଁ ପ୍ରକଳ୍ପ ପ୍ରଶାସକ ଅlଇଟିଡ଼ିଏ, ରୟାଗଡ଼, ବନଖଣ୍ଡ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ରୟାଗଡ଼ ଓ ଅlଞ୍ଚଳିକ ପରିବହନ ବିଭାଗକୁ ପୁରସ୍କୃତ କରାଯାଇଥିଲା l ସେହିପରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତି ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କାର ବିତରଣ କରାଯାଇଥିଲା । ଗଣତନ୍ତ୍ର ଦିବସ ପାଳନ ଅବସରରେ ଅନୁଷ୍ଠିତ ବିଦ୍ୟାଳୟସ୍ତରୀୟ ଶୋଭାଯାତ୍ରାରେ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର, ରାୟଗଡ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଗାୟତ୍ରୀ ନଗର ଦ୍ୱିତୀୟ ଏବଂ ଆର ଏସ ଇ ଡବ୍ଲ୍ୟ ସି(RSEWC) ଉଚ୍ଚ ବିଦ୍ୟାଳୟ, ରାୟଗଡକୁ ତୃତୀୟ ସ୍ଥାନ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଅନୁଷ୍ଠିତ ପ୍ୟାରେଡ୍‌ରେ ବରିଷ୍ଠ ଏନସିସି ବର୍ଗରେ ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟର ବାଳକ ଓ ମହିଳା ମହାବିଦ୍ୟାଳୟର ବାଳିକା ଦ୍ୱିତୀୟ ପୁରସ୍କାର ପାଇଥିବା ବେଳେ କନିଷ୍ଠ ଏନସିସି ବର୍ଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ ଏବଂ ଆର୍ମି ୱିଙ୍ଗ ସାକ୍ରେର୍ଡ ହାର୍ଟ ସ୍କୁଲ ଏନ.ସି.ସି.(ବାଳିକା) ଦ୍ୱିତୀୟ ସ୍ଥାନରେ ପୁରସ୍କୃତ କରାଯାଇଥିଲା । ଏଥିସହ ସ୍କାଉଟ, ୟୁଥ ରେଡ୍ କ୍ରସ, ଜୁନିୟର ରେଡ୍ କ୍ରସ, ସିନିଅର ସିଭିଲିୟାନ୍ସ ବର୍ଗରେ ମଧ୍ୟ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଟ୍ରୁପ୍‌ଙ୍କୁ ଜିଲ୍ଳାପାଳଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସେହିପରି ବେତିବଚାଓ ବେଟି ପଢ଼ାଓର ୧୦ବର୍ଷ ପୂର୍ତ୍ତି ଉପଲକ୍ଷେ ୧୧ଜଣକୁ ପୁରସ୍କୃତ କରାଯାଇଥିଲା l ପରେ ସଦର ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ତରଫରୁ, ଜିଲ୍ଳା କାରାଗାର ଓ ସ୍ଥାନୀୟ ସେବା ସମାଜ ଅନାଥଶ୍ରମରେ ପୌର ପରିଷଦ ତରଫରୁ , ସ୍ୱଧାର ଗୃହରେ ସୁଦର୍ଶନ ପାଢ଼ୀଙ୍କ ପ୍ରଦତ୍ତ ଓ ବରିଷ୍ଠ ନାଗରିକ ସେବା ଗୃହ ଅନ୍ତେବାସୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଫଳ ଓ ମିଷ୍ଠାନ ବଣ୍ଟନ କରାଯାଇଥିଲା । ମାନ୍ୟବର ମୁଖ୍ୟ ଅତିଥି ଡ. ମହାଲିଙ୍ଗ ମୁଖ୍ୟ ଜିଲ୍ଲା ଚିକିତ୍ସାଲୟରେ ଏବଂ କୋଳାନାରା ଠାରେ ନୂତନ ମେଡିକାଲ ପାଇଁ ନୂତନ ଗୃହକୁ ଉଦଘାଟନ କରିଥିଲେ l ଏହା ବ୍ୟତୀତ ସ୍ଥାନୀୟ ପ୍ରଦକ୍ଷିଣ ଗୃହ ପାର୍ଶରେ ଥିବା ମିନି ସମ୍ମିଳନୀ ଗୃହରେ ଜିଲ୍ଲାରେ ଇ ଅଫିସ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ l

ଏହି ଜିଲ୍ଳାସ୍ତରୀୟ ଗଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ରାୟଗଡ଼ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ତୁ, ଉପଜିଲ୍ଳାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ଅତିରିକ୍ତ ଏସ.ପି. ବିଷ୍ଣୁ ପ୍ରସାଦ ପାତ୍ର, ଏସଡିପିଓ ରଶ୍ମିରଂଜନ ସେନାପତିଙ୍କ ସମେତ ଅନ୍ୟlନ୍ୟ ଜିଲ୍ଳାସ୍ତରୀୟ ପ୍ରଶାସନିକ ଓ ପୋଲିସ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ରାୟଗଡର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ଉପନିର୍ଦ୍ଦେଶକ ତଥା ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରାୟଗଡ ବସନ୍ତ କୁମାର ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟ ତରଫରୁ ପ୍ରାତଃ ୫ଘଂଟା ସମୟରେ ରାମଧୂନ ପ୍ରଚାର କରାଯାଇଥିଲା । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡ଼ା ଗଠନ ପାଇଁ ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଭାଗବତ ପ୍ରସାଦ ଙ୍କ ଗଳ୍ପ = ତଥାପି ଅନ୍ଧାର

Sunil Chandra Nayak

ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!