ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଇରଙ୍ଗପୁର ଇଣ୍ଡୋର ଷ୍ଟାଡିୟମରେ ଦୁଇ ଦୀବସୀୟ ରାଇରଙ୍ଗପୁର ବ୍ଯାଡମିଣ୍ଟନ ପ୍ରିମିୟମ ଲିଗ ୨୦୨୫ ଅନୁଷ୍ଠିତ

ରାଇରଙ୍ଗପୁର ଇଣ୍ଡୋର ଷ୍ଟାଡିୟମରେ ଦୁଇ ଦୀବସୀୟ ରାଇରଙ୍ଗପୁର ବ୍ଯାଡମିଣ୍ଟନ ପ୍ରିମିୟମ ଲିଗ ୨୦୨୫ ଅନୁଷ୍ଠିତ

ରୁଚି ବ୍ୟାଡମିଣ୍ଟନ କ୍ଲବ ଚମ୍ପିୟାନ; ମୋନିଷ ପାଲ ମେନ୍ ଅଫ୍ ଦି ମେଚ୍ ଏବଂ ସିରିଜ

. ମୟୂରଭଞ୍ଜ -୨୭/୦୧ //  ରାଇରଙ୍ଗପୁର ବ୍ୟଡମିଣ୍ଟନ ପ୍ରିମିୟମ ଲିଗ 2025 ରାଇରଙ୍ଗପୁର ଇଣ୍ଡୋର ଷ୍ଟାଡିୟମରେ ଦୁଇ ଦୀବସୀୟ ରାଇରଙ୍ଗପୁର ବ୍ୟାଡମିଣ୍ଟନ ପ୍ରିମିୟମ ଲିଗ୍ ୨୦୨୫ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଛା ବଛା ର୪ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ରାଇରଙ୍ଗପୁର ଉପ ଜିଲ୍ଲାପାଳ ଶ୍ରୀ ସୋମ୍ୟରଞ୍ଜନ ପ୍ରଧାନ , ରାଇରଙ୍ଗପୁର ପୌରପରିଷଦର ଚେୟାରମ୍ୟାନ ଅଭିଷେକ ପୋଟନାୟକ. ଉପସ୍ଥିତି ରହି ଶୁଭ ଉଦ୍ଘାଟନ କରିଥିଲେ । ଏହି ଲିଗ ରେ ଶିମିଳିପାଳ ଟାଇଗର କୁ ହରାଇ ରୁଚି ବ୍ୟଡ଼ମାଣ୍ଟନ କ୍ଲବ ଚମ୍ପିୟାନ ଦଳ ହୋଇଛି. । ଏହି ରାଇରଙ୍ଗପୁର ବ୍ୟଡମିଣ୍ଟନ ପ୍ରିମିୟମ ଲିଗ 2025 ରେ ବିଜେତା ରୁଚି ବ୍ୟଡମିଣ୍ଟନ କ୍ଳବ ଚମ୍ପିୟାନ ଦଳକୁ ଟ୍ରଫି ସହିତ 30ହଜାର ଟଙ୍କା ପ୍ରଦାନ କରାଯାଇଥିଲା ଏବଂ ଦ୍ୱିତୀୟ ବିଜେତା ଶିମିଳିପାଳ ଟାଇଗର କୁ ରନର୍ସଅଫ ଟ୍ରଫି ସହିତ 20ହଜାର ଟଙ୍କା ପ୍ରଦାନ କରାଯାଇଥିଲା. ।ଏହି ରାଇରଙ୍ଗପୁର ବ୍ୟାଡମିଣ୍ଟନ ପ୍ରିମିୟମ ଲିଗ 2025 ରେ ରୁଚି ବ୍ୟଡମିଣ୍ଟନ କ୍ଳବ ର କେପଟେନ ମୋନିଷ କୁମାର ପାଲ କୁ ମେନଅଫ ଦି ମ୍ୟାଚ ଏବଂ ମେନ ଅଫ୍ ଦି ସିରିଜ ବିଜେତା ଘୋଷଣା କରାଯାଇଥିଲା. । ମୋନିଷ କୁମାର ପାଲ ଙ୍କୁ ମେନଅଫଦି ମ୍ୟାଚ ଏବଂ ମେନଅଫଦି ଫାଇନାଲସିରିଜ ଟ୍ରଫି ସହିତ ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଥିଲା. ରୁଚି ବ୍ୟଡମିଣ୍ଟନକ୍ଳବ ର ଅନ୍ୟ ଖେଳାଳି ମାନେ ହେଲେ ସଂଜୀବ, ତୁଷାର, ପ୍ରିୟାଂଶୁ, ଗୁରୁଚରଣ, ମାନସ ।ରୁଚି ବ୍ୟାଡମିଣ୍ଟନ କ୍ଳବ ର କୋଚ ବିନାୟକ ପାଲଙ୍କ ତତ୍ବାବଧାନରେ ମୋନିଷ ପାଲ . ପ୍ରଶିକ୍ଷଣ ନେଇ ଆସୁଛନ୍ତି ।ଏହି ରାଇରଙ୍ଗପୁର ବ୍ୟଡମିଣ୍ଟନ ପ୍ରିମିୟମ ଲିଗ 2025ଦେଖି ବା ପାଇଁ ରାଇରଙ୍ଗପୁର ଇଣ୍ଡର ଇଷ୍ଟାଡିୟମ ରେ ବହୁ ସଂଖ୍ୟାରେ କ୍ରୀଡ଼ାପ୍ରେମୀ, ବ୍ୟାଡମିଣ୍ଟନଖେଳ ପ୍ରେମୀ ଯୋଗ ଦେଇ ଖେଳ ଉପଭୋଗ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।.ଏହି ରାଇରଙ୍ଗପୁର ବ୍ୟାଡମିଣ୍ଟନ ପ୍ରିମିୟମ ଲିଗ 2025 କୁ ଶାନ୍ତି ଶୁଙ୍ଖଳା ରେ ପରିଚାଳନା ପାଇଁ ରାଜା ବରାଳ, ସଞ୍ଜୟ ମହାନ୍ତି, ସିଦ୍ଧାର୍ଥ ପାଲ, ସୀତୁ ମହାନ୍ତ,ନିହାର, ବିଲୁ,ରିଙ୍କୁ, ଟିଙ୍କୁ, ବିଜୟ କୁମାର ମହାନ୍ତ ଏବଂ ରାଇରଙ୍ଗପୁର ବ୍ୟଡମିଣ୍ଟନ ପ୍ରିମିୟମ ଲିଗ 2025ର ଅନ୍ୟ ସଦସ୍ୟ ମାନେ.ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଏସୀୟ ଜୁନିଅର ଉସୁ ଚାମ୍ପିଅନସିପରେ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ଶ୍ୱେତାଙ୍କୁ ବ୍ରୋଞ୍ଜ

Sunil Chandra Nayak

ଲାଠିକଟା ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଉଦଘାଟିତ

masiha

Leave a Comment

error: Content is protected !!