ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱନାଥପୁର ଧାନ ମଣ୍ଡିରେ ଅବ୍ୟବସ୍ଥା  ପେକ୍ସ କର୍ମଚାରୀ ସାଜିଛନ୍ତି ମିଲର୍ସ ଦଲାଲ  ଚାଷୀ ପାଉନି ପରିଶ୍ରମର ଫଳ 

ବିଶ୍ୱନାଥପୁର ଧାନ ମଣ୍ଡିରେ ଅବ୍ୟବସ୍ଥା 

ପେକ୍ସ କର୍ମଚାରୀ ସାଜିଛନ୍ତି ମିଲର୍ସ ଦଲାଲ  ଚାଷୀ ପାଉନି ପରିଶ୍ରମର ଫଳ 

ଲାଞ୍ଜିଗଡ଼, ୨୮/୦୧(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ଵନାଥପୁର ଧାନ ମଣ୍ଡିରେ ଦେଖିବାକୁ ମିଳିଛି ଦଲାଲରାଜ। ଧାନ କ୍ୱିଣ୍ଟାଲ ପିଛା ଦର ବୃଦ୍ଧି ଯୋଗୁଁ ଚାଷୀ ଖୁସି ହୋଇପାରୁନି କିନ୍ତୁ ଏହି ଦଲାଲଙ୍କ ପାଇଁ କଚେପୁଅ ବାର ହୋଇଛି। ମାତ୍ରାଧିକ କଟନି ଛଟନୀ ସହିତ ଚାଷୀଙ୍କୁ ହଇରାଣ କରିବାର କୌଣସି ସୁଯୋଗକୁ ହାତଛଡା କରୁନାହାନ୍ତି ମିଲର୍ସ ଓ ଦଲାଲ। ଫଳରେ ମାସ ମାସ ଧରି ଶୀତ କାକରରେ ପଡ଼ିରହିଛି ଚାଷୀଙ୍କ ଶହଶହ କ୍ୱିଣ୍ଟାଲ ଧାନ। ବହୁ କଷ୍ଟରେ ଉପାର୍ଜିତ ଧାନ ବିକିବାକୁ ନେଇ ଚାଷୀମାନେ ନାହିଁନଥିବା ହଇରାଣ ହେଉଥିବାବେଳେ ଏସବୁ ପଛରେ ମୁଖ୍ୟ କାର୍ପଟଦାର ସାଜିଛନ୍ତି ଦୁଇଜଣ ପେକ୍ସ କର୍ମଚାରୀ। ଚାଷୀଙ୍କ ଧାନ କିଣିବା ଓ ମିର୍ଲସଙ୍କ ମଧ୍ୟରେ ଯୋଗସୂତ୍ର ସାଜିବା ବଦଳରେ ସେମାନେ ସାଜିଛନ୍ତି ମିର୍ଲସ ଦଲାଲ। ମିଲର୍ସଙ୍କଠାରୁ ମୋଟା ଅଙ୍କର ପାଉଣା ନେଇ ସେମାନେ ଚାଷୀଙ୍କ ଝାଳବୁହା ଧାନକୁ କ୍ୱିଣ୍ଟାଲ ପିଛା ୮-୧୦ କିଲୋଗ୍ରାମ ଲେଖାଏଁ କଟନୀଛଟନୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି। ଏହି ଦୁଇ ପେକ୍ସ କର୍ମଚାରୀଙ୍କୁ ଡରିମରି ଚାଷୀମାନେ ସରକାରଙ୍କ ଘୋଷଣା ସତ୍ୱେ ସହିଯାଉଛନ୍ତି। ଏପରିକି ମିଲର୍ସଙ୍କ ଆନ୍ଦୋଳନର ବାହାନା ଦେଖାଇ ଡିସେମ୍ବର ଶେଷ ଓ ଜାନୁୟାରୀ ପ୍ରଥମ ସପ୍ତାହର ଧାନ ଏ ପର୍ଯ୍ୟନ୍ତ ମଣ୍ଡିରେ ପଡ଼ିଛି। ଓଲଟା ନିରୀହ ଚାଷୀଙ୍କୁ ତମର ଟୋକନ କଟିଯିବ ବୋଲି ଭୟ ଦେଖାଇ ତାର ଫାଇଦା ହାସଲ କରୁଛନ୍ତି ଏହି ଦୁଇଜଣ କର୍ମଚାରୀ। ବିଶ୍ୱନାଥପୁର ମଣ୍ଡିରେ ତୁଳାପଡାସ୍ଥିତ କନକଦୁର୍ଗା, କେସିଙ୍ଗାର ସିଦ୍ଧାର୍ଥ ରାଇସ ମିଲ ଓ ନର୍ଲାରୋଡ଼ର କହ୍ନେୟା ଏଗ୍ରୋ ପ୍ରାୟ ଦଶ ହଜାର କ୍ୱିଣ୍ଟାଲ ଧାନ ଉଠାଇବାକୁ ଥିବାବେଳେ ପେକ୍ସ କର୍ମଚାରୀ ଦଲାଲ ହୋଇଥିବାରୁ ଚାଷୀର. ମେହନତର ଫଳ ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ଏଣୁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ସହିତ ଦଲାଲ ସାଜିଥିବା ପେକ୍ସ କର୍ମଚାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚାଷୀ ମହଲରେ ଦାବି ହେଉଛି। 

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ନିଆରା ପର୍ବ ପୌଷପୁର୍ଣିମା

masiha

ରାଜ୍ୟବାସୀଙ୍କୁ BSKY ଆଶ୍ୱସ୍ତି, ମୁଖ୍ୟ ସଚିବ କହିଲେ ବନ୍ଦ ହୋଇନି ଯୋଜନା!

masiha

ରାଜସ୍ବ ଆଦାୟରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଜିଲ୍ଲାପାଙ୍କ ଦ୍ୱାରା ପୁରସ୍କୃତ

Sunil Chandra Nayak

Leave a Comment

error: Content is protected !!