ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ବାମନଘାଟୀ ମହାସଭା ଆନୁକୁଲ୍ୟରେ ଫେବୃଆରୀ ୧୬,୧୭,୧୮ ତାରିଖ ବିଶ୍ଵଶାନ୍ତି ମହାଯଜ୍ଞ ନେଇ ପ୍ରସ୍ତୁତି ବୈଠକ

ରାଇରଙ୍ଗପୁରରେ ବାମନଘାଟୀ ମହାସଭା ଆନୁକୁଲ୍ୟରେ ଫେବୃଆରୀ ୧୬,୧୭,୧୮ ତାରିଖ ବିଶ୍ଵଶାନ୍ତି ମହାଯଜ୍ଞ ନେଇ ପ୍ରସ୍ତୁତି ବୈଠକ

ମୟୂରଭଞ୍ଜ ତା ୨୮.୦୧ // ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଆଜି ଅପରାହ୍ନ ଚାରିଟାରେ ଵାମଘାଟୀ ବ୍ରାହ୍ମଣ ସଂଘ କାର୍ଯ୍ୟାଳୟ ପରିସର ଅଧିକାଂଶ ସଦସ୍ୟ ଉପସ୍ଥିତି ରେ ବିଶ୍ଵଶାନ୍ତି ମହାଯଜ୍ଞ ଆୟୋଜନ ଓ ତାର ସୁପରିଚାଳନା ଓ ବିଭିନ୍ନ ଦାୟିତ୍ଵ ନିର୍ବାହ ପାଇଁ ଅନୁଷ୍ଠାନ ର ସଭାପତି ଶ୍ରୀ ଯୁକ୍ତ ପ୍ରଭାସ କବି, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଦେବବ୍ରତ ରଥ ମହାପାତ୍ର ଓ କାର୍ଯ୍ୟକାରୀ ସମ୍ପାଦକ ଶ୍ରୀଯୁକ୍ତ ଗଣେଶ୍ୱର ଦାଶ ସମସ୍ତ ଙ୍କୁ ଅନୁରୋଧ କରିଛନ୍ତି। ଯଜ୍ଞ ବିଷୟ ରେ ଏକ ବିସ୍ତୃତ ତଥା ସକ୍ରୀୟାତ୍ମକ ଆଲୋଚନା ରେ ଭାଗ ନେଇ ଉପସ୍ଥିତ ସଦସ୍ୟ ମାନେ ନିଜ ନିଜ ମତ ରଖିଥିଲେ। ବିଶ୍ଵଶାନ୍ତି ମହାଯଜ୍ଞ ଆସନ୍ତା ଫେବୃୟାରୀ ତା ୧୬, ୧୭, ୧୮, ୧୯ ରିଖ ରେ ଅନୁଷ୍ଠିତ ହେବ। ଗତ ଯଜ୍ଞ ରେ ଯେଉଁ ସଦସ୍ୟ ମାନେ ଯେଉଁ ସବୁ ଦାୟିତ୍ଵ ଲିଭାଇଥିଲେ ଚଳିତ ବର୍ଷ ମଧ୍ୟ ସେମାନେ ସେହି ଦାୟିତ୍ଵ ନେବେ ବୋଲି ଫଇସଲା ହୋଇଛି। ପ୍ରତ୍ୟେକ ସପ୍ତାହ ରବିବାର ବୈଠକ ବସି କାର୍ଯ୍ୟକ୍ରମ ର ସୁବିଧା ଅସୁବିଧା ବିଷୟ ରେ ଆଲୋଚନା ହେବା ର ସ୍ଥିରୀକୃତ ହୋଇଛି। ଉକ୍ତ ବୈଠକ ରେ ସର୍ବଶ୍ରୀ ସୁଧୀର ମିଶ୍ର, ଧୂର୍ଯୋଟି ହୋତା, ସତ୍ୟରଞ୍ଜନ ମହାପାତ୍ର, ଆଲୋକ ମିଶ୍ର,ବାଇଧର ପଣ୍ଡା, ବୀରେଶ କବି, ସରୋଜ ପଣ୍ଡା, କଟି ପଣ୍ଡା, ଗୋକୁଳ ପାଣି, ଅଜିତ ଦାଶ, ହୋତା ବାବୁ, ଦାସ ବାବୁ, ରବି ନାରାୟଣ କର ତଥା ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ସଭାପତି ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ୍ ଦେଇ କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗ କାମନା କରି ଆଲୋଚନା ସମାପ୍ତ କଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବିପଦ ସଙ୍କୁଳ ଅବସ୍ଥାରେ ୪୨ ମୌଜା ତଇଲିପଡା ଟ୍ରାନ୍ସଫମର

Sunil Chandra Nayak

ନାବାର୍ଡ ତରଫରୁ ଉପାଦେୟ ଭିତ୍ତିକ ସୌଖିନ କାଠ କଣ୍ଡେଇ ପ୍ରଶିକ୍ଷଣ ଶିବିର ଉଦଘାଟିତ

Sunil Chandra Nayak

ଜିଲ୍ଲାରେ ୧୩୦ ଗୋଟି ନୂତନ ଭୋଟ କେନ୍ଦ୍ର ଗଠନ ନିମନ୍ତେ ଭାରତୀୟ ନିର୍ବାଚନ କମିଶନଙ୍କ ଅନୁମୋଦନ

Sunil Chandra Nayak

Leave a Comment

error: Content is protected !!