ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ବାମନଘାଟୀ ମହାସଭା ଆନୁକୁଲ୍ୟରେ ଫେବୃଆରୀ ୧୬,୧୭,୧୮ ତାରିଖ ବିଶ୍ଵଶାନ୍ତି ମହାଯଜ୍ଞ ନେଇ ପ୍ରସ୍ତୁତି ବୈଠକ

ରାଇରଙ୍ଗପୁରରେ ବାମନଘାଟୀ ମହାସଭା ଆନୁକୁଲ୍ୟରେ ଫେବୃଆରୀ ୧୬,୧୭,୧୮ ତାରିଖ ବିଶ୍ଵଶାନ୍ତି ମହାଯଜ୍ଞ ନେଇ ପ୍ରସ୍ତୁତି ବୈଠକ

ମୟୂରଭଞ୍ଜ ତା ୨୮.୦୧ // ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଆଜି ଅପରାହ୍ନ ଚାରିଟାରେ ଵାମଘାଟୀ ବ୍ରାହ୍ମଣ ସଂଘ କାର୍ଯ୍ୟାଳୟ ପରିସର ଅଧିକାଂଶ ସଦସ୍ୟ ଉପସ୍ଥିତି ରେ ବିଶ୍ଵଶାନ୍ତି ମହାଯଜ୍ଞ ଆୟୋଜନ ଓ ତାର ସୁପରିଚାଳନା ଓ ବିଭିନ୍ନ ଦାୟିତ୍ଵ ନିର୍ବାହ ପାଇଁ ଅନୁଷ୍ଠାନ ର ସଭାପତି ଶ୍ରୀ ଯୁକ୍ତ ପ୍ରଭାସ କବି, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଦେବବ୍ରତ ରଥ ମହାପାତ୍ର ଓ କାର୍ଯ୍ୟକାରୀ ସମ୍ପାଦକ ଶ୍ରୀଯୁକ୍ତ ଗଣେଶ୍ୱର ଦାଶ ସମସ୍ତ ଙ୍କୁ ଅନୁରୋଧ କରିଛନ୍ତି। ଯଜ୍ଞ ବିଷୟ ରେ ଏକ ବିସ୍ତୃତ ତଥା ସକ୍ରୀୟାତ୍ମକ ଆଲୋଚନା ରେ ଭାଗ ନେଇ ଉପସ୍ଥିତ ସଦସ୍ୟ ମାନେ ନିଜ ନିଜ ମତ ରଖିଥିଲେ। ବିଶ୍ଵଶାନ୍ତି ମହାଯଜ୍ଞ ଆସନ୍ତା ଫେବୃୟାରୀ ତା ୧୬, ୧୭, ୧୮, ୧୯ ରିଖ ରେ ଅନୁଷ୍ଠିତ ହେବ। ଗତ ଯଜ୍ଞ ରେ ଯେଉଁ ସଦସ୍ୟ ମାନେ ଯେଉଁ ସବୁ ଦାୟିତ୍ଵ ଲିଭାଇଥିଲେ ଚଳିତ ବର୍ଷ ମଧ୍ୟ ସେମାନେ ସେହି ଦାୟିତ୍ଵ ନେବେ ବୋଲି ଫଇସଲା ହୋଇଛି। ପ୍ରତ୍ୟେକ ସପ୍ତାହ ରବିବାର ବୈଠକ ବସି କାର୍ଯ୍ୟକ୍ରମ ର ସୁବିଧା ଅସୁବିଧା ବିଷୟ ରେ ଆଲୋଚନା ହେବା ର ସ୍ଥିରୀକୃତ ହୋଇଛି। ଉକ୍ତ ବୈଠକ ରେ ସର୍ବଶ୍ରୀ ସୁଧୀର ମିଶ୍ର, ଧୂର୍ଯୋଟି ହୋତା, ସତ୍ୟରଞ୍ଜନ ମହାପାତ୍ର, ଆଲୋକ ମିଶ୍ର,ବାଇଧର ପଣ୍ଡା, ବୀରେଶ କବି, ସରୋଜ ପଣ୍ଡା, କଟି ପଣ୍ଡା, ଗୋକୁଳ ପାଣି, ଅଜିତ ଦାଶ, ହୋତା ବାବୁ, ଦାସ ବାବୁ, ରବି ନାରାୟଣ କର ତଥା ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ସଭାପତି ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ୍ ଦେଇ କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗ କାମନା କରି ଆଲୋଚନା ସମାପ୍ତ କଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପଶ୍ଚିମ ଓଡିଶା ସାାଂସ୍କୃତିକ ପରିଷଦ ରାଉରକେଲା ଦ୍ୱାରା ଗୃହ ସୁରକ୍ଷା ସଚେତନତା କର୍ମଶାଳା

masiha

ବିକାଶ ସମ୍ପ୍ରଦାୟ ପାଇଁ ଏକତା (SOLID) କରୁଣା ଶାନ୍ତି +2 ବିଜ୍ଞାନ ଏବଂ ଧନ୍ଦାମୂଳକ ତାଲିମ ଆବାସିକ କ୍ୟାମ୍ପସରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

masiha

ଚଳିତ ବର୍ଷରେ ବର୍ଷା କମ ଯୋଗୁଁ ଚାଷ କାମରେ ଅସୁବିଧା ପ୍ରଭାବ ଦେଖାଇଛି

masiha

Leave a Comment

error: Content is protected !!