ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଉପଖଣ୍ଡ ହସ୍ପିଟାଳ ରେ ରୋଗୀ କଲ୍ୟାଣ ସମିତିର ବୈଠକ 

ଧର୍ମଗଡ ଉପଖଣ୍ଡ ହସ୍ପିଟାଳ ରେ ରୋଗୀ କଲ୍ୟାଣ ସମିତିର ବୈଠକ 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ସଭା ଗୃହ ରେ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଧର୍ମଗଡ ବିଧାୟକ ସୁଧୀର ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଏସଡିଏମଓ ସଦାନନ୍ଦ ପାଣିଗ୍ରାହୀ,ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ହିମାଂଶୁ ପଣ୍ଡା,ଚତୁର୍ଭୁଜ ତାଣ୍ଡି,ସାମ୍ବାଦିକ ଇଙ୍ଗିତ ପଣ୍ଡା ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଉପଖଣ୍ଡ ଡାକ୍ତରଖାନା ପାଇଁ ଆବଶ୍ୟକ ଡାକ୍ତର ପଦବୀ ନିଯୁକ୍ତି, ପାର୍କ ନିର୍ମାଣ, ଉଭୟ ଧର୍ମଗଡ ଡାକ୍ତରଖାନା ଓ ପର୍ଲା ସିଏଚସି ପାଇଁ ଶେଷ ଯାତ୍ରା ଗାଡି ପ୍ରଦାନ ଭଳି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିବା ବେଳେ ଶୀଘ୍ର ଦାବୀ ଗୁଡିକ ପୂରଣ କରାଯିବ ବୋଲି ବିଧାୟକ ଶ୍ରୀ ପଟ୍ଟଯୋଶୀ ପ୍ରତିଶୃତି ଦେଇଥିଲେ। ଡାକ୍ତରଖାନା ଛାଡି ବାହାର କ୍ଲିନିକ ରେ ଡ଼ିଉଟି କରୁଥିବା ଡାକ୍ତର ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ତାଗିଦ କରିଥିଲେ ବିଧାୟକ ଶ୍ରୀ ପଟ୍ଟଯୋଶୀ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ସାରସଗୁଡା ଗ୍ରାମକୁ ଜଳାଯୋଗଣାରେ ଅଣଦେଖା  ଅଭିଯୋଗ ଆଣିଲେ ଗ୍ରାମବାସୀ

masiha

ସଚେତନ ନାଗରିକ ମଞ୍ଚର ୧୩ତମ ବାର୍ଷିକ ଉତ୍ସବ ପାଳନ

Sunil Chandra Nayak

ନାଇକ ସଦନ ମୁର୍ଜାଙ୍କ ମା ଆଦିବାରୀଙ୍କ ଅକାଳ ବିୟୋଗରେ ଯୋଗଦେଲେ ସରପଞ୍ଚ

Sunil Chandra Nayak

Leave a Comment

error: Content is protected !!