ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଵିଞ୍ଝୁଆ ଗ୍ରାମରେ ଆସନ୍ତା ଫେବୃୟାରୀ ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭବ୍ୟ ନୂତନ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ

ଵିଞ୍ଝୁଆ ଗ୍ରାମରେ ଆସନ୍ତା ଫେବୃୟାରୀ ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭବ୍ୟ ନୂତନ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ 

 ମୟୂରଭଞ୍ଜ – ୨୯/୦୧ // ମୟୂରଭଞ୍ଜ ଜିଲ୍ଲାର ଵହଳଦା ବ୍ଳକର ସୋସ ପଞ୍ଚାୟତର ଟସର ଶିଳ୍ପ ଖ୍ୟାତ ଥିବା ଐତିହାସିକ ଵିଞ୍ଝୁଆ ଗ୍ରାମରେ ବିଞ୍ଝୁଆ ଗ୍ରାମବାସୀବୃନ୍ଦଙ୍କ ଦ୍ବାରା ଏକ ଭବ୍ୟ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ମାଘ ମାସ ଶୁକ୍ଳ ପକ୍ଷ ନବମୀ ତିଥି ଫେବୃୟାରୀ ୬ (ଗୁରୁବାର )ରୁ ୧୦( ସୋମବାର) ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପୂଜାର୍ଚ୍ଚନା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ରାଜ୍ୟର ବହୁ ବିଦ୍ୱାନ ପଣ୍ଡିତ ଓ ପୂଜକ ଯୋଗ ଦେଇ ରୀତିନୀତି ଅନୁସାରେ ପୂଜନ କରିବେ ।ଏଥିପାଇଁ କମିଟି ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।କମିଟି ତରଫରୁ ମହାମହିମ ରାଷ୍ଟ୍ରପତିଙ୍କୁ ମଧ୍ୟ ଏହି ଭବ୍ୟ ପୂଜା ସମାରୋହରେ ଯୋଗଦେବାପାଇଁ ଲିଖିତ ଅନୁରୋଧ କରାଯାଇଛି ।ତଦସହ ସମସ୍ତ ରାମଭକ୍ତ, ଆଧ୍ୟାତ୍ମିକବାଦୀ ଜନତା , ଭଗବତ୍ ଶ୍ରଦ୍ଧାଳୁ, ରାଜ୍ୟ, ଜିଲ୍ଲା,ତଥା ଅଂଚଳଵାସୀଏଵଂ ପଡୋଶୀ ଝାଡଖଣ୍ଡ ବାସୀ ଏହି ଭଵ୍ଯ ଉତ୍ସବରେ ଯୋଗଦେଇ ଶ୍ରୀରାମଙ୍କ ଆଶୀର୍ବାଦ ନେବାପାଇଁ ଅନୁରୋଧ କରାଯାଇଛି । ଫେବୃଆରୀ ୬ ( ଗୁରୁବାର )ତାରିଖ ଦିନ ଅଧିବାସ, ଫେବୃଆରୀ ୭ ( ଶୁକ୍ରବାର) ତାରିଖ ଦିନ ଅର୍ଶ ଯାତ୍ରା,ଦେବତା ପୂଜନ, ଫେବୃଆରୀ ୮( ଶନିବାର )ତାରିଖ ଦିନ ଜଳାଧିବାସ,ପୁଷ୍ପାଧିବାସ,ଅନ୍ନାଧି ବାସ, ଦୀପ ଯଜ୍ଞ , ଫେବୃଆରୀ ୯ (ରବିବାର) ତାରିଖ ଦିନ ମହାସ୍ନାନ , ନଗର କୀର୍ତ୍ତନ, ଘୃତ ଯଜ୍ଞ ଏବଂ ଫେବୃଆରୀ ୧୦ ( ସୋମବାର) ତାରିଖ ଦିନ ପୂର୍ବାହ୍ନ ୧୦ ଠାରୁ ୧୧.୧୫ ମିନିଟ୍ ମଧ୍ୟରେ ମୂର୍ତ୍ତି ସ୍ଥାପନ, ଏବଂ ମଧ୍ୟାହ୍ନ ରେ ଅନ୍ନ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ମନ୍ଦିର କମିଟି ତରଫରୁ ହେବାର ସୂଚନା ଦେଇଛନ୍ତି । ତେଣୁ ଅଂଚଳବାସୀ ଏଠାରେ ପୂଜନ କାର୍ଯ୍ୟ ସମାରୋହରେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇ ଶ୍ରୀରାମଙ୍କ ଦର୍ଶନ ସହ ଆଶୀର୍ବାଦ ନେବାପାଇଁ କମିଟି ତରଫରୁ ବିନମ୍ର ନିବେଦନ କରାଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଓଡ଼ିଆଙ୍କ ଅନ୍ୟତମ ଗଣପର୍ବ ଅଗ୍ନି ଉତ୍ସବ

Sunil Chandra Nayak

କାମାକ୍ଷାନଗର ଶ୍ରୀ ଜଗନ୍ନାଥ ମନ୍ଦିରରେ ଭାଗବତ ଜନ୍ମୋତ୍ସବ ପାଳିତ 

masiha

ଶାରଳା ପରିଷଦର ପବିତ୍ର ପଣା ସଂକ୍ରାନ୍ତି ଓ ମା ଶାରଳ ପୂଜା 

masiha

Leave a Comment

error: Content is protected !!