ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାପାଣିରେ ମାଣ୍ଡିଆ ମଣ୍ଡି ଉଦଘାଟିତ 

ଜୁନାପାଣିରେ ମାଣ୍ଡିଆ ମଣ୍ଡି ଉଦଘାଟିତ 

    ଡାବୁଗାଁ,୩୦/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜୁନାପାଣି ପଞ୍ଚାୟତ କାର୍ଯ୍ୟ|ଳୟ ପରିସରରେ ମାଣ୍ଡିଆ ମଣ୍ଡି ଗୁରୁବାର ଉଦଘାଟିତ ହୋଇଯାଇଛି | ଏଥିରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଣ୍ଡି ଉଦଘାଟନ କରିଥିଲେ | ଉକ୍ତ ମଣ୍ଡିରେ ଚାଷୀ ଅଧିକ ଦରରେ ମାଣ୍ଡିଆ ବିକ୍ରି କରି ଲାଭବାନ ହୋଇପାରିବେ | ମଣ୍ଡିରେ ମାଣ୍ଡିଆର ସରକାରୀ ମୂଲ୍ୟ ଏକ କୁଇଣ୍ଟାଲ ପ୍ରତି ୪୨୯୦ ଟଙ୍କା ଓ ବୋନସ ୨୧୦ ଟଙ୍କା ରହିଛି | ଏହିପରି ଚାଷୀ ମାଣ୍ଡିରେ ମାଣ୍ଡିଆ ବିକ୍ରି କରି ଏକ କୁଇଣ୍ଟାଲ ମାଣ୍ଡିଆ ପିଛା ୪୫୦୦ ଟଙ୍କା ପାଇପାରିବେ | ଉକ୍ତ ଅର୍ଥ ରାଶି ସିଧାସଳଖ ଚାଷୀର ବ୍ୟାଙ୍କ ଖାତାରେ ଜମା ହେବ | ଏହି ଉଦଘାଟନ କାର୍ଯ୍ୟକ୍ରମରେ ଜୁନାପାଣି ପଞ୍ଚାୟତ ସରପଞ୍ଚ ଦୟାନିଧି ଭତ୍ରା, ବ୍ଲକ କୃଷି ଅଧିକାରୀ ସୁଦେଷ୍ଣା ଧଳ, ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, କୃଷି ଅଧିଦର୍ଶକ ମମତା ସାହୁ, ଥୁଆମୂଳ ରାମପୁର ଫାର୍ମର ପ୍ରଡୁସର ଗୃପ ସିଇଓ ସିଦ୍ଧାର୍ଥ ଜଏଲ, ବ୍ଲକ ସଂଯୋଜକ ନବୀନ ମହୁରିଆ, ଅତିରିକ୍ତ ବ୍ଲକ ସଂଯୋଜକ ରଶ୍ମିତା ବଳବନ୍ତରାୟ, ସମସ୍ତ ସିଆରପି ଓ ମାଣ୍ଡିଆ ଚାଷୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଏନକେ ରିପୋର୍ଟ

Related posts

ବିଶ୍ବ ଜଳବାୟୁ ପରିବର୍ତ୍ତନ ଚିନ୍ତା ଜନକ , ଜୟନ୍ତପୁର ଠାରେ ବିଶ୍ବ ପରିବେଶ ଦିବସ

ନିତ୍ୟ ଦୁର୍ଘଟଣାରେ ଅତିଷ୍ଟ ତାଳଚେର ସଡ଼କ ସୁରକ୍ଷା ପରିଷଦର ଚାରି ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର

masiha

ଭତ୍ତା ଟଙ୍କା ହେରଫେର ଅଭିଯୋଗ 

masiha

Leave a Comment

error: Content is protected !!