ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରଜା ଦେଓପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ପରଜା ଦେଓପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

 ତେନ୍ତୁଳିଖୁଣ୍ଟି ୩୦/୦୧/୨୫ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଗୌଡ଼ ଦେଓପାଲି ପଞ୍ଚାୟତ ର ପରଜା ଦେଓପାଲି ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ସୁବାସ ବେହେରା ଙ୍କ ଆବାହକତ୍ୱ ରେ ଆଜି ଅନୁଷ୍ଠିତ ହୋଇଯାଇଛି। କୃଷ୍ଣ ଚନ୍ଦ୍ର ରଥ ଙ୍କ ବୈଦିକ ମନ୍ତ୍ରୋ ଧ୍ଵନି ସହ ନିମନ୍ତ୍ରିତ ଅତିଥି ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ , ବିଦ୍ୟାଳୟ ଛାତ୍ରୀ ଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ ପରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ,ମୁଖ୍ୟ ଅତିଥି, ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ଡବ୍ଲୁ ଇ ଓ ଜଗ ମୋହନ ମାଝୀ, ଏ ବି ଇ ଓ ମୋହନ ମଧୁସୂଦନ ବାଗ , ଜିଲ୍ଲା ବିଜ୍ଞାନ ପରିଦର୍ଶକ ଚିତ୍ତରଞ୍ଜନ ପଟନାୟକ ,ସରପଞ୍ଚ ପ୍ରମିଳା ମୁଦୁଲି, ସି ଆର୍ ସି ସି ପ୍ରମୋଦା ସାମଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢା ରେ ମନୋନିବେଶ କରିବା ସହ ସାଂପ୍ରତିକ ବ୍ୟବସ୍ଥା ରେ ନିଜକୁ ସ୍ଥାପିତ କରିବା ପାଇଁ ସାଠ ସହ ଖେଳ କୁଦ ନାଚ ଗୀତ ଆଦି ରେ ମଧ୍ୟ ନିଜକୁ ସ୍ଥାପିତ କରିବା ପାଇଁ ଚେଷ୍ଟା କରିବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟବକ୍ତା ବିଡ଼ିଓ ପାଣିଗ୍ରାହୀ ପ୍ରତିଯୋଗିତା ମୂଳକ ବ୍ୟବସ୍ଥା ରେ ନିଜକୁ ସ୍ଥାପିତ କରିବା ପାଇଁ ଉଦ୍ଯୋଗୀ,ସମୟାନୁବର୍ତ୍ତୀ,କର୍ତ୍ତବ୍ୟ ପରାୟଣ ହେବାକୁ ଆହ୍ବାନ କରିଥିଲେ। ତଫସିଲ ଭୁକ୍ତ ଜାତି ଛାତ୍ର ଛାତ୍ରୀ ଙ୍କ ଉଚ୍ଚ ଶିକ୍ଷା ପ୍ରତିଯୋଗିତା ମୂଳକ ଶିକ୍ଷା ପାଇଁ ସରକାର ଙ୍କ ତରଫରୁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଡ ବ୍ଲୁ ଇ ଓ ସୂଚନା ଦେଇଥିଲେ। ମଞ୍ଚ ପରିଚାଳନା ସହକାରୀ ଶିକ୍ଷୟତ୍ରୀ ବନିତା ସ୍ବାଇଁ କରିଥିବା ବେଳେ ବାର୍ଷିକ ବିବରଣୀ ପ୍ରଧାନ ଶିକ୍ଷକ ପାଠ କରିଥିଲେ। ମଞ୍ଚରେ ଅଭିଭାଷଣ କାର୍ଯ୍ୟକ୍ରମ ପରେ ପୂରସ୍କାର ବିତରଣ କାର୍ଯ୍ୟକ୍ରମ ହୋଇଥିଲା,ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ ନିମନ୍ତ୍ରିତ ମୁଖ୍ୟ ଅତିଥି ,ସମ୍ମାନିତ ଅତିଥି ଓ ମୁଖ୍ୟ ବକ୍ତା ପ୍ରଦାନ କରିଥିଲେ। ଏହା ପରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ଯାହାକୁ ସହକାରୀ ଶିକ୍ଷକ ଜଗଦେବ କେଶରୀ ସାମନ୍ତ ପରିଚାଳନା କରିଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ପାଣିରେ ବୁଡି ୫ବର୍ଷର ଶିଶୁପୁତ୍ର ମୃତ

masiha

କଳାହାଣ୍ଡି ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀ ଙ୍କ ତାଲିମ କାର୍ଯ୍ୟକ୍ରମ 

masiha

କୁସୁମି ବ୍ଳକ ପରିସରରେ ୦ ରୁ ୬ ଵର୍ଷୀୟ ଦିଵ୍ଯାଙ୍ଗ ଶିଶୁଙ୍କ ଚିହ୍ନଟ ଉଦ୍ଦେଶ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!