ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଗାଡ଼ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଗାଡ଼ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଧର୍ମଗଡ ବ୍ଲକ ବଗାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ପର୍ତ୍ତିଶ୍ୱର ମୁଣ୍ଡ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ମୁଖ୍ୟ ବକ୍ତା ଭାବରେ ଧର୍ମଗଡ ତହସିଲଦାର ସଞ୍ଜୟ କୁମାର ସାମନ୍ତରା, ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପଙ୍କଜିନୀ ମାଝୀ, ସ୍ଥାନୀୟ ସରପଞ୍ଚ ବିନୋଦିନୀ ଗଉଡ଼, ବିଆରସିସି ଅରୂପାନନ୍ଦ ଭୋଇ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶ୍ୱଜିତ ବେହେରା,ସିଆରସିସି ରାଜେନ୍ଦ୍ର ଦୁରିଆ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବଳଭଦ୍ର ବାଗ ପ୍ରମୁଖ ଅତିଥି ଭାବରେ ମଞ୍ଚାସିନ ହୋଇଥିଲେ। । ଏହି ଅବସରରେ ବିଧାୟକ ବିଦ୍ୟାଳୟ ର ସ୍ମାର୍ଟ କ୍ଲାସ ରୁମ ଏବଂ ବିଜ୍ଞାନ ପରୀକ୍ଷାଗାର କୁ ଉଦଘାଟନ କରିଥିଲେ । ଶ୍ରେଷ୍ଠ ଛାତ୍ରୀ ଭାବରେ ଅଞ୍ଜଳି ମହାନନ୍ଦ, ବେଷ୍ଟ ସୃତି ସାହୁ ଏବଂ ଖୁସିପ୍ରଭା ବାଗ, ଶାନ୍ତିପ୍ରିୟା ଦୁରିଆ , ହେମଲତା ସାହୁ, ଚଞ୍ଚଲା ମାଝୀ ,ରୋଶନ ଦଳାଇ,ପୁଣ୍ୟବନ୍ତ ନାଗ, ମିନାକ୍ଷୀ ସାହୁ ଓ ଗୋପୀନାଥ ନାଗ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବଟକୃଷ୍ଣ ବେହେରା ସଭା କାର୍ଯ୍ୟ ପରିଚାଳନା କରି ଥିଲା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଟିକେଶ୍ୱର ନାଏକ, ପ୍ରେମ ଲାଲ ଜଗତ, ଚିତ୍ତରଞ୍ଜନ କୁମାର, ରାଜ କୁମାରୀ ନାଏକ ଓ ଶକୁନ୍ତଳା ଦାସ ପରି ଚାଳନା କରି ଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସେକ୍ଟର-୧୬ ଧବଳେଶ୍ଵର ମନ୍ଦିରରେ ୬୨ତମ ଅଷ୍ଟପ୍ରହରୀ ନାମ ଯଜ୍ଞ

Sunil Chandra Nayak

ମନ୍ଦିର ପ୍ରତିଷ୍ଠାତା ଙ୍କ ବିୟୋଗ

Sunil Chandra Nayak

ଦାନ କର୍ମ ଜ୍ଞାନ ସାହିତ୍ୟ କର୍ମଶାଳା

masiha

Leave a Comment

error: Content is protected !!