ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଶୀପୁର ବନ ବିଭାଗ ଦ୍ୱରା ଜଙ୍ଗଲ ପୋଡି ଏବଂ ବନ୍ୟଜନ୍ତୁ ସୁରକ୍ଷା କୁ ନେଇ ସଚେତନତା ରାଲି

କାଶୀପୁର ବନ ବିଭାଗ ଦ୍ୱରା ଜଙ୍ଗଲ ପୋଡି ଏବଂ ବନ୍ୟଜନ୍ତୁ ସୁରକ୍ଷା କୁ ନେଇ ସଚେତନତା ରାଲି

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ରେ ଆଜି କାଶୀପୁର ବନ ବିଭାଗ ଆନୁକୂଲ୍ୟରେ ଜଙ୍ଗଳକୁ ନିଆଁ ଦାଉରୁ ରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଜନ ସଚେତନତା ଅଭିଯାନ ମଧ୍ୟରେ କାଶୀପୁର ମାଁ ମାଣିକେଶ୍ବରୀ ଆଦିବାସୀ ମହାବିଦ୍ୟାଳୟ ପଡିଆ ଠାରୁ ମୁଖ୍ୟ ସଡ଼କ ଦେଇ ପଣ୍ଡାପଡା ପର୍ଯ୍ୟନ୍ତ ପ୍ରାୟ ୬ କିଲୋମିଟର ଧରି +୨ ଓ +୩ ର ଛାତ୍ର ଛାତ୍ରୀଙ୍କ ଅଂଶଗ୍ରହଣ ରେ ଏକ ରାଲି ଆୟୋଜନ କରାଯାଇଥିଲା।

ରାଲି ରେ ଜଙ୍ଗଲ ନିଆଁର କୁପରିଣାମ ଏବଂ ଏହାର ଜୀବଯୋଗତ ତଥା ବାୟୁମଣ୍ଡଳ ରେ କୁପ୍ରଭାବ ବାବଦରେ ସଚେତନ ସୃଷ୍ଟି କରିବା ର ମୁଖ୍ୟ ଉଦେଶ୍ୟ ଥିଲା।ଉକ୍ତ କାର୍ଯ୍ୟକ୍ରମ ସମଗ୍ର ରାଜ୍ୟ ବ୍ୟାପି ଚାଲିଥିବା ପରିପେକ୍ଷୀ ରେ କାଶୀପୁର ବ୍ଲକ ଭଳି ଉପାନ୍ତ ଅଞ୍ଚଳରେ ବିଭାଗ ପକ୍ଷରୁ ବିଭିନ୍ନ ପଞ୍ଚାୟତ ରେ ପୂର୍ବେ ଏହି ଭଳି ଜନ ସଚେତନ କାର୍ଯ୍ୟକ୍ରମ କରାଯାଇଛି।

ତଥାପି ଉପାନ୍ତ ଅପହଞ୍ଚ ଅଞ୍ଚଳରେ ଗ୍ରୀଷ୍ମ ରେ ଜଙ୍ଗଲ ପଡି ପଡୁ ଚାଷ କରାଯାଉଛି। ଯେଉଁଥିରେ ଜଙ୍ଗଲି ଯନ୍ତୁ, ପଶୁ ପକ୍ଷୀ ଓ ସରୀସୃପ ଭଳି ପ୍ରାଣୀଙ୍କ ମୂଲ୍ୟବାନ ଜୀବନ ପ୍ରତି ଲୋକେ କୌଣସି ଦୃଷ୍ଟି ଦେଉ ନାହାନ୍ତି, ଠିକ ଏହିଭଳି କିଛି ଲୋକେ ବନ୍ୟଯନ୍ତୁଙ୍କୁ ଶିକାର କରିବା ଉଦେଶ୍ୟରେ ଜଙ୍ଗଲରେ ଇଲେକ୍ଟ୍ରି ତାର ସଂଯୋଗ କରୁଛନ୍ତି ଯଦ୍ୱାରା ନିରୀହ ଜଙ୍ଗଲୀ ପଶୁପକ୍ଷୀ ଙ୍କ ସମେତ ଗ୍ରୁହ ପାଳିତ ପଶୁ ଏବଂ ମନୁଷ୍ୟ ଭଳି ଅନେକ ଜୀବନ ଚାଲିଯାଉଛି। 

ତେଣୁ ଜଙ୍ଗଲୀ ପଶୁ ଶିକାର ଓ ଜଙ୍ଗଲ କୁ ନିଆଁ ଲଗାଇବା ଫୋରେଷ୍ଟ ଆଇନ ଅନୁଯାୟୀ ଏକ ଧର୍ତ୍ତବ୍ୟ ଅପରାଧ, ଏହାର କୋଠର ଦଣ୍ଡ ବିଧାନ ଥିବା ସାଧାରଣରେ ପ୍ରଚାର ପ୍ରସାର କରାଯାଇଥିଲା।କାର୍ଯ୍ୟକ୍ରମ ରେ ମାଣିକେଶ୍ବରୀ ଆଦିବାସୀ ମହାବିଦ୍ୟାଳୟ ଅଧକ୍ଷ ବିରୁପାକ୍ଷ ବିରୁପାକ୍ଷ୍ୟ ପ୍ରଧାନ ଅଧ୍ୟାପକ ଶ୍ରୀ ପ୍ରସନ୍ନ କୁମାର ନାୟକ ଉପସ୍ଥିତ ଥିଲେ।କାଶୀପୁର ବନାଞ୍ଚଳ ଅଧିକାରୀ ଶ୍ରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ନେତୃତ୍ୱ ରେ ଆୟୋଜନ ହୋଇଥିବା ବେଳେ , ବନପାଳ ଶ୍ରୀ ଦୀନବନ୍ଧୁ ଶବରଙ୍କ ସହଯୋଗ କ୍ରମେ ବନରକ୍ଷୀ ଜଗଦୀଶ ନାଏକ,ଘାଷୀ ମାଝୀ,ମିନା ଦଣ୍ଡସେନା, ମାନସ୍ମିତା ପାଣିଗ୍ରାହୀ, ସନାଲି ସ୍ୱାଇଁ ଏବଂ ପାରା ଷ୍ଟାଫ ସମେତ ଏଡି ଏସ ଟିମ, କାଶୀପୁର ପୋଲିସ ପକ୍ଷରୁ ଆଇ. ଆର. ବି ଯବାନ ମାନେ ସମ୍ପୂର୍ଣ ଦାୟିତ୍ୱ ତୁଲାଇ ଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ସଂସ୍କୃତି ଭବନରେ ଶ୍ରୀ ଜୟଦେବ ଜୟନ୍ତୀ ଓ ଅକ୍ଷୟ ତୃତୀୟା ମହାସମାରୋହରେ ପାଳିତ

Sunil Chandra Nayak

ବୋରଗୁଡା ଗ୍ରାମପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

Sunil Chandra Nayak

ଖସିଗୁଡା ସବ ମାଇନର ଶାଖା କେନାଲ ୩ ମରାମତି କାମ ନିମ୍ନମାନର ଅଭିଯୋଗ କଲେ ଚାଷୀ

Sunil Chandra Nayak

Leave a Comment

error: Content is protected !!