ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାରେ ଧାନ ସଂଗ୍ରହ ତ୍ଵରାନିତ ବର୍ତ୍ତମାନ ପର୍ଯ୍ୟନ୍ତ ୩୩,୧୩୪ ଜଣ ପଂଜିକୃତ ଚାଷୀଙ୍କ ଧାନ ବିକ୍ରୟ 

ନବରଙ୍ଗପୁର ଜିଲ୍ଲାରେ ଧାନ ସଂଗ୍ରହ ତ୍ଵରାନିତ ବର୍ତ୍ତମାନ ପର୍ଯ୍ୟନ୍ତ ୩୩,୧୩୪ ଜଣ ପଂଜିକୃତ ଚାଷୀଙ୍କ ଧାନ ବିକ୍ରୟ 

ନବରଙ୍ଗପୁର:( ତା ୨୮.୧.୨୦୨୫)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାର ୧୦ ଟି ବ୍ଲକ୍ ରେ ଧାନ ସଂଗ୍ରହ ପୁରା ଦମରେ ଚାଲିଛି।ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅତିରିକ୍ତ ଜିଲ୍ଲାପାଳ ନବିନ ଚନ୍ଦ୍ର ନାୟକ,ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ ମଲ୍ଲିକ ଏବଂ ଅନ୍ୟ ନୋଡାଲ ଅଧିକାରୀମାନେ ବିଭିନ୍ନ ବ୍ଲକ ଦାୟିତ୍ୱରେ ରହି ଧାନ ସଂଗ୍ରହ ଯେଭଳି ଶୃଙ୍ଖଳିତ ହେବ,ତାହା ତଦାରଖ କରୁଛନ୍ତି।ଚାଷୀ ମାନଙ୍କ ପାଇଁ ମଣ୍ଡିରେ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା, ଧାନ ସଂଗ୍ରହଣ ଓ ଉଚିତ୍ ଦେୟ ରେ ଯେଭଳି କୌଣସି ଅସୁବିଧା ନ ହେବ, ତାହା ଦେଖିବାକୁ ଜିଲ୍ଲାପାଳ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ଖରିଫ ଋତୁ ରେ ଲକ୍ଷ୍ୟ ଧାର୍ଯ୍ୟ ୨୩,୨୮,୪୪୭.୭୬ କ୍ଵିଣ୍ଟାଲ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପଂଜିକୃତ ୩୩,୧୩୪ ଜଣ ଚାଷୀ ଙ୍କ ଠାରୁ ୧୦୩ ଟି ଧାନ ସଂଗ୍ରହଣ କେନ୍ଦ୍ରରେ ୧୭୦୭୭୯୦.୯୪ କ୍ଵିଣ୍ଟାଲ ଧାନ ସଂଗ୍ରହ ହୋଇଯାଇଛି। ଚାଷୀ ଙ୍କ ୩୦୧୦୫ ଟି ଆକାଉଣ୍ଟ କୁ ବର୍ତ୍ତମାନ ପର୍ଯ୍ୟନ୍ତ ୩୪୬ କୋଟି ୭୮ ଲକ୍ଷ ୪୩ ହଜାର ୭୯୧ଟଙ୍କା ଜମା ହୋଇଛି। ଜିଲ୍ଲାରେ ଧାନ ବିକ୍ରୟ ପାଇଁ ପଂଜିକୃତ ଚାଷୀଙ୍କ ସଂଖ୍ୟା ୪୨,୪୧୧ ଅଟେ। ଏହି ଧାନ ସଂଗ୍ରହ କାର୍ଯ୍ୟକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନିକ ଅଧିକାରୀ ବିଭିନ୍ନ ମଣ୍ଡି ଗସ୍ତ କରି ତଦାରଖ କରୁଛନ୍ତି। ଗତ କାଲି ଚନ୍ଦାହାଣ୍ଡି ବ୍ଲକ ରେ ଜନ ଶୁଣାଣୀ କାର୍ଯ୍ୟ ପରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ସି ଡି ଓ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ ମିଶ୍ର ଚିଲଗାଁ ମଣ୍ଡି ଗସ୍ତ କରି ଧାନ ସଂଗ୍ରହଣ କାର୍ଯ୍ୟ କୁ ତଦାରଖ କରିଥିଲେ। 

( ମ ନି ସ ) 

Related posts

ମାନବ ସେବା ପ୍ରତିଷ୍ଠାନରେ ଗୃହ ଉଦଘାଟନ

masiha

ତେନ୍ତୁଳିଖୁଣ୍ଟି ବ୍ଲକ ଆତ୍ମା କାର୍ଯ୍ୟାଳୟରେ ବିହନ ବିକ୍ରେତା ଙ୍କ ବୈଠକ ଓ ଷ୍ଟକ ରେଜିଷ୍ଟର ଯାଞ୍ଚ

Sunil Chandra Nayak

୬୨ ତମ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ପ୍ରତିଷ୍ଠା ଦିବସ ପାଳିତ

masiha

Leave a Comment

error: Content is protected !!