ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

” ଅଣୁ ନାଟକ ” ର ଶୁଭ ଉନ୍ମୋଚନ

” ଅଣୁ ନାଟକ ” ର ଶୁଭ ଉନ୍ମୋଚନ

ଖଇରା,୩୦/୦୧/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଧୋବାଗଡିଆ ସ୍ଥିତ ପ୍ରୋ-ହେଲଥ୍ ଫିଜିଓ ଥେରାପି କେନ୍ଦ୍ର ପରିସରରେ ବସନ୍ତ କୁମାର ଦାସଙ୍କ ଦ୍ବାରା ରଚିତ ” ଅଣୁ ନାଟକ ” ର ଶୁଭ ଉନ୍ମୋଚନ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ପ୍ରସାଦ ପେଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ମନମୋହନ ପାଢୀ, ମୁଖ୍ୟ ବକ୍ତା ଭାବେ ସାହିତ୍ଯିକ ଓ ପାଲା ଗାୟକ ହରିହର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବିଇଓ ସୁଦର୍ଶନ ରାଉତ, ଅବସରପ୍ରାପ୍ତ ଶିକ୍ଷକ ସୁଦର୍ଶନ ପାଣିଗ୍ରାହୀ ଓ ନିରଞ୍ଜନ ମହାନ୍ତି, ପରେଶ ପ୍ରସାଦ ଦକ୍ଷିଣରାୟ ଓ ବସନ୍ତ କୁମାର ବେହେରା ମଞ୍ଚାସୀନ ହୋଇ ନାଟ୍ୟକାର ବସନ୍ତ କୁମାର ଦାସଙ୍କ ” ଅଣୁ ନାଟକ ” ର ସମୀକ୍ଷା କରିବା ସହିତ ତାଙ୍କ ପ୍ରତିଭା ବିଷୟରେ ବଖାଣି ଥିଲେ । ଏଥିରେ କୈଳାସ ପୃଷ୍ଟି, ବିପିନ୍ ବିହାରୀ ଦାସ, ନିରଞ୍ଜନ ପ୍ରସାଦ ବାରିକଙ୍କ ସମେତ ବହୁ କବି, ଲେଖକ ଓ ସାହିତ୍ୟିକ ଯୋଗଦେଇ ଉନ୍ମୋଚନ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ଅଣୁ ନାଟକ ରଚୟିତା ବସନ୍ତ କୁମାର ଦାସଙ୍କ ଧନ୍ୟବାଦ ଅର୍ପଣ ପରେ ସଭାପତି ସଭା ସାଙ୍ଗ ହୋଇଥିଲା ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ 

masiha

ଫଟୋ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ଅପରାଜିତା

masiha

ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ର ଚତୁର୍ଥ ସାଧାରଣ ବୈଠକ

masiha

Leave a Comment

error: Content is protected !!