ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡା ସିପିଏମ ଆନୁକୁଲ୍ୟରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ବଳିଦାନ ଦିବସ ଅବସରରେ ସାଂପ୍ରଦାୟିକ ସଦଭାବନା ଦିବସ ପାଳିତ 

କୋଇଡା ସିପିଏମ ଆନୁକୁଲ୍ୟରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ବଳିଦାନ ଦିବସ ଅବସରରେ ସାଂପ୍ରଦାୟିକ ସଦଭାବନା ଦିବସ ପାଳିତ 

 କୋଇଡା -୩୦/୦୧ //ସତ୍ୟ, ଅହିଂସା ଓ ନ୍ଯାୟର ପୂଜାରୀ ଜାତିର ପିତା ମହାତ୍ମା ଗାନ୍ଧ ଙ୍କ ଙ ଆଜି ମହାପ୍ରୟାଣ ତଥା ବଳିଦାନ ଦିବସ ।ସାରା ବିଶ୍ବରେ ଆଜି ସେହି ମହାନ୍ ଦିବଂଗତ ଙ୍କ ତିରୋଧାନ ଦିବସକୁ ସହିଦ ଦିବସ ଭାବେ ପାଳନ କରାଯାଉଛି ।ଆଜିର ଏହି ଦିନରେ ଏକ ସଭାସ୍ଥଳରେ ହିନ୍ଦୁ କଠୋରପନ୍ଥୀ ନାଥୁରାମ୍ ଗଡସେ ଙ୍କ ଗୁଳିମାଡ଼ରେ ସେ ଟଳି ପଡ଼ିଥିଲେ । ସେଠାରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ।ସେହି ଘଟଣା ସାରା ଦେଶ ତଥା ବିଶ୍ଵ ବାସୀଙ୍କୁ ସ୍ତବ୍ଧ କରିଦେଇଥିଲା ।ସତ୍ୟ ଓ ଅହିଂସାକୁ ସାରଥୀ କରି ଇଂରେଜ ଶାସନ ବିରୋଧରେ ରେ ଦୁର୍ବାର ଆନ୍ଦୋଳନ ଚଳାଇ ଭାରତର ସ୍ବାଧୀନତା ସଂଗ୍ରାମର ମୁଖ୍ୟ ନାୟକ ହୋଇ ଭାରତକୁ ସ୍ଵାଧୀନତାର ସ୍ବାଦ ଚଖାଇଥିଲେ ।

 ସେହି ମହାନ୍ ଦେଶଭକ୍ତି ସ୍ବାଧୀନତା ସଂଗ୍ରାମୀ ଦେଶମାତୃକା ପାଇଁ ବଳିଦାନ ଦେଇଥିବାରୁ ଆଜିର ଦିନରେ କୋଇଡା ସିପିଏମ ତରଫରୁ କୋଇଡା ଆଂଚଳିକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ସାମ୍ପ୍ରଦାୟିକ ସଦଭାବନା ଦିବସ ଗୁରୁବାର ଦିନ ପୂର୍ବାହ୍ନରେ ସିପିଏମ ବରିଷ୍ଠ ନେତା ପ୍ରଭାତ ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସମ୍ମାନିତ ଅତିଥି ପ୍ରାକ୍ତନ କଂଗ୍ରେସ ବିଧାୟକ ଜନାର୍ଦ୍ଦନ ଦେହୂରୀ, ମୁଖ୍ୟ ବକ୍ତା କୋଇଡା ଡିଗ୍ରୀ କଲେଜ ଇତିହାସ ବିଭାଗ ଅଧ୍ୟାପକ ପ୍ରଦୀପ କୁମାର ପଟ୍ଟନାୟକ , ସିଆରସିସି ପରିଡା ସାର୍ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଅତିଥି ଗଣ କହିଥିଲେ ଭାରତ ଏକ ସମାଜବାଦୀ, ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ।ଏହାର ସମ୍ବିଧାନ ସମସ୍ତ ଜାତି,ଧର୍ମ,ଵର୍ଣ ନିର୍ବିଶେଷରେ ସମସ୍ତଙ୍କୁ ଭାଇଚାରା ନେଇ ବଂଚିବା ପାଇଁ ମୌଳିକ ଅଧିକାର ଦେଇଛି । କିନ୍ତୁ ଦେଶ ବର୍ତ୍ତମାନ ସାଂପ୍ରଦାୟିକ ,ଜାତି ଜାତି ଓ ଧର୍ମ ନାମରେ ବିଭାଜିତ ହୋଇ ଏକ ଅଶାନ୍ତ ଭିତରେ ଗତି କରୁଛି ।ଦେଶ ସ୍ବାଧୀନତା ପାଇଁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵରେ ସବୁ ଧର୍ମର ଲୋକ ଏକାଠି ବ୍ରିଟିଶ ଶାସନ ବିରୋଧରେ ଲଢି ସ୍ବାଧୀନତା ଆଣିଥିଲେ । ତେଣୁ ସମସ୍ତେ ସମ୍ବିଧାନ କୁ ସମ୍ମାନ ଦେବା ସହ ଭାଇଚାରାର, ଭାତୃତ୍ବ,ଓ ଵଂଧୁତ୍ବ ପୁର୍ଣ ଭାବେ ରହି ଦେଶ ମାତୃକାର ବିକାଶ ଗଠନରେ ପଦକ୍ଷେପ ନେବା ଉଚିତ । କେହି ଯେମିତି ସାମ୍ବିଧାନିକ ମୌଳିକ ଅଧିକାରରୁ ବଂଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବା ଉଚିତ ।ପରେ ନେତୃବୃନ୍ଦ କହିଥିଲେ ସମସ୍ତେ ଖଣି ଖାଦାନ କୋଇଡା ଅଂଚଳର ବିକାଶ ,ଶ୍ରମିକ ମାନଙ୍କ ଉନ୍ନତି,ଶିଳ୍ପ ପ୍ରତିଷ୍ଠା, ଅଂଚଳ ବାସୀଙ୍କ ମୌଳିକ ସମସ୍ୟା,ଭୂମିହୀନଙ୍କୁ ପଟା,ରେସନ କାର୍ଡ,ଆବାସ ଗୃହ,ପାନୀୟ ଜଳ,ରାସ୍ତା, ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ଉପରେ ଧ୍ୟାନ ଦେଇ ସେମାନଙ୍କ ହକ୍ ପାଇଁ ଲଢି ସମାଧାନ ର ରାସ୍ତା ଫିଟାଇବାକୁ ପଡ଼ିବ ବୋଲି କହିଥିଲେ ।ତେବେ ଯାଇ ଆମେ ଆଜିର ମହାତ୍ମାଗାନ୍ଧୀ ଙ୍କ ବଳିଦାନ ଦିବସ ପାଳନରେ ମହାତ୍ମାଗାନ୍ଧୀ ଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଦେଲେ ବୋଲି ଜାଣିବା ।ଏହି କାର୍ଯ୍ୟକ୍ରମରେ ୪୦୦ ରୁ ଉର୍ଦ୍ଧ୍ବ ମାନ୍ୟଗଣ୍ୟ, ବୁଦ୍ଧିଜୀବୀ,ଯୁବ, ଛାତ୍ର, ମହିଳା, ଗଣମାଧ୍ୟମ ପ୍ରତିନିଧି, ଶ୍ରମିକ ଯୋଗ ଦେଇଥିଲେ । ସମାଜସେବୀ ଅଵୋକ ସାମଲ ଏହି ସଦଭାବନା ଦିବସରେ ସମସ୍ତେ ଯୋଗ ଦେଇ ସଫଳ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

 କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନବରଙ୍ଗପୁର ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ କମିଟି ର ଅଧ୍ୟକ୍ଷ ଙ୍କ ସହ ଆଲୋଚନା, ହଷ୍ଟେଲ ମେସ ଦାୟିତ୍ୱରୁ ମୁକ୍ତି କରିବାକୁ ଅନୁରୋଧ

masiha

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ସାଂଘାତିକ ତ୍ରୁଟି କୁ ନେଇ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ‘ଶିକ୍ଷା ବଞ୍ଚାଅ ଆନ୍ଦୋଳନ’ ଓ ବିକ୍ଷୋଭ 

Sunil Chandra Nayak

ବିପଦ ସଙ୍କୁଳ ଅବସ୍ଥାରେ ଥୁଆମୂଳ ରାମପୁର ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ , ନୂତନ କୋଠା ନିର୍ମାଣ ପାଇଁ ଦାବି

Sunil Chandra Nayak

Leave a Comment

error: Content is protected !!