ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ଡିଗ୍ରୀ କ୍ୟାମ୍ପସ ପରିସରରେ ଜାତୀୟ ମତଦାତା ଦିବସ ପାଳିତ

ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ଡିଗ୍ରୀ କ୍ୟାମ୍ପସ ପରିସରରେ ଜାତୀୟ ମତଦାତା ଦିବସ ପାଳିତ

ଭବାନିପାଟଣା(ବିଷ୍ଣୁ ଚରଣ ସ୍ୱାଇଁ):କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସ୍ଥିତ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ର ଡିଗ୍ରୀ କ୍ୟାମ୍ପସ ପରିସରରେ ୧୫ତମ ଜାତୀୟ ମତଦାତା ଦିବସ-୨୦୨୫ ପାଳିତ ହୋଇଯାଇଛି।ଅନୁଷ୍ଠାନର ଏନ୍‌ଏସ୍ଏସ୍ ସ୍ବେଚ୍ଛାସେବୀ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନଙ୍କୁ ସରସ୍ଵତୀ +୩ ବିଜ୍ଞାନ ବିଭାଗ ଅଧ୍ୟକ୍ଷ ଡ଼. ଆଦିତ୍ୟ ପଟ୍ଟନାୟକ ଏହି ବର୍ଷର ଜାତୀୟ ମତଦାତା ଦିବସର ଶିର୍ଷକ ବିଷୟରେ ଆଲୋଚନା କରି ସପ‌ଥପାଠ କରାଇଥିଲେ ଏବଂ ଭାରତର ସର୍ବୋଚ୍ଚ ଗଣତାନ୍ତ୍ରିକ ପର୍ବ ମତଦାନରେ ଭାଗ ନେବା ପାଇଁ ପ୍ରେରଣା ଦେଇଥିଲେ। ଏହି ମତଦାତା ଦିବସ ଅବସରରେ ଗତ ୨୫ ତାରିଖ ଦିନ ସରସ୍ଵତୀ +୩ ବିଜ୍ଞାନ ବିଭାଗର ୧୪ ଜଣ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସମାଜରେ ଭୋଟର ସଚେତନତା ପାଇଁ ଏକ ନାଟକ କଥା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସରସ୍ଵତୀ +୩ ବିଜ୍ଞାନ ବିଭାଗର ଏନ୍‌ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ରାମ ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ ଏବଂ ସଂକଳ୍ପ ସାଗର ତାଣ୍ଡି ନାଟକ କଥାରେ ମାର୍ଗଦର୍ଶନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରସ୍ଵତୀ +୩ ବିଜ୍ଞାନ ବିଭାଗର ଅଧ୍ୟାପକ ଅଭିଜିତ ପଟ୍ଟଜୋସୀ ,ଶେଫାଳୀ ଯୋଶୀ, ମଣ୍ଟୁ ଦିଶ୍ରୀ ,ତନ୍ମୟୀ ଖାଡଙ୍ଗା,ଶୋଭାସିନି ମେହେର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । 

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

ଛାତ୍ର ଏକତା ସଂଘ ର ଉନ୍ନତି ପାଇଁ ପ୍ରତିଶ୍ରୁତି ବଦ୍ଧ 

Sunil Chandra Nayak

ପ୍ରଫେସର ପଞ୍ଚାନନ ନାଥଙ୍କ ପରଲୋକ: ପୂର୍ବତନ ସିଣ୍ଡିକେଟ ସଦସ୍ଯ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ପ୍ରାଣୀ ବିଜ୍ଞାନ ପ୍ରଫେସର, ବିଶ୍ଵଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନ 

masiha

ସଫେଇ ମିତ୍ର ସୁରକ୍ଷା ଶିବିର କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!