ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତିରିକ୍ତ ଜିଲ୍ଲପାଳଙ୍କ ସହ ବିଜେପି ପ୍ରତିନିଧି ମଣ୍ଡଳୀଙ୍କ ଆଲୋଚନା ପରେ ଆହାର କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ.

ଅତିରିକ୍ତ ଜିଲ୍ଲପାଳଙ୍କ ସହ ବିଜେପି ପ୍ରତିନିଧି ମଣ୍ଡଳୀଙ୍କ ଆଲୋଚନା ପରେ ଆହାର କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ.

ରାଉରକେଲା :ରାଉରକେଲା ସରକାରୀ ଡାକ୍ତରଖାନା ନିକଟରେ ଥିବା ଆହାର କେନ୍ଦ୍ରକୁ ଗତ କାଲି ବିଜେପିର ଏକ ପ୍ରତନିଧି ମଣ୍ଡଳୀ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ନେତୃତ୍ୱରେ ଆହାର କେନ୍ଦ୍ରକୁ ପରିଦର୍ଶନ କରି କିଛିଦିନ ତଳେ ଆହାର କେନ୍ଦ୍ର କାହିଁକି ବନ୍ଦ ହୋଇଛି ସେ ବିଷୟରେ କଥାବାର୍ତ୍ତା କରିବାକୁ ଯାଇ ଥିଲେ । ଏହାପରେ ପ୍ରତିନିଧି ଦଳ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିବା ପରେ ଆଜି ଆହାର କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ ହୋଇ ପାରିଛି । ଆଜି ମଧ୍ୟ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ଉପସଭାପତି ସରୋଜ କୁମାର ଦାସ, ଜିଲ୍ଲା କୋଷାଧ୍ୟକ୍ଷ ମନୋଜ କୁମାର ମାହେଶ୍ୱରୀ ଆହାର କେନ୍ଦ୍ର ଯାଇ ବୁଲି ଦେଖି ଥିଲେ । ଏହା ପୁନଃ କାର୍ଯ୍ୟକ୍ଷମ ହୋଇଥିବାରୁ ଆନନ୍ଦ ପ୍ରକାଶ କରିବା ସହିତ ନିଜେ ବିଧାୟକ ଓ ନେତୃ ମଣ୍ଡଳୀ ଟିକେଟ କାଟି ଆହାର ଭୋଜନ କରୁ ଥିବା ଲୋକଙ୍କ ସହିତ ବସି ଭୋଜନ କରିଥିଲେ । ଏହାର ତୁରନ୍ତ କାର୍ଯ୍ୟକ୍ଷମ ହୋଇ ଥିବାରୁ ପ୍ରତିନିଧି ଦଳ ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ । ଆହାରକେନ୍ଦ୍ର ଦ୍ବାରା ଉପକୃତ ହେଉଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଆନ୍ଦର ଲହରୀ ଖେଳି ଯାଇଥିଲା ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର କାନାରା ବ୍ୟାଙ୍କ ପାଖରେ ଆଜି ଭାରତର ସର୍ବବୃହତ ଓ ବିଶ୍ୱାସଯୋଗ୍ୟ କମ୍ପାନୀ Reliance କମ୍ପାନୀର ୫୮ ତମ ଡିଜିଟାଲ ଷ୍ଟୋର JIO_MART_DIGITAL ସୋ ରୁମ୍ ଶୁଭ ଉଦ୍ଘାଟିତ !

masiha

ଦୁଷ୍କର୍ମ ଅଭିଯୁକ୍ତ ଆସାମୀ ନିର୍ଦୋଷ ରେ ଖଲାସ 

Sunil Chandra Nayak

ଜୁନାଗଡ଼ ଠାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!