ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ରେ ବହୁ ସଂଖ୍ୟାରେ ଯୋଗଦାନ କରବାକୁ ଜିଲ୍ଲାପାଳଙ୍କ ଅପିଲ

ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ରେ ବହୁ ସଂଖ୍ୟାରେ ଯୋଗଦାନ କରବାକୁ ଜିଲ୍ଲାପାଳଙ୍କ ଅପିଲ

ରାଉରକେଲା :   ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ଓ ଖାଦ୍ୟମେଳା ଆସନ୍ତା ୧ ରୁ ୭ ଫେବୃଆରୀ ପର୍ଯ୍ୟନ୍ତ ଭଞ୍ଜଭବନ ନିକଟସ୍ଥ ପ୍ରଦର୍ଶନୀ ପଡିଆ, ସେକ୍ଟର ୫ ରେ  ଆୟୋଜନ କରାଯାଉଛି l ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାର ଯୋଗଦାନ କରିବାକୁ  ଜିଲ୍ଲାପାଳ ମନୋଜ ମହାଜନ ରାଉରକେଲା ଜନସାଧାରଣଙ୍କୁ ଅପିଲ କରିଛନ୍ତି l ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ସେ କହିଛନ୍ତି ଯେ ଏହି ପ୍ରଦର୍ଶନୀ ସହକାରୀ ନିର୍ଦ୍ଦେଶକ ହସ୍ତଶିଳ୍ପ, ଓରମାସ, ରାଉରକେଲା ମହାନଗର ନିଗମ ଏବଂ ଜିଲ୍ଲା ପ୍ରଶାସନ , ସୁନ୍ଦରଗଡ ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଉଛି l ଏହି ମେଳାରେ ହସ୍ତଶିଳ୍ପ ପ୍ରଦର୍ଶନୀ ,ପଲ୍ଲୀଶ୍ରୀ ମେଳା ଓ ଖାଦ୍ୟ ମେଳା ପାଇଁ ୨୦୦ ଷ୍ଟଲ ଲାଗିବ l

ସେଥିମଧ୍ୟରୁ  ହସ୍ତଶିଳ୍ପ ପ୍ରଦର୍ଶନୀ ପାଇଁ ୧୦୦ ଟି ଷ୍ଟଲ,ପଲ୍ଲୀଶ୍ରୀ ମେଳା ପାଇଁ ୮୦ ଟି ଷ୍ଟଲ ଓ ଖାଦ୍ୟ ମେଳା ପାଇଁ ୨୦ ଟି ଷ୍ଟଲ ଲାଗିବ l  ଏହା ବ୍ୟତୀତ ଫାୟର , ପୋଲିସ ଓ ମେଡିକାଲ ଲାଗି ବି ଷ୍ଟଲ ଲାଗିବ l ଏହାକୁ ନେଇ ପ୍ରସ୍ତୁତି ଚୁଡାନ୍ତହୋଇ ସାରିଛି l ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହସ୍ତଶିଳ୍ପ କାରିଗର, ସ୍ବୟଂ ସହାୟକ ଗୋଷ୍ଠୀ, ସ୍ଥାନୀୟ କରିଗର ମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନ ତଥା ବିକ୍ରୟ ହେବ l ହସ୍ତଶିଳ୍ପ ପ୍ରଦର୍ଶନୀ ଓ ପଲ୍ଲୀଶ୍ରୀ ମେଳା ପ୍ରତ୍ୟେକ ଦିନ ସକାଳ ୧୦ ଘଟିକାରୁ ରାତ୍ରି ୧୦ ଘଟିକା ଯାଏଁ ଚାଲିବ l ଖାଦ୍ୟ ମେଳା ସଂଧ୍ୟା ୫ ଘଟିକାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ଚାଲିବ l 

ଏବଂ ପ୍ରତିଦିନ ସଂଧ୍ୟା ୬ ଘଟିକାରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ l ଏହି ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣି ଉପସ୍ଥିତ ଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୯ ଦିନିଆ ଜାତୀୟ ନାଟ୍ୟ ମହୋତ୍ସବର ୫ମ ସନ୍ଧ୍ୟା ମଞ୍ଚସ୍ଥ ହେଲା ଭୁବନେଶ୍ୱରର ନାଟକ “ଚେୟାର୍ସ ” ଓ କୋଲକାତାର “ଏକ୍ସପ୍ଲୋରେସନ “

Sunil Chandra Nayak

ମାରୱାଡି ଯୁବ ମଞ୍ଚ ଭବାନୀପାଟଣା ଶାଖା ଏବଂ ଜାଗୃତି ଶାଖାର ନବନିର୍ବାଚିତ ପଦାଧିକାରୀଙ୍କ ୨୦୨୫-୨୬ ଅଧିବେଶନ ପାଇଁ ଶପଥ ଗ୍ରହଣ ସମାରୋହ 

masiha

ଧର୍ମଗଡ ରେ ପ୍ରବଳ ବର୍ଷା…. ଏସ ଟି ସ୍କୁଲ ଛକ ର ହାଲ ବେହାଲ ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ

masiha

Leave a Comment

error: Content is protected !!