ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ରେ ବହୁ ସଂଖ୍ୟାରେ ଯୋଗଦାନ କରବାକୁ ଜିଲ୍ଲାପାଳଙ୍କ ଅପିଲ

ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ରେ ବହୁ ସଂଖ୍ୟାରେ ଯୋଗଦାନ କରବାକୁ ଜିଲ୍ଲାପାଳଙ୍କ ଅପିଲ

ରାଉରକେଲା :   ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ଓ ଖାଦ୍ୟମେଳା ଆସନ୍ତା ୧ ରୁ ୭ ଫେବୃଆରୀ ପର୍ଯ୍ୟନ୍ତ ଭଞ୍ଜଭବନ ନିକଟସ୍ଥ ପ୍ରଦର୍ଶନୀ ପଡିଆ, ସେକ୍ଟର ୫ ରେ  ଆୟୋଜନ କରାଯାଉଛି l ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାର ଯୋଗଦାନ କରିବାକୁ  ଜିଲ୍ଲାପାଳ ମନୋଜ ମହାଜନ ରାଉରକେଲା ଜନସାଧାରଣଙ୍କୁ ଅପିଲ କରିଛନ୍ତି l ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ସେ କହିଛନ୍ତି ଯେ ଏହି ପ୍ରଦର୍ଶନୀ ସହକାରୀ ନିର୍ଦ୍ଦେଶକ ହସ୍ତଶିଳ୍ପ, ଓରମାସ, ରାଉରକେଲା ମହାନଗର ନିଗମ ଏବଂ ଜିଲ୍ଲା ପ୍ରଶାସନ , ସୁନ୍ଦରଗଡ ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଉଛି l ଏହି ମେଳାରେ ହସ୍ତଶିଳ୍ପ ପ୍ରଦର୍ଶନୀ ,ପଲ୍ଲୀଶ୍ରୀ ମେଳା ଓ ଖାଦ୍ୟ ମେଳା ପାଇଁ ୨୦୦ ଷ୍ଟଲ ଲାଗିବ l

ସେଥିମଧ୍ୟରୁ  ହସ୍ତଶିଳ୍ପ ପ୍ରଦର୍ଶନୀ ପାଇଁ ୧୦୦ ଟି ଷ୍ଟଲ,ପଲ୍ଲୀଶ୍ରୀ ମେଳା ପାଇଁ ୮୦ ଟି ଷ୍ଟଲ ଓ ଖାଦ୍ୟ ମେଳା ପାଇଁ ୨୦ ଟି ଷ୍ଟଲ ଲାଗିବ l  ଏହା ବ୍ୟତୀତ ଫାୟର , ପୋଲିସ ଓ ମେଡିକାଲ ଲାଗି ବି ଷ୍ଟଲ ଲାଗିବ l ଏହାକୁ ନେଇ ପ୍ରସ୍ତୁତି ଚୁଡାନ୍ତହୋଇ ସାରିଛି l ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହସ୍ତଶିଳ୍ପ କାରିଗର, ସ୍ବୟଂ ସହାୟକ ଗୋଷ୍ଠୀ, ସ୍ଥାନୀୟ କରିଗର ମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନ ତଥା ବିକ୍ରୟ ହେବ l ହସ୍ତଶିଳ୍ପ ପ୍ରଦର୍ଶନୀ ଓ ପଲ୍ଲୀଶ୍ରୀ ମେଳା ପ୍ରତ୍ୟେକ ଦିନ ସକାଳ ୧୦ ଘଟିକାରୁ ରାତ୍ରି ୧୦ ଘଟିକା ଯାଏଁ ଚାଲିବ l ଖାଦ୍ୟ ମେଳା ସଂଧ୍ୟା ୫ ଘଟିକାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ଚାଲିବ l 

ଏବଂ ପ୍ରତିଦିନ ସଂଧ୍ୟା ୬ ଘଟିକାରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ l ଏହି ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣି ଉପସ୍ଥିତ ଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

masiha

ବାଇକ୍ ଦୁର୍ଘଟଣାରେ ଚାଳକ ଗୁରୁତର, ରାସ୍ତା ଖରାପ୍ ଯୋଗୁଁ ବାରମ୍ବାର ଘଟୁଛି ଦୁର୍ଘଟଣା   

Sunil Chandra Nayak

ଯୁବ ପତ୍ରକାର ସଂଘ ପକ୍ଷରୁ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳିତ

masiha

Leave a Comment

error: Content is protected !!