ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ମହିଳା ମହାବିଦ୍ୟାଳୟର ର ବାର୍ଷିକୋତ୍ସବ।  ସ୍ବପ୍ନକୁ ସାକାର କରିବାପାଇଁ ପ୍ରଗାଢ଼ ପରିଶ୍ରମ ଓ ଆନ୍ତରିକ ପ୍ରଚେଷ୍ଠା ର ଆବଶ୍ୟକତା ରହିଛି

ଧର୍ମଗଡ଼ ମହିଳା ମହାବିଦ୍ୟାଳୟର ର ବାର୍ଷିକୋତ୍ସବ

ସ୍ବପ୍ନକୁ ସାକାର କରିବାପାଇଁ ପ୍ରଗାଢ଼ ପରିଶ୍ରମ ଓ ଆନ୍ତରିକ ପ୍ରଚେଷ୍ଠା ର ଆବଶ୍ୟକତା ରହିଛି

ଧର୍ମଗଡ଼ ମହିଳା ମହାବିଦ୍ୟାଳୟ ଉଭୟ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଅନୁଷ୍ଠାନର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇ ଅଛି l ଏଇ ଉପଲକ୍ଷେ ଏକ ସଭା ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦ ଙ୍କ ସଭାପତିତ୍ୱ ରେ ତଥା ମୂଖ୍ୟ ଅତିଥି, ଧର୍ମଗଡ଼ ବିଧାୟକ, ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ, ସମ୍ମାନିତ ଅତିଥି, ବରିଷ୍ଠ ସାମ୍ବାଦିକ ଶ୍ରୀ ହୃଷିକେଶ ମିଶ୍ର, ଶ୍ରୀ ଶିଶୁ ଦେଵ ମୁଣ୍ଡ, ଶ୍ରୀ ଜଗବନ୍ଧୁ ମିଶ୍ର, ଯୁକ୍ତ ତିନି ଅଧ୍ୟକ୍ଷା, ଶ୍ରୀମତୀ ମୂର୍ତ୍ତି ମଞ୍ଜରୀ ପଣ୍ଡା, ବରିଷ୍ଠ ଅଧ୍ୟାପିକା ଶ୍ରୀମତି ସବିତା ପାଇକରାୟ, ଶ୍ରୀମତୀ ଜୟନ୍ତୀ ମୁଦୁଲୀ, ଶ୍ରୀମତୀ ପଦ୍ମାଳୟା ଦଣ୍ଡସେନା,ସୁଜାତା ମହାନ୍ତି,ଅଧ୍ୟାପକ ଶ୍ରୀ ବଙ୍କିମ ମୁଣ୍ଡ, ଶ୍ରୀ ସଂଜୀବ ମୁଣ୍ଡ, ଶ୍ରୀ ସରୋଜ ମେହେର ଏବଂ ଅନ୍ୟାନ୍ୟ ଶିକ୍ଷକ, ଅଣ ଶିକ୍ଷକ କର୍ମଚାରୀ ତଥା ଛାତ୍ରୀ ମାନଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇ ଯାଇଅଛି l ମୁଖ୍ୟ ଅତିଥି, ବିଧାୟକ ଶ୍ରୀ ପଟ୍ଟଯୋଶୀ ତାଙ୍କର ବକ୍ତବ୍ୟରେ ଛାତ୍ରୀ ମାନଙ୍କୁ ନିଜ ସ୍ବପ୍ନକୁ ସାକାର କରିବାପାଇଁ ପ୍ରଗାଢ଼ ପରିଶ୍ରମ ପାଇଁ ପ୍ରେରଣାଦେବା ପୂର୍ବକ, ମହାବିଦ୍ୟାଳୟ ର ବିଭିନ୍ନ ସମସ୍ୟା ଗୁଡ଼ିକର ଆଶୁ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ l ଅଧ୍ୟାପକ ବଙ୍କିମ ମୁଣ୍ଡ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଅଧ୍ୟାପକ ସଂଜୀବ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ l କୃତି ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଙ୍କ କର କମଳରେ ମାନ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ଥିଲା l ପରେ ଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧ୍ୟାପିକା ଲିପିକା ବାଗ ଓ ଅଧ୍ୟାପକ ଉମେଶ ସୁନା ସଂଯୋଜନା କରିଥିଲେ l ସର୍ବୋପରି ଅଧ୍ୟପିକା ଡ଼. ପଦ୍ମଲୟା ଦଣ୍ଡସେନା, ସୁଜାତା ମହାନ୍ତି,ଅନାମିକା ବେହେରା, ଅନୁରକ୍ତା ମୁଣ୍ଡ, ବାସନ୍ତୀ ସାହୁ, ପ୍ରଜ୍ଞ୍ୟା ପରିମିତା ସାହୁ,ଭାଗ୍ୟଲତା ମିଶ୍ର, ସୁଜାତା ସାହୁ,ମନୀଷା ବାଗ,ଅର୍ଚନା ଗୁଛି,ଅଧ୍ୟାପକ ସରୋଜ ମେହେର, ହିତେଶ କୁମାର ନାଏକ,ଅଣ ଶିକ୍ଷକ ଡମ୍ବରୁ ଧର ନାଏକ, ମନୋଜ ସେଠି, ପଦ୍ମା ମେହେର, ଫୁଲ ଦେଇ, ଶଙ୍କର ଖରସେଲ, ହିମାଂଶୁ ସା, ଜୟସେନ ପଟେଲ ଆଦି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଶେଷରେ ଶ୍ରୀ ଲକ୍ଷପତି ନାଏକ,ବରିଷ୍ଠ ଗ୍ରନ୍ଥ ରକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବନବିଭାଗରେ ମହାଦୁର୍ନୀତି  ସରକାରୀ ଅନୁଦାନ ଲୁଟ ପାଇଁ ଅଜବ କାରସାଦି  ମଲା ଗଛରେ ପାଣି ଦେଉଛି ବନବିଭାଗ 

masiha

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସାମୁହିକ ଶପଥପାଠ

Sunil Chandra Nayak

ନର୍ଲା ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!