ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ଚାକିରିରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା 

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ଚାକିରିରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା 

ନବରଙ୍ଗପୁର:( ୩୧.୧.୨୦୨୫) (ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ତରଫରୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ଶ୍ରୀମତୀ ଭି. କ୍ରିଷ୍ଣା ଭେଣିଙ୍କୁ ସରକାରୀ ସେବା କାର୍ଯ୍ୟରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା l ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନବୀନ ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ହୋଇଥିବା ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଭି. କ୍ରିଷ୍ଣା ଭେଣିଙ୍କ କାର୍ଯ୍ୟଶୈଳୀ, କାର୍ଯ୍ୟଦକ୍ଷତା, ଅମାୟିକ ବନ୍ଧୁତା, ଏବଂ ସମସ୍ତଙ୍କ ପ୍ରତି ଥିବା ତାଙ୍କର ନିଷ୍ଠାପର ସହଯୋଗ କୁ ମନେ ପକାଇ ଶ୍ରଦ୍ଧାର ସହିତ କୃତଜ୍ଞତା ଜ୍ଞାପନ କରିବା ସହିତ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରି, ପରିବାର ସହ ଅବସର କାଳୀନ ବାକି ସମୟ ଶୁଭଙ୍କର ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା ଜଣାଇଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି ଜିଲ୍ଲାପାଳ, ଗୀତାଞ୍ଜଳି ବେହେରା, ପି ମନସ୍ମିତା, ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର, ହେମନ୍ତ ସୌରା, ବିନାୟକ ଖାଡ଼ଙ୍ଗା, ଅଶ୍ୱିନ ମାଝୀ, ଶିବ ଶଙ୍କର ପାଢି, ବିଜୟ ସାହୁ, ସୁରେଶ ପଟ୍ଟନାୟକ, ଜିତେନ୍ଦ୍ର ଚୌଧୁରୀ, ଅଜୟ ନାୟକ, ସତ୍ୟନାରାୟଣ ସାହୁ, ଯୋଛନା ଚୌଧୁରୀ, ସୁନୀଲ କୁମାର ଦାସ,ରାମ ଚନ୍ଦ୍ର ରଘୁ ମଣ୍ଡଳ, ସଞ୍ଜୀବ ପଣ୍ଡା,ଦିବାକର ପଟନାୟକ,ବିଶ୍ୱଜିତ ମହାନ୍ତି, ସୁରଚି ବେହେରା, ସୀତାରାମ ବେହେରା, ହର୍ଷା ଜୈନ, ପ୍ରଣତି ମାଝୀ, ବବିତା ପଟ୍ଟନାୟକ, କବିତା ବ୍ରହ୍ମା, ସୌରଭ ଦାସ, ରିନା ପାତ୍ର ପ୍ରମୁଖ ଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।। 

( ମ ନି ସ ) 

Related posts

ଜନ କଲ୍ୟାଣ ସେବା ସମବାୟ ସମିତିର ଧାନମଣ୍ଡି ଉଦଘାଟନ

Sunil Chandra Nayak

କଳାହାଣ୍ଡି କରଣ ସମାଜ ମହିଳା ଶାଖା ତରଫରୁ କମ୍ବଳ ବଣ୍ଟନ

masiha

ନବରଙ୍ଗପୁର ରେ ବକରା ଇଦ ପାଳିତ 

masiha

Leave a Comment

error: Content is protected !!