ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ଜିଲ୍ଲା ସଭାପତି ଙ୍କୁ କୋକସରା ଓ ଧର୍ମଗଡ଼ ଗ୍ରସ୍ତ ମଣ୍ଡଳ ବିଜେପି କର୍ମକର୍ତ୍ତା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ବିଜେପି ଜିଲ୍ଲା ସଭାପତି ଙ୍କୁ କୋକସରା ଓ ଧର୍ମଗଡ଼ ଗ୍ରସ୍ତ

ମଣ୍ଡଳ ବିଜେପି କର୍ମକର୍ତ୍ତା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ଭାରତୀୟ ଜନତା ପାର୍ଟି ପକ୍ଷରୁ ନବ ନିର୍ବାଚିତ କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଶନିବାର ନିର୍ବାଚିତ ହେବା ପରେ କୋକସରା ବ୍ଲକ ଗସ୍ତ ରେ ଆସିଥିବା ବେଳେ ମୋଟେର ମଣ୍ଡଳ ପକ୍ଷରୁ ମୋଟେର ଠାରେ ଜିଲ୍ଲା ସଭାପତି ଓ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କ ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ସମ୍ପାଦକ ଉଜାଲା କେତକୀ, ରାଧେଶ୍ୟାମ ଗୋପାଳ, ସୁଜିତ ସିଂ ରାଜପୁତ, ପୁରୁଷୋତ୍ତମ ରାଜପୁତ, ନାରିନେତ୍ରୀ କୁନ୍ତୀ ପାଳ, ପ୍ରତିମା ପୁଝାରି ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କୋକସରା ମଣ୍ଡଳ ବିଜେପି କାର୍ଯ୍ୟାଳୟ ଠାରେ ମଣ୍ଡଳ ସଭାପତି ବସନ୍ତ ନାଗ, ସମ୍ପାଦକ ତ୍ରିନାଥ ଶବର,ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରଧାନୀ, ବ୍ଲକ ସମ୍ପାଦକ ମନୋଜ ନାଏକ, ଦୈତାରି ବାରିକ,ଗଣେଶ ନନ୍ଦ, ସୁଶିଲ ପାଢ଼ୀ, ମୁକୁନ୍ଦ ପଟ୍ଟନାୟକ, ନରେନ୍ଦ୍ର ପ୍ରଧାନୀ, ରଞ୍ଜିତ ପୋଢ଼, ଧର୍ମାନନ୍ଦ ନେଗି, ନରେଶ ଗୁପ୍ତା,କ୍ଷୀରସିନ୍ଧୁ ନେଗି, ଶାରଳା ପ୍ରଧାନୀ,ପଞ୍ଚାନନ ବେଶ୍ରା ଓ ଅନ୍ୟମାନେ ଉପସ୍ଥିତ ରହି ଜିଲ୍ଲା ସଭାପତି ଓ ଧର୍ମଗଡ଼ ବିଧାୟକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ଜିଲ୍ଲା ସଭାପତି ଦଲୀୟ କର୍ମକର୍ତ୍ତା ଙ୍କୁ କୃତଜ୍ଞତା ଜଣାଇବା ସହ ସମସ୍ତେ ମିଳିମିଶି କେନ୍ଦ୍ର ମୋଦି ସରକାର ଙ୍କ ବିକଶିତ ଭାରତ ଓ ରାଜ୍ୟ ମୋହନ ସରକାର ଙ୍କ ବିକଶିତ ଓଡ଼ିଶାର ସ୍ୱପ୍ନ କୁ ସାକାର କରିବା ପାଇଁ ତୃଣମୂଳ ସ୍ତରରୁ ଲୋକଙ୍କ ସହ ଜଡିତ ହୋଇ ସରକାର ଙ୍କ ଲୋକାଭିମୁଖୀ ଯୋଜନା କୁ ତଳ ସ୍ତର ର ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। ପରେ ଆମପାଣି ଯାଇ ପ୍ରଭୁ ବୁଢ଼ାରଜା ଙ୍କ ଦର୍ଶନ କରିଥିଲେ। ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭଜମନ ନାଏକ, ସନ୍ତୋଷ ମାଝୀ।ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସଭାପତି ଙ୍କ ସହ ଜିଲ୍ଲା ଉପ ସଭାପତି ମୁକେଶ ଅଗ୍ରୱାଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ,ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ନରହରି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

ସେହିପରି ଧର୍ମଗଡ଼ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସଭାପତି ଧର୍ମଗଡ଼ ଆସି ମା ଭଣ୍ଡାର ଘରଣୀ ଙ୍କ ଦର୍ଶନ କରିଥିଲେ ଏଵଂ ଧର୍ମଗଡ଼ ଏନ୍ ଏ ସି କାର୍ଯ୍ୟାଳୟ ରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଙ୍କ ସମେତ ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ, ଜୁନାଗଡ଼ ପୂର୍ବତନ ନଗର ପାଳ ମୁକେଶ ଅଗ୍ରୱାଲ, ଧର୍ମଗଡ଼ ନଗର ପାଳ ଅଶୋକ କୁମାର ମହାନ୍ତି, ଟିପି ଗୁଡା ମଣ୍ଡଳ ସଭାପତି ଲଲିତ ବାଗ, ଖଇରପଦର ମଣ୍ଡଳ ସଭାପତି ଚତୁର୍ଭୁଜ ତାଣ୍ଡି, ଧର୍ମଗଡ଼ ନଗର ସଭାପତି ସୈାରଭ ମତ୍ତଲ, ୫ ନମ୍ବର ଓ୍ୱାଡ କାଉନସିଲର ନବିନ ମହାନନ୍ଦ, ଜିଲ୍ଲା ଉପସଭାପତି ଲକ୍ଷ୍ମୀ କାନ୍ତ ବାଗ, ଯୁବ ନେତା ହିମାଂଶୁ ଶେଖର ପଣ୍ଡା, ପୂର୍ବତନ ନଗର ସଭାପତି ହେମନ୍ତ କୁମାର ମାଝୀ ଓ ହରେକୃଷ୍ଣ ପଣ୍ଡା, ଜଗବନ୍ଧୁ ମିଶ୍ର, ନଗର ସାଧାରଣ ସମ୍ପାଦକ ଘନଶ୍ୟାମ ଭାଟି, ନଗର ଜିଲ୍ଲା ପ୍ରତିନିଧି ଡମ୍ବରୁ ଧର ଠାକୁର, ରାଜ୍ୟ ପରିଷଦ ସଦସ୍ୟ ଅପ୍ରେସ ସ୍ଵାଇଁ, ଚନ୍ଦନ ପାତ୍ର, ଲକ୍ଷ୍ମଣ ମେହେର, ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଆପ୍ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଛଅ ଦଫା ଦାବିପତ୍ର    

masiha

ଯଶିପୁର ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

Leave a Comment

error: Content is protected !!