ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଲିଆ ଶୈବପୀଠରେ ମହାଶିବରାତ୍ରି ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

କେଲିଆ ଶୈବପୀଠରେ ମହାଶିବରାତ୍ରି ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

ଡାବୁଗାଁ, ୧/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ କେଲିଆ ଶୈବପୀଠରେ ମହାଶିବରାତ୍ରି ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମନ୍ଦିର ଉନ୍ନୟନ କମିଟି ସଭାପତି ତଥା ଡାବୁଗାଁ ତହସିଲଦାର ହରିଓମ୍ ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ମହାଶିବରାତ୍ରି କିଭଳି ଶାନ୍ତିଶୃଙ୍ଖଳା ରେ ପାଳନ କରାଯିବ ଏନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହି ବୈଠକ ରେ ମନ୍ଦିର ଉନ୍ନୟନ କମିଟି ସଂପାଦକ ଦେବରାଜ ପାତ୍ର, କୋଷାଧ୍ୟକ୍ଷ ଜି. ସାଇ ରାଜୁ, ବରିଷ୍ଠ ଓକିଲ ଜୟନ୍ତ କୁମାର ପାତ୍ର, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଏବିଡିଓ ପଦ୍ମନାଭ ତ୍ରିପାଠୀ, ସବଇନିସ୍ପେକ୍ଟର ବିଜୁରାମ ବାଗ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ, ପୂର୍ବତନ ସରପଞ୍ଚ ଧର୍ମାନନ୍ଦ ନାୟକ, ଭଗବାନ ମହାନ୍ତି, ସପନ ମାଝୀ , ନରସିଂହ ମାଝୀ, ଭାଗୀରଥି ମାଝି ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ଚଚରାଗୁଡା , ଅଞ୍ଚଳା ଓ ମେଦନା ପଞ୍ଚାୟତ ର ଅନେକ ସ୍ଵେଛାସେବୀ ଯୁବକ ମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମହାନ ମାର୍କ୍ସବାଦୀ ଦାର୍ଶନିକ କମ୍ରେଡ ଶିବାଦାସ ଘୋଷଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଶ୍ରାଦ୍ଧ ଦିବସରେ ପୁଣ୍ୟାତ୍ମା ଗୋପବନ୍ଧୁ ଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳୀ

masiha

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ପ୍ରଥମ କଳାହାଣ୍ଡି ଗ୍ରସ୍ତ। ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ…

masiha

Leave a Comment

error: Content is protected !!