ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ ଜଣାଣ ସାଖି ରହିଲୁ ମା’ ତୁ ଜୟଚଣ୍ଡୀ

ସାଖି ରହିଲୁ ମା’ ତୁ ଜୟଚଣ୍ଡୀ

ଉମାକାନ୍ତ ଦାସ

 

ମା”ଲୋ ଜୟଚଣ୍ଡୀ ତୋ ବିଜୟ ଗାଥା

ଏ ମୁର୍ଖ ପାରେନି ଭଣି ,

ହେଲେ ତୋ ସୁଦୟା ଅଜ୍ଞାନ ଜନ ହିଁ

ପାରିବ କିଛି ବଖାଣି ।।

 

ମଲ୍ଲୀପୁରେ ରହି କରୁ କେତେ ଲୀଳା

ପାରେନି ଅଧମ ଜାଣି ,

ଆଦ୍ଯାଶକ୍ତି ଅଂଶ ବିଶେଷ ତୁ ପରା

କର୍ଣ୍ଣ ଅଛି ମୋର ଶୁଣି ।।

 

ଶକ୍ତିପୀଠ ଠାରୁ ଶୈବ ପୀଠ ଯାଏ

ମଧ୍ୟ ସ୍ଥାନେ ତୋ ରହଣି,

ପୂର୍ବେ ଆଖଣ୍ଡଳ ପଶ୍ଚିମେ ବିରଜା

ଜୟଚଣ୍ଡୀ ମାତା ରାଣୀ।।

 

ଉପରୁ ଯେ ଯାଏ ଆଖଣ୍ଡଳେଶ୍ବର

ଫେରି ପାଶେ ଯାନ୍ତି ପୁଣି,

ସାଖି ରଖି ତୋତେ ଗୁହାରୀ କରନ୍ତି

ଗଲି ଆଖଣ୍ଡଳମଣୀ।।

 

ତଳ ଆଡୁ ଯିଏ ଯାଏ ଗଦାକ୍ଷେତ୍ର

ଦେଖି ବିରଜା ବାରୁଣୀ,

ଫେରି ସିଏ ତୋତେ କହି ଦେଇ ଯାଏ

ତୁ ସର୍ବ ଶକ୍ତି କାରିଣୀ ।।

 

ଉପରେ ବିରଜା ତଳେ ସେ ପାର୍ବତୀ

ଏଠି ଜୟଚଣ୍ଡୀ ରାଣୀ ,

ତିନି ଶକ୍ତି ମାତ ଏକ ଠାକୁରାଣୀ

ଗିରିରାଜ କନ୍ୟାମଣି।।

 

ଏ ମୂଢ଼ ଶବର ଶକ୍ତି କାହିଁ ତା’ର

ସେ କାହୁଁ ପାରିବ ଜାଣି,

ସର୍ବ ଶକତିଙ୍କ ଏକା ଶକ୍ତି ସେହି 

ସଦା ଶିବଙ୍କ ଘରଣୀ ।।

 

ଏହି ଉମା ଦାସ ଏକା ତା ବିଶ୍ବାସ

ଆଦ୍ଯାଶକ୍ତି ସ୍ବରୂପିଣୀ,

ଠାବେ ଠାବେ ଯେତେ ରୂପେ ତୁ ରହିଛୁ

ତୋତେ ସଦା ହେଉ ଗୁଣି।।

ଲାଲାବାଗ ,ଖାନନଗର

ମଙ୍ଗଳ ପୁର ,ଯାଜପୁର

 

Related posts

ବିକାଶ ବିଦ୍ୟାଳୟର ବାର୍ଷିକ ଉତ୍ସବ “ହାରଭେଷ୍ଟ୍”ଉଦଯାପିତ

Sunil Chandra Nayak

ଜିଲ୍ଲା ଯାଦବ ମହା ସଭା ର କାର୍ଯ୍ୟକ୍ରମ

Sunil Chandra Nayak

ଡଙ୍ଗାରେ ଥିବା ୨୫ ଜଣଙ୍କୁ ଉଦ୍ଧାର କଲା ୧୦୮ ବୋଟ ଆମ୍ବୁଲାନ୍ସ

Sunil Chandra Nayak

Leave a Comment

error: Content is protected !!