ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ

ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ

କଲମପୁର -୪/୨(ମସିହା ) ଶାନ୍ତିକୁଞ୍ଜ ହରିଦ୍ଵାରର ପ୍ରତ୍ୟକ୍ଷ ତତ୍ବାବଧାନରେ ଅଖିଳ ବିଶ୍ଵ ଗାୟତ୍ରୀ ପରିବାର କଲମପୁର ଶାଖା ପକ୍ଷରୁ ଗାୟତ୍ରୀ ପୀଠରେ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଆଜି ଉଦଯାପିତ ହୋଇଯାଇଛି, ରବିବାର ଦିନ ଗାୟତ୍ରୀ ପରିବାରର ସମସ୍ତ ସଦସ୍ୟ କଳସ ଧରି ଗୋପୀସାଗର ପୋଖରୀରୁ ଜଳ ଧରି ପୀଠରେ ସ୍ଥାପନ କରିଥିଲେ, ଏହି କାର୍ଯ୍ୟକ୍ରମ ରବିବାର ଠାରୁ ଆରମ୍ଭ ହୋଇ ଆଜି ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି, ଏଥିରେ ବିବାହ,ମୁଣ୍ଡନ,କୁଣ୍ଡାବରି,ଯଜ୍ଞୋପବିତ,ନାମକରଣଅନ୍ନପ୍ରାସନ,ପୁଂଶବନ,ଆଦି ବିଭିନ୍ନ ପ୍ରକାରର ସଂସ୍କାର କାର୍ଯ୍ୟକ୍ରମ ରହିଥିବା ବେଳେ ମୁଣ୍ଡନ୩୬ ଜଣ,କୁଣ୍ଡାବରି ୨ ଜଣ,ଦୀକ୍ଷା ୧୩ ଜଣ,ବ୍ରତ ଜଣେ, ବିଦ୍ୟାରମ୍ଭ ଜଣେ, ଅନ୍ନପ୍ରାସନ ଜଣେ ଗ୍ରହଣ କରିଥିଲେ, ଏହି ଅବସରରେ କଥାବାଚକ ଭୁବନେଶ୍ଵର ଥାପା,ଭରତ ନାଗ, ବାବୁଲାଲ ବିଶି, ପୂର୍ଣ୍ଣିମା ନାଗଙ୍କ ଦ୍ଵାରା ପ୍ରଜ୍ଞା ପୁରାଣ କଥା ପ୍ରବଚନ ହୋଇଥିଲା ,ଏହାକୁ ଗାୟତ୍ରୀ ପରିବାରର ସକ୍ରିୟ ସଦସ୍ୟ ଦିଲିପ ଗୁପ୍ତା, ଶଶାଙ୍କ ପଣ୍ଡା, ଧନଞ୍ଜୟ ପଣ୍ଡା, ହିମାଂଶୁ ପଣ୍ଡା, ମହାଦେବ ବେହେରା,ବିଜୟ ଗୁପ୍ତା, କୃଷ୍ଣ ପଣ୍ଡା ବନମାଳୀ ରାଉତ, ପୁର୍ଣ୍ଣଚନ୍ଦ୍ର ପଣ୍ଡା,ଦର୍ଶନ ଗୁପ୍ତା, ସଞ୍ଜୟ ଗୁପ୍ତା ପ୍ରମୁଖ ସହଯୋଗ କରିଥିବା ବେଳେ ଦୁରଦୁରାନ୍ତରରୁ ଗାୟତ୍ରୀ ପରିବାରର ଶ୍ରଦ୍ଧାଳୁ ମାନେ ଏହି ପବିତ୍ର କାର୍ଯ୍ୟରେ ଯୋଗ ଦେଇ ସଫଳ କରିଥିଲେ ! 

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ନବନିର୍ମିତ ତ୍ରୀନାଥ ମନ୍ଦିରର ରତ୍ନମୁଦ ମହୋତ୍ସବ ଓ ଅଷ୍ଟ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ

Sunil Chandra Nayak

ଚାଲିଛି କପିଳ ମୁନିଙ୍କ ପୂର୍ଣ୍ଣାହୁତୀ ଯଜ୍ଞ ଓ ମହୋତ୍ସବ 

Sunil Chandra Nayak

ଫଟାମୁଣ୍ଡା ରେ ନାମଯଜ୍ଞ ଶୁଭ ଖମ୍ଭ ସ୍ଥାପନ

Sunil Chandra Nayak

Leave a Comment

error: Content is protected !!