ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମ୍ଭାରୀ ପୁଟ ରେ ପଞ୍ଚାୟତ ସ୍ତରିୟ ସଚେତନତା ଓ ଜନ ଶୁଣାନୀ  ଅଭିଯୋଗ ଶିବିର 

କୁମ୍ଭାରୀ ପୁଟ ରେ ପଞ୍ଚାୟତ ସ୍ତରିୟ ସଚେତନତା ଓ ଜନ ଶୁଣାନୀ  ଅଭିଯୋଗ ଶିବିର 

ବନ୍ଧୁଗାଁ ତା, ୩/୨/୨୫,ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କୁମ୍ଭାରି ପୁଟ ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଜନ ଶୁଣାନୀ ଅଭିଯୋବ ଶିବିର ହୋଇଯାଇଛି I ମୁଖ୍ୟ ଅତିଥି ଭାବରେ ବନ୍ଧୁଗାଁ ବ୍ଲକର ଏ ଇ ଶ୍ରୀ ସୌରଭ ନାୟକ ଙ୍କ ଶୋଭାପତିତ୍ୱରେ ଆଜିର ସଚେତନତା ଓ ଜନ ଶୁଣାନୀ ଅଭିଯୋଗ ଶିବିର ହୋଇଥିଲା I ପଞ୍ଚାୟତ ର ନିର୍ବାହୀ ଅଧିକାରୀ ଶ୍ରୀ ଅର୍ଜୁନ ଖେମୁଣ୍ଡୁ ପରିଚାଳନା କରିଥିବା ବେଳେ ବ୍ଲକର ସମସ୍ତ ବିଭାଗର କର୍ମଚାରି ବୃନ୍ଧ ଉପସ୍ଥିତ ରହି ନିଜ ନିଜ ବିଭାଗର ବିଷୟରେ ନିଜେ ନିଜେ କିଛି କିଛି ମନ୍ତବ୍ୟ ରଖିଥିଲେ I ପଞ୍ଚାୟତ ର ସମସ୍ତ ଅଙ୍ଗନ ବାଡ଼ି କର୍ମୀ ଓ ଏ.ଏନ.ଏମ, ଆଶା କର୍ମୀ, ଶିଶୁବିକାଶ ସୁପର ବାଇଜର, ଶିକ୍ଷା ବିଭାଗ ଅଧିକାରୀ, ପ୍ରାଣୀ ମିତ୍ର, ବେଙ୍କ ମିତ୍ର, କୃଷି ମିତ୍ର, ଓ.ଏଲ.ଏମ ବିଭାଗର କର୍ମଚାରି ଓ ପଞ୍ଚାୟତର ସୋରପଞ୍ଚ ଲୁଦ୍ର ଜାକାକା, ପଞ୍ଚାୟତ ର କନିଷ୍ଟ ଯନ୍ତ୍ରୀ ମୋହନ୍ତ ସାହୁ ଓ ପଞ୍ଚୟତ ର ଭଦ୍ର ବ୍ୟକ୍ତି ବୃନ୍ଦ ଉପସ୍ଥିତ ସହ ବନ୍ଧୁଗାଁ ଥାନା ଅଧିକାରୀ ଆଇ.ଆଇ.ସି ଶ୍ରୀ ପ୍ରଶ୍ନ କୁମାର ମିଶ୍ର ଓ ଷ୍ଟାଫ ଉପୁସ୍ଥିତ ରହି ଆଜିର ସଚେତନତା ଓ ଜନ ଶୁଣାନୀ ଅଭିଯୋଗ ଶିବିର କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଉପସ୍ଥିତ ରହିଥିଲେ I ଆର ଏଚ ବିଲ ଦୂଇଟି ଓ ହିତାଧି କାରିଙ୍କ ପାଇଁ ଚାଉଳ କାର୍ଡ ଯୋଗାଈ ଦିଆଯିବା ପାଇଁ ଗୋଟିଏ ଓ ଦୁଇଟି ଗ୍ରାମରେ ରହିଥିବା ପାଣିର ସମସ୍ୟାର ସମାଧାନ ଓ ଅନ୍ୟଟି ଥିଲା ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଧ୍ୟାନ ଦିଆଯାଉ ଏପରି ଭାବରେ ଆଜିର ଏହି ଶିବିରରେ ମାତ୍ରକ ୬ ଗଟି ମିଳିତ ଯୁଗ୍ମ ଅଭିଯୋଗ ଶୁଣାନୀ ହୋଇଥିଲା I 

 ——————————–

ଦୁଇମାସ ହେଲା କୁମ୍ଭାରୀ ପୁଟ ର ଏଟିଏମ ଅଚଳ ଲୋକେ ଅସୁବିଧା ର ସମ୍ମୁଖିନ 

ବନ୍ଧୁଗାଁ ତା,୩/୨/୨୫,କୁମ୍ଭାରିପୁଟରେ ୨ମାସ ହେବ ଅଚଳ ଏଟିଏମ, ଅସୁବିଧା ଭୋଗୁଛନ୍ତି ୬ଟି ପଞ୍ଚାୟତର ଜନସାଧାରଣ କୋରାପୁଟ ଜିଲ୍ଲାର ଦୁର୍ଗମ ଅଞ୍ଚଳ ବନ୍ଧୁଗାଁ ବ୍ଲକର ୬ଟି ପଞ୍ଚାୟତ ପାଇଁ ରହିଛି ଗୋଟିଏ ମାତ୍ର ଏଟିଏମ । ୬ଟି ପଞ୍ଚାୟତର ଲୋକଙ୍କ ସୁବିଧା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଗୋଟିଏ ଏଟିଏମ କୁମ୍ଭାରିପୁଟ ଠାରେ ରହିଛି । ତେବେ ଏହି ଏଟିଏମ ୨ମାସ ହେବ କାମ କରୁନଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି । ପାହାଡ଼ ଉପରେ ରହିଥିବା ଏହି ୬ଟି ଦୁର୍ଗମ ଅଞ୍ଚଳର ଲୋକ ଏହି ଗୋଟିଏ ଏଟିଏମ ଉପରେ ନିର୍ଭର କରନ୍ତି । ଏଟିଏମ ଅଚଳ ଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାସହ ବାଧ୍ଯ ହୋଇ ଟଙ୍କା ଉଠାଇବା ପାଇଁ ୧୨କିଲୋମିଟର ଦୂର ବନ୍ଧୁଗାଁ ଯାଉଥିବା ଦେଖିବାକୁ ମିଳିଛି ।

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟରେ କୁଳପତି ସମେତ ଖାଲି ପଡ଼ିଥିବା ଅଧ୍ୟାପକ, ପ୍ରଫେସର ଓ ଶିକ୍ଷା କର୍ମଚାରୀ ପଦବୀ ତୁରନ୍ତ ପୂରଣ କରିବା ଦାବିରେ ସରା ଓଡ଼ିଶା ଦାବି ଦିବସ ପାଳନ 

Sunil Chandra Nayak

ବଡକୁଟୃ ପାତ୍ରବସା ରାସ୍ତା ଶୋଚନୀୟ, ପ୍ରଶାସନର ନିଘା ନାହିଁ

Sunil Chandra Nayak

ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନିଖିଳ ଭାରତ ଓଡ଼ିଆ ଅଧ୍ୟାପକ ସମ୍ମେଳନ ଓ ଜାତୀୟ ପାଠଚକ୍ର ଅନୁଷ୍ଠିତ

Leave a Comment

error: Content is protected !!