ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଘୁଆ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ସଂସ୍କୃତିକ ମହୋତ୍ସବ ଅନୁଷ୍ଠିତ

ବାଘୁଆ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ସଂସ୍କୃତିକ ମହୋତ୍ସବ ଅନୁଷ୍ଠିତ

ଖଇରା,୦୬/୦୨/୨୪ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବଡ଼ନୁଆଗାଁ ପଞ୍ଚାୟତ ସ୍ଥିତ ବାଘୁଆ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ୪୬ତମ ବାର୍ଷିକ ଓ ସଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ସବିତା ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗୋଷ୍ଟୀ ଶିକ୍ଷା ଅଧିକାରୀ ଗଦାଧର ଦାସ ମୁଖ୍ୟଅତିଥି, କୈଳାସ ଚନ୍ଦ୍ର ସାହୁ ମୁଖ୍ୟବକ୍ତା, ଓଷ୍ଟା ସମ୍ପାଦକ ବିଷ୍ଣୁ ଚରଣ ମିଶ୍ର ଏସ.ଏମ. ସି ଚେୟାର ପର୍ଶନ ନମିତା ଜେନା, ଅବସରପ୍ରାପ୍ତ ଶିକ୍ଷକ ଲଷ୍ମୀଧର ନାୟକ ଓ ଅନନ୍ତ ପ୍ରସାଦ ନନ୍ଦ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ମାନଙ୍କ ଅଭିଭାଷଣରେ ଶୃଙ୍ଖଳା ପିଲାମାନଙ୍କୁ ସେମାନଙ୍କ ଲକ୍ଷସ୍ଥଳରେ ପହଞ୍ଚାଇଥାଏ ବୋଲି ମାନେ ପ୍ରକାଶ କରିଥିଲେ । ପରେ ବାର୍ଷିକ କ୍ରୀଡାରେ ଉତ୍ତୀର୍ଣ ହୁଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଖେଳ ଶିକ୍ଷକ ତପନ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜୀବନ ମରୁଭୂମି ହେଲେ ସେଥିରେ ଜଳସିଞ୍ଚନ କରେ ସାହିତ୍ୟ …

Sunil Chandra Nayak

ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର:ମନରେଗା ଓ ସି ଏଫ୍ ସି ଯୋଜନା ସମୀକ୍ଷା

masiha

ରାଉରକେଲା ମହାନଗରରେ ଆରଏସଏସ ଦ୍ୱାରା ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ 

masiha

Leave a Comment

error: Content is protected !!