ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭଣ୍ଡାରୀବସା ଛକ ନିକଟରୁ ଚୋରା ଗଂଜେଇ ଚାଲାଣ ବେଳେ ଚାରି ଗିରଫ 

ଭଣ୍ଡାରୀବସା ଛକ ନିକଟରୁ ଚୋରା ଗଂଜେଇ ଚାଲାଣ ବେଳେ ଚାରି ଗିରଫ 

ଆସିକା, ୬/୨/୨୫ // ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଜାତୀୟ ରାଜପଥ 59 ର ଢଉଗାଁ, ଭଣ୍ଡାରୀବସା ଛକ ମଝି ଦାନଗାଁ ନିକଟରୁ ଗଞ୍ଜାଇ ଚୋରା ଚାଲାଣ ବେଳେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ହାତରେ ଚାରି ଜଣ ବ୍ୟକ୍ତି ଧରା ପଡ଼ିଛନ୍ତି l ସେମାନଙ୍କ ଠାରୁ ୭୦ କେଜି ଓଜନ ର ଗଂଜେଇ ଜବତ କରିଛି ଅବକାରୀ ପୋଲିସ l ଗଞ୍ଜେଇ ଚଲାଣ ହେଉଥିବା ଓଡ଼ି ୩୨ ଜେ ୦୩୦୭ ଟାଟା ଏଣ୍ଟ୍ରା ପିକପ ଏବଂ ରାସ୍ତା ଦେଖାଉଥିବା ଓଡ଼ି ୦୨ ସି ବି ୯୭୨୦ ନମ୍ବର ଵାଲେନୋ ଗାଡି କୁ ମଧ୍ୟ ଅଟକ ରଖାଯାଇଛି l ଚୋରା ରେ ଗଂଜେଇ କୁ ସୁଦୂର ଦାରଙ୍ଗିବାଡ଼ି ରୁ ପୁରୁଷୋତ୍ତମପୁର ଅଭିମୁଖେ ଆସିକା ନବରତ୍ନପୁର ଗ୍ରାମର ଟିଟୁ ପୋଲାଈ, ସୁନୀଲ ସ୍ୱାଇଁ, ସନ୍ତୋଷ ପୋଲାଈ ଏବଂ ପୋଲସରା ଖଣ୍ଡୁରୁ ଗ୍ରାମର ଅଶୋକ ସାହୁ ଚାଲାଣ କରୁଥିବା ବେଳେ ସେମାନଙ୍କୁ ଗିରଫ କରାଯିବା ସହ ତାଙ୍କ ପାଖରୁ ଛଅ ଗୋଟି ମୋବାଇଲ ଏବଂ ୭୦ କେଜି ଓଜନର ଗଞ୍ଜାଇ ଜବତ ହୋଇଥିବା ଜଣାଯାଇଛି l ଗଞ୍ଜାମ ଜିଲ୍ଲା ଅବକାରୀ ଡେପୁଟି କମିଶନର ଡମ୍ବୁରୁ ଧର ଖଣ୍ଡା ଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ପକ୍ଷରୁ ଡେପୁଟି ଏସ ପି ଶ୍ରୁତିକାନ୍ତ ରାଉତ ଙ୍କ ଅଧକ୍ଷତାରେ ସ୍କ୍ୱାଡ଼ ଅଜିତ ନାୟକ, କପିଳାସ ଭତ୍ରା, ସନ୍ତୋଷ ନାୟକ, ସୀତାରାଣୀ ମୁର୍ମୁ, ପରେଶ ବେହେରା, ପ୍ରବୀର ସାମଲ, ଆସ୍କା ଅବକାରୀ ଅଧିକାରୀ ରାକେଶ ଖୁଣ୍ଟିଆ ଙ୍କ ସମେତ ବଡ଼ଗଡ଼ ଅବକାରୀ ବିଭାଗର ବହୁ କର୍ମଚାରୀ ଏହି ଚଢ଼ାଉ ରେ ସାମିଲ ହୋଇଥିଲେ । ଆଜି ଅବକାରୀ ବି ବିଭାଗ ପକ୍ଷରୁ ଗଂଜେଇ ଚାଲାଣ କେସ ରେ ଉକ୍ତ ଚାରି ଜଣଙ୍କୁ ଆସିକା କୋର୍ଟ ରେ ହାଜର କରା ଜାଇଛି l

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ବନ ବିଭାଗ ପକ୍ଷରୁ ବଜ୍ରକାପ୍ତା ଜବତ ,ଜଣେ ଗିରଫ 

Sunil Chandra Nayak

ଆୟ ବହିର୍ଭୂତ ଠୁଳ ମାମଲାରେ ଧର୍ମଗଡ଼ R&B ସବ୍‌-ଡିଭିଜନର ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବର ଆଜି ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ

Big breaking –  ମାଓବାଦୀ ଙ୍କ ତାଣ୍ଡବ ,ଜାଳି ଦେଲେ ଜେସିପି

masiha

Leave a Comment

error: Content is protected !!