ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲୁକେଶ୍ୱର ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ 

ବାଲୁକେଶ୍ୱର ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ 

ଆସିକା ,୬/୨/୨୫ // ଧରାକୋଟ ନିକଟସ୍ଥ ଓଳମ୍ବା ସ୍ଥିତ ବାଲୁକେଶ୍ୱର ଉଚ୍ଚ ବିଦ୍ୟାଳୟ ର 34 ତମ ବାର୍ଷିକ ଉତ୍ସବ ମହା ସମାରୋହର ସହ ପାଳନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା,ସମ୍ମାନିତ ଅତିଥି ଭାବରେ ବି ଇ ଓ ଲିଙ୍ଗରାଜ ସ୍ୱାଇଁ, ଏ ବି ଇ ଓ ସୌରୀ ଶଙ୍କର ବେହେରା,ଶିକ୍ଷକ ସଂଘ ସମ୍ପାଦକ ପ୍ରଶାନ୍ତ ପତି, ପରିଚାଳନା କମିଟି ସଭାପତି ଶରତ ଚନ୍ଦ୍ର ସ୍ୱାଇଁ,ପୂର୍ବତନ ସରପଞ୍ଚ ସୁଧାକର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଧାନ ଶିକ୍ଷକ ଶିଶିର କୁମାର ମହାନ୍ତି ଏଥିରେ ସଭାପତିତ୍ବ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷକ ନିଶାକର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥି ମାନେ ଜାତୀୟ ଶିକ୍ଷା ନୀତି ଉପରେ ଆଲୋକପାତ କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ଶୃଙ୍ଖଳା ଜ୍ଞାନ ଓ ଚରିତ୍ର ଗଠନ ଉପରେ ମତ ରଖିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷକ ମଙ୍ଗୁଳୁ ଜେନା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ କୋରା ମହାକୁଡ଼ ଓ ମନୋଜ ବିଶୋଇ ଙ୍କ ସମେତ ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଜିଲ୍ଲାପାଳ,ରାୟଗଡ଼ଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

ବିପଦରେ ଯୋଡ଼ା-କୋଇଡା ଲୁହାପଥର”କ୍ୟାମେରା ବିହୀନ ଗୃହରେ ମୁରଲୀ-ଦଲାଲ ଡୁପ୍ଲିକେଟ ପାଉଡର ଭର୍ତ୍ତିର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ-ଏଡିଜି

masiha

କିଡ଼ିଙ୍ଗ ସଂରକ୍ଷିତ ଜଙ୍ଗଲର କାଂଚଲି ଗାଁରେ ବାଘ ଆତଙ୍କ 

Sunil Chandra Nayak

Leave a Comment

error: Content is protected !!